Home ଜିଲ୍ଲା ପରିକ୍ରମା ରିଲିଫ୍ ବଂଟନକୁ ନେଇ ପଂଚାୟତ କାର୍ଯ୍ୟାଳୟରେ ଆକ୍ରମଣ ଅଭିଯୋଗ, ସୁନା ଚେନ୍ ଛଡ଼ାଇବା ଓ ହତ୍ୟା...

ରିଲିଫ୍ ବଂଟନକୁ ନେଇ ପଂଚାୟତ କାର୍ଯ୍ୟାଳୟରେ ଆକ୍ରମଣ ଅଭିଯୋଗ, ସୁନା ଚେନ୍ ଛଡ଼ାଇବା ଓ ହତ୍ୟା ଧମକ ଅଭିଯୋଗ; ୨ ଜଣଙ୍କ ନାମରେ ମାମଲା

3

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧୀନ ରଇପୁର ଗ୍ରାମରେ ବନ୍ୟା ରିଲିଫ୍ ବଂଟନକୁ କେନ୍ଦ୍ର କରି ଆକ୍ରମଣ ଓ ସୁନା ଚେନ ଛଡ଼ାଇ ନେବା ଅଭିଯୋଗ ହୋଇଛି। ଏନେଇ ଧୁଷୁରୀ ଥାନାରେ ଦୁଇଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।ଥାନାରେ ରୁଜୁ ଏଫଆଇଆର (ନଂ-୪୧୪/୨୬) ଅନୁଯାୟୀ, ସେପ୍େଟମ୍ବର ୨୦ ତାରିଖ ଅପରାହ୍ନ ପ୍ରାୟ ୪ ଟାରେ ରଇପୁର ପଂଚାୟତ କାର୍ଯ୍ୟାଳୟରେ ବନ୍ୟା ରିଲିଫ୍ ବଂଟନ ଚାଲିଥିଲା। ଏହି ସମୟରେ ମନୋରଞ୍ଜନ ଦାସ (୪୫) ଅନ୍ୟମାନଙ୍କ ସହ ରିଲିଫ ନେବାକୁ ସେଠାକୁ ଯାଇଥିଲେ। ବନ୍ଧୁ ଖଟୁଆ (୩୫) ଓ ଦିଗବିଜୟ ଖଟୁଆ (୨୮) ସେଠାରେ ପହଂଚି ରିଲିଫ ବଂଟନ ବନ୍ଦ କରିବାକୁ କହିବାରୁ ବଚସା ହୋଇଥିବା ଅଭିଯୋଗ ହୋଇଛି। ଦୁଇଜଣ ଅଭିଯୁକ୍ତ ଗାଳିଗୁଲଜ କରିବା ସହ ଲାଠି ଓ ମାରଣାସ୍ତ୍ରରେ ମନୋରଞ୍ଜନଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ବେକରୁ ସୁନା ଚେନ୍ ଛଡ଼ାଇ ନେବା ସହ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି।ତେବେ ଏହି ଅଭିଯୋଗକୁ ପ୍ରତିପକ୍ଷ ଖଣ୍ଡନ କରିଛନ୍ତି। ଘଟଣା ପଛରେ ରାଜନୈତିକ ଅଭିସନ୍ଧି ରହିଥିବା ଏବଂ ପ୍ରତିପକ୍ଷଙ୍କୁ ଚାପରେ ରଖିବା ପାଇଁ ମିଛ ମାମଲା ରୁଜୁ କରାଯାଇଥିବା ପ୍ରତିପକ୍ଷ ପକ୍ଷରୁ କୁହାଯାଇଛି। ଘଟଣାକୁ ନେଇ ସେହିଦିନ ରାତି ପ୍ରାୟ ୧୦ ଟା ୩୦ ରେ ଧୁଷୁରୀ ଥାନାରେ ମାମଲା ରୁଜୁ ହୋଇଥିଲା। ପୁଲିସ ବନ୍ଧୁ ଖଟୁଆ ଓ ଦିଗବିଜୟ ଖଟୁଆଙ୍କ ବିରୋଧରେ ବିଏନଏସ-୨୦୨୩ର ଧାରା ୧୨୬(୨), ୨୯୬, ୩୫୧(୨), ୩୦୩(୨) ଓ ୩(୫) ଅନୁଯାୟୀ ମାମଲା ରୁଜୁ କରିଛି। ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ ଙ୍କ ନିର୍ଦ୍ଦେଶକ୍ରମେ ଏଏସ୍‌ଆଇ ବିନାୟକ ସାମଲ ଘଟଣାର ତଦନ୍ତ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.