ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଚାନ୍ଦବାଲି ଜଳସମ୍ପଦ ବିଭାଗରେ ଗତ ଜୁନ୨୦୨୬ରେ କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ନାୟକ ଏସଡିଓଙ୍କ ଗୋଦାମରେ ଥିବା ୮୦ଟନ ଲୁହା କୁ ଏକ କବାଡିଆ ମାନସ ସାମଲକୁ ଡାକି ବିକ୍ରି କରୁଥିବା ବେଳେ ଧରାପଡିଥିଲେ। ଏ ନେଇ ଚାନ୍ଦବାଲି ଥାନାରେ ଏସଡିଓ ସୁରଜ ମଲିକଙ୍କ ଲିଖିତ ଅଭିଯୋଗ ମୂଳେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି। ପରେ ମୁଖ୍ୟଯନ୍ତ୍ରୀ ପ୍ରଣବ ନାୟକ ଆସି ଏହି ଚୋରୀ ବିଷୟରେ ତଦନ୍ତ କରି ଯନ୍ତ୍ରୀମୁଖ୍ୟ ଙ୍କୁ ଲିଖିତ ଭାବେ ଜଣାଇଥିଲେ। ପରେ ଏହି କଥାକୁ ଦଫାରଫା କରିବା ପାଇଁ ଏହି ଆଖୁଆପଦା ଠାରେ ଅବସ୍ଥାପିତ ଅଧୀକ୍ଷଣଯନ୍ତ୍ରୀ ସଞ୍ଜିବ ସାମଲ ରାତି ଅଧିଆ ଆସି ଚାନ୍ଦବାଲି ଥାନାଧିକାରୀ ପରେଶ ମହାନ୍ତିଙ୍କୁ ଦେଖାକରି ଦଫାରଫା କରିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ସଂପୂର୍ଣ ଭାବେ ସଫଳ ହୋଇ ପାରି ନଥିଲେ। ଇତି ମଧ୍ୟରେ ସଂପୃକ୍ତ ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜିବ ସାମଲ ରାତାରାତି କୋଟି ପତି ହେବା ପାଇଁ ଚାନ୍ଦବାଲି ଜଳସମ୍ପଦ ବିଭାଗରେ ୨୯ଟି ଏଫ-୨ କାର୍ଯ୍ୟ (ଯାହାର ଆନୁମାନିକ ମୂଲ୍ୟ ୧କୋଟି ୫୦ଲକ୍ଷ) ହୋଇ ନଥିବା ବେଳେ ସଂପୃକ୍ତ ଠିକାଦାର ମାନଙ୍କୁ ଡାକି ରାତି ଅଧିଆ ଫାଇନାଲ ବିଲ କରିଦେଲେ ଏବଂ ଏହି ବିଲରୁ ୬୦ପ୍ରତିଶତ ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କ ଜରିଆରେ ହାତେଇ ନେଲେ। ଏହି ସବୁ ଘଟଣା ଜଣା ପଡିବା ପରେ ଯନ୍ତ୍ରୀ ମୁଖ୍ୟ ଗତ ଅଗଷ୍ଟ ୩ତାରିଖରେ ସଂପୃକ୍ତ କନିଷ୍ଠଯନ୍ତ୍ରୀ ଙ୍କୁ ଆଖୁଆ ପଦା ଅଧୀକ୍ଷଣଯନ୍ତ୍ରୀଙ୍କ ଅଧିନରୁ ଓାଲମି ନିର୍ଦେଶକ(କଟକ) କୁ ବଦଳି କରିଦେଲେ। ସଂପୃକ୍ତ କନିଷ୍ଠଯନ୍ତ୍ରୀ ନିଜ ବଦଳି ପରେ କଟକ ଓାଲମି ନିର୍ଦେଶକଙ୍କ ଅଫିସରୁ ଛୁଟିରେ ଆସି ପୁନଶ୍ଚ ଆଖୁଆପଦା ଅଧୀକ୍ଷଣଯନ୍ତ୍ରୀଙ୍କ ସହ ମିଶି ମିଳିଭଗତରେ କାର୍ଯ୍ୟ ଆରମ୍ଭ କରିଦେଲେ। ଫଳ ସ୍ୱରୂପ ଚାନ୍ଦବାଲି ଜଳସମ୍ପଦ ବିଭାଗ ଏସଡିଓଙ୍କ ଅଧିନରେ ସଂପୂର୍ଣ କାର୍ଯ୍ୟ ହୋଇ ନଥିବା ବେଳେ ସଂପୃକ୍ତ ଠିକାଦାର ମାନଙ୍କୁ ଡାକି ଦଫାରଫା କରି ୨୨ଟି କ୍ୟାପେକ୍ସ କାର୍ଯ୍ୟ ଯାହାର ଆନୁମାନିକ ଆକଳନ ମୂଲ୍ୟ ୩୦କୋଟି ସେହି ବିଲ ଗୁଡିକ ୯୦ପ୍ରତିଶତ ସଂପୃକ୍ତ ଠିକାଦାରଙ୍କୁ ପ୍ରଦାନ କରିଦେଲେ। ଏହି କାର୍ଯ୍ୟ ଗୁଡିକ ଏସଡିଓ ଙ୍କ ବିନା ଚେକ ମେଜେମେଂଟରେ କିପରି ପ୍ରଦାନ କରାଗଲା ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ଅନ୍ୟ ପକ୍ଷରେ ଦୀର୍ଘ ୨ବର୍ଷ ହେବ ଆଖୁଆ ପଦା ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜିବ ସାମଲ ଜାଣିଶୁଣି ସଂପୃକ୍ତ ଏସଡିଓଙ୍କୁ ବିଲ କରିବା ଆଇଡି ଏବଂ ପାଶ ଓାର୍ଡ ମଧ୍ୟ ଦେଉ ନାହାନ୍ତି। ଫଳରେ ସଂପୃକ୍ତ ଏସଡିଓ କାର୍ଯ୍ୟ ବିଷୟରେ କିଛି ଅବଗତ ନଥିବା ବେଳେ ବଦଳି ହୋଇ ଯାଇଥିବା କନିଷ୍ଠଯନ୍ତ୍ରୀ ସେହି ବିଲ ଗୁଡିକ କରାଇ ନେଇ ଛୁ । ଏହି ସମସ୍ତ କାର୍ଯ୍ୟ ବିଷୟରେ ଚାନ୍ଦବାଲି ଅଂଚଳବାସୀ ଆପତି ଉଠାଇଛନ୍ତି। କେଉଁ ପରିସ୍ଥିତିରେ ଜଣେ କନିଷ୍ଠଯନ୍ତ୍ରୀ ଚାନ୍ଦବାଲିରୁ ବଦଳି ଗଲା ପରେ ମଧ୍ୟ ଆସି ଏସଡିଓଙ୍କ ଆଇଡି ଏବଂ ପାଶଓାର୍ଡ ବ୍ୟବହାର କରି ସଂପୃକ୍ତ ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ମିଲିଭଗତରେ କୋଟି କୋଟି ଟଙ୍କା ହାତେଇ ନେଲେ ତାହାର ତଦନ୍ତ ହେବା ଜରୁରୀ ।ଏଥିସହ ସଂପୃକ୍ତ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ତୁରନ୍ତ ଆଖୁଆ ପଦା ରୁ ବଦଳି କରାଯିବା ସହ କେଉଁ ପରିସ୍ଥିତିରେ କୋଟି କୋଟି ଟଙ୍କା ହଡପ କରାଗଲା ତାହାର ତଦନ୍ତ ଭିଜିଲାନ୍ସ କରିବା ଜରୁରୀ ହୋଇ ପଡିଛି।
Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ଜଳସମ୍ପଦ ବିଭାଗ,ବଦଳି ପରେ ମଧ୍ୟ ଠିକାଦାରଙ୍କୁ ଡାକି ବିଲ ଏବଂ ଡିଲ କରୁଛନ୍ତି ଅଧୀକ୍ଷଣ...








