Home ଓଡ଼ିଶା ବି.ଏଲ ପୁର ଲୋକକଳା ଗ୍ରାମ ର ବାର୍ଷିକ ଉତ୍ସବ ଓ ଆଜାଦୀ କା ଅମୃତ ମହୋତ୍ସବ...

ବି.ଏଲ ପୁର ଲୋକକଳା ଗ୍ରାମ ର ବାର୍ଷିକ ଉତ୍ସବ ଓ ଆଜାଦୀ କା ଅମୃତ ମହୋତ୍ସବ ରେ ନାଟଗୁରୁ ଓ କଳାକାର ଙ୍କୁ ସମ୍ମାନୀତ

41

ମାଲକାନଗିରି,୨ା୧୦(ଓଡିଆ ପୁଅ ) ପବିତ୍ର ଗାନ୍ଧୀଜୟନ୍ତୀ ଦିବସରେ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ମାଲାକନଗିରି ବ୍ଲକସ୍ଥ ବୀର ଲକ୍ଷମ୍‌ଣପୁର ଲୋକକଳା ଗ୍ରାମରେ ଆଜି ବାର୍ଷିକ ଅତ୍ସବ ପାଳିତ ହୋଇ ଯାଇଛି । ଏହି ଅବସରେ କୋଭିଡ ନିୟମ ପାଳନ କରାଯାଇ ଆଦିବାସୀ ନାଟଗୁରୁ,କଳାକାର ମାନଙ୍କୁ ସମ୍ମାନୀତ କରାଯିବା ସହିତ ଆଦାବାସୀ ନୃତ୍ୟ ସଂଗୀତ ଓ ଲୋକ କଳାକାର ମାନଙ୍କୁ ନେଇ ପ୍ରତି ଯୋଗୀତାର ଆୟୋଜନ କରାଯାଇଥିଲା । ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଘଂଠନ ସଭାପତି ଅନାଦି କାଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜାଦୀ କା ଅମୃତ ମହୋତ୍ସବ ଅବସରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ,ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମୀ,ମାଲକାନଗିରି ପଚାଂୟତ ସମିତି ଗୋଷ୍ଠିଉନ୍ନୟନ ଅଧିକାରୀ ଅଜୟକୁମାର ପ୍ରଧାନ, ନାଟଗୁରୁ ସଘଂର ଉପଦେଷ୍ଠା ତଥା ବନବାସୀ ଗବେଷକ ରତ୍ନାକରଦାଶ,ସାଂସଦ ପପ୍ରତିନିଧି କାମେଶ୍ୱର ରାଓ,ଏପିଡି ହିମାଶୁଂ ମହାରଣା,ସରପଚଂ ସଂଯୁକ୍ତା ଖିଲ,ଆଦିବାସୀ ନେତା ଘେନୁ ମୁଦୁଲି ଯୋଗଦେଇଥିଲେ ।ଆଜାଦୀ କା ଅମୃତ ମହୋତ୍ସବ ର ତାତ୍ପର୍ଯ୍ୟତା ସଂପର୍କରେ କହିବାସହିତ ସହିଦ ମାଟି ବୀରଲକ୍ଷମଣପୁର କୁ ଲୋକକଳା ଗ୍ରାମଭାବେ ମାନ୍ୟତା ଦିଆଯାଇ ଥିବାରୁ ମାଲକାନଗିରି ଜିଲ୍ଲାର ଅନେକ ନାଟଗୁରୁ,କଳାକାର ଓ ଲୋକ କଳାକାର ମାନେ ଆଉ ବଣମଲ୍ଲୀ ବଣରେ ଫୁଟି ମଉଳୀ ନ ଯାଇ ତାହା ସମଗ୍ର ଜିଲ୍ଲା ଓ ରାଜ୍ୟରେ ଆଦିବାସୀ କଳା ସଂସ୍କୃତିର ପ୍ରଚାର ପ୍ରସାର କରିପାରିଛନ୍ତି । ବିଶେଷ କରି ଆଦିବାସୀଙ୍କ କଳା ସଂସ୍କୃତିର ବହୁମୁଖି ପ୍ରଚାର ପ୍ରସାର ଦିଗରେ ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଘଠନର ଭୁମିକା ଗୁରତ୍ୱ ପୁଣ୍ଣ ର୍ ରହିଛି ବୋଲି ମଚାଂଶିନ ଅତିଥି ମାନେ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ମଚଂରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଘଠନର ସ୍ଥାୟୀ କାର୍ଯ୍ୟାଳୟ ନିମନ୍ତେ ବିଧାୟକ ପାଠିଂରୁ ଅନୁଦାନ ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ । ଏହି ଅବସରରେ ବରିଷ୍ଠ ଦେଶିଆ ନାଟଗୁରୁ, କଳାକାର, ଲୋକ କଳାକାର ମାନଙ୍କୁ ଅତିଥି ମାନେ ସମ୍ମାନୀତ କରିବା ସହ ମାନପତ୍ର ପ୍ରଦାନ କରିଥିଲେ । ଅନ୍ୟାନ ଅତିଥି ମାନଙ୍କ ମାନଙ୍କ ମଧ୍ୟରେ ଏଡିସି ବଳରାମ ସାମଲ,ଦାମଦର କାଡା,ଧନଫୁଲ ବାରିକ,ଭିମସେନ ଖୁଡୁପିଆ ପ୍ରମୁଖ ଉସ୍ଥିତ ଥିଲେ । ଏହି ଅବସରେ ବିଭିନ୍ନ ଗ୍ରାମରୁ ଆସିଥିବା ୧୫ରୁ ଉର୍ଦ୍ଦନାଟ ଦଳ ,ଦେଶିଆ ନାଟ, ଚଇତପବ ର୍ ନାଟ,ବାଲ୍ୟବିବାହ ପ୍ରତିରୋଧ,ନୁଶା ନିବାରଣ,ଗୀତକୁଡିଆ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଷ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜ ସେବୀ ବିନାଶ କୁମାର ମିଶ୍ର ମଚଂ ପଚିଚାଳନା କରିଥିବା ବେଳେ ନାଟଗୁରୁ ସଂଘର ଧନୁ ର୍ଯ୍ୟୟ ହନ୍ତାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରାମରେ ବିଭିନ୍ନ ଗ୍ରାମରୁ ଶତାଧିକ ଆଦିବାସୀ ମହିଳା ପୁରଷ କଳାକାର ମାନେ କୋଭିଡ ନିୟମ ପାଳନ ସହ ଉପସ୍ଥିତ ଥିଲେ । ସକାଳେ ଗ୍ରାମର ଶତାଧିକ ଆଦିବାସୀ ମହିଳା ମାନେ ଗ୍ରାମମୁଣ୍ଡରେ ଥିବା ପବିତ୍ର ନଦୀରୁ ଶୁଭକଳସ ବୁଡାଇ କଳସ ସୋଭା ଯାତ୍ରାରେ ଗ୍ରାମପରିକ୍ରମା କରି ସଭାମଚଂ ନିକଟକୁ ଆଣିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.