Home ଓଡ଼ିଶା ଜିଲ୍ଲାସ୍ତରୀୟ ଆଜାଦି କା ଅମୃତ ମହୋତ୍ସବ ଅବସରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର

ଜିଲ୍ଲାସ୍ତରୀୟ ଆଜାଦି କା ଅମୃତ ମହୋତ୍ସବ ଅବସରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର

35

ମାଲକାନଗିରି,୨ା୧୦(ଓଡିଆ ପୁଅ ) ମାଲାକନଗିରି ଜିଲ୍ଲାସଦର ମହକୁମାଠାରେ ପବିତ୍ର ଗାନ୍ଧୀଜୟନ୍ତୀ ଦିବସରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ପୁରୁଣା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରେ ଜିଲ୍ଲା ସୂଚନା ଲୋକ ସଂପର୍କ ବିଭାଗ ପକ୍ଷରୁ ୧୫୨ତମ ଗାନ୍ଧୀଜୟନ୍ତୀ, ଜିଲ୍ଲାପ୍ରତିଷ୍ଠା ଉତ୍ସବ ଓ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହୋଇ ଯାଇଛି । ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ଶ୍ରୀମତୀ ଜୋସ୍ନୋମୟୀ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ବୀଶାଲ ସିଂ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଜିଲ୍ଲାଶିକ୍ଷା ଅଧିକାରୀ ମାନସ କୁମାର ଜେନା,ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ମହିଳା କେଲଜର ଅଧ୍ୟକ୍ଷ, ଜିଲ୍ଲାମଙ୍ଗଳ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜାତୀର ପିତା ମହାତ୍ମାଗାନ୍ଧୀ,ଗୋପବନ୍ଧୁ ଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନକରି ଦେଶ ସ୍ୱାଧୀନତା ଆନ୍ଦୋଳନରେ ମୁଖ୍ୟଭୁମିକା ଗ୍ରହଣ କରିଥିବା ମହାପୁରଷଙ୍କ ବହୁମୁଖି ପ୍ରତିଭା ସଂପର୍କରେ କହିଥିଲେ ।ଏହି ଅବସରେ ବିଭିନ୍ନ ପ୍ରତି ଯୋଗତୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟଅତିଥି ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଏହି ଅବସରେ ସାମ୍ବାଦିକ,ବିଶିଷ୍ଠ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଭୋର୫ଟାରେ ଜିଲ୍ଲାସୂଚନା ଲୋକସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ରରେ ରାମଧୂନ ପକା ଯାଇ ସହରପରିକ୍ରମା କରାଯାଇଥିଲା । ଏମଭି୩ ରାମକୃଷ୍ଣ ମନ୍ଦୀର ଠାରୁ ଦୁଇଟି ସଂକୀର୍ତନ ଦଳ ଚାଲି ଚାଲି ନାମ ସଂକିର୍ତନ କରି ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଆୟୋଜିତ ଉତ୍ସବ ମଣ୍ଡପ ନିକଟରେ ପହଁଚିଥିଲେ ।ଠିକ ସେହିପରି ଡିଏନକେ ମଇଦାନ ଠାରେ ନେହୁରୁ ଯୁବକେନ୍ଦ୍ର ପକ୍ଷରୁ ୧୫୨ତମ ଗାନ୍ଧୀଜୟନ୍ତୀ ଓ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହୋଇ ଯାଇଛି । ଏହି ଅବସରେ ମାଲକାନଗରି ବିଧାୟକ ଆଦିତ୍ୟ ମାଢି,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ନେହୁର ଯୁବକେନ୍ଦ୍ର ର ପରିଚାଳକ ହରିଶ ରୁପାଲ ଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ । ଯୁବକ ଓ ଯୁବତୀ ମାନଙ୍କ ଦ୍ୱାରା ସ୍ୱଚ୍ଛଭାରତ ନାରା ଦେଇ ସହର ପରିକ୍ରମା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.