Home ଜିଲ୍ଲା ପରିକ୍ରମା ଆକ୍ରମଣ ଭୟରେ ଘର ଛାଡିଲେ ପରିବାର,ମା’ ଗୁରୁତର, କଟକରେ ଚାଲିଛି ଚିକିତ୍ସା; ପରିବାରକୁ ମିଳୁନି ସୁରକ୍ଷା,...

ଆକ୍ରମଣ ଭୟରେ ଘର ଛାଡିଲେ ପରିବାର,ମା’ ଗୁରୁତର, କଟକରେ ଚାଲିଛି ଚିକିତ୍ସା; ପରିବାରକୁ ମିଳୁନି ସୁରକ୍ଷା, କଠୋର କାର୍ଯ୍ୟାନୁଷ୍ଠାନ ଦାବି

1

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପାରିବାରିକ ବିବାଦକୁ କେନ୍ଦ୍ର କରି ଏକ ପରିବାର ଉପରେ ବାରମ୍ବାର ଆକ୍ରମଣ ଓ ଧମକ ଦିଆଯାଉଥିବା ନେଇ ଗୁରୁତର ଅଭିଯୋଗ ଆସିଛି। ଗତ ୮ ତାରିଖ ଦିନ ଖଡ଼ିମାହାରା ଡେଉଳ ଡିହି ଅଂଚଳରେ ପରମେଶ୍ୱର ରାଉଳ ଓ ତାଙ୍କ ବଡ଼ ପୁଅ କାଠିୟା ରାଉଳଙ୍କ ସମେତ ବଡ ବହୁ ପାଗିଳି ରାଉଳ ତାହା ନାତୀ ବବୁଲ ରାଉଳ ବଡ ଝିଅର ସାନ ନାତୁଣୀ ଜଇ ପ୍ରଶାନ୍ତ ପୃଷ୍ଟି ତା ସ୍ତ୍ରୀ ଲଷ୍ମୀ ପାଗଳ ଝୁନା ପାଗଳ ତାଙ୍କ ସହିତ ମିଶି ବ୍ୟକ୍ତି କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ପୀଡ଼ିତ ପରିବାର ଅଭିଯୋଗ କରିଛି। ଆକ୍ରମଣରେ ପରିବାରର ବାପା ଓ ମା’ ଆହତ ହୋଇଥିବା ବେଳେ ମା’ଙ୍କ ଅବସ୍ଥା ଗୁରୁତର ଥିବା ଦାବି କରାଯାଇଛି। ପୀଡ଼ିତା ପରିବାରର କହିବା ଅନୁଯାୟୀ, ଏହା ପୂର୍ବରୁ ପ୍ରାୟ ଏକ ମାସ ତଳେ ମଧ୍ୟ ସେମାନଙ୍କ ପରିବାର ଉପରେ ଆକ୍ରମଣ ହୋଇଥିଲା। ସେହି ଘଟଣାରେ ମା’ଙ୍କ ହାତ ଭାଙ୍ଗିଥିବା ସହ ପରିବାରର ଅନ୍ୟ ଜଣେ ସଦସ୍ୟ ମଧ୍ୟ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ମାମଲା ଚାଲିଥିବା ସତ୍ୱେ ପୁଣିଥରେ ଆକ୍ରମଣ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଗତ ୮ ତାରିଖର ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ଅଭିଯୋଗ , ଅଭିଯୁକ୍ତମାନେ ପୂର୍ବ ଯୋଜନା କରି ଆସିଥିଲେ। ପ୍ରଥମେ କାଠିୟା ରାଉଳ ଖଗଶ୍ୱର ରାଉଳ କୁ ଧାରୁଆ ଅସ୍ତ୍ର ଧରି ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି। ଏଥିରେ ତାଙ୍କ ଘଗଶ୍ୱର ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ଏବଂ ଡାହାଣ ହାତ ଆଙ୍ଗୁଠି କଟିଯାଇଛି ଛାତି ହାତରେ ଚିହ୍ନଟ ଅଛି ସେ ଭୟରେ ଅନ୍ୟତ୍ର ଆଶ୍ରୟ ନେଇଥିବା କୁହାଯାଇଛି। ପରେ ମା’ଙ୍କୁ ମଧ୍ୟ ଛାଡ଼ି ନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମେନକା ରାଉଳ ଙ୍କୁ ପରମେଶ୍ୱର ରାଉଳ ଖଣ୍ଡା ରେ ଏବଂ କାଠିଆ ରାଉଳ ଭିଡିକି ଧରିଥିବାର ଜଣାପଡିଛି. ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ଦାବି କରାଯାଇଛି। ଏବଂ ଖପୁରି ସମ୍ପୂର୍ଣ ନଷ୍ଟ ହୋ ଯାଇଛି ଏହି ଆଘାତ ଯୋଗୁଁ ତାଙ୍କ ମୁଣ୍ଡରେ ଗୁରୁତର କ୍ଷତ ସୃଷ୍ଟି ହୋଇଥିବା ଏବଂ ସେ ବର୍ତମାନ କଟକର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପରିବାର ପକ୍ଷରୁ କୁହାଯାଇଛି। ଭୟରେ ଘର ଛାଡ଼ିଲେ ପରିବାର ଆକ୍ରମଣ ପରେ ପରିବାରର ଅବସ୍ଥା ଏପରି ହୋଇଛି ଯେ ବାପା, ମା’ ଓ ଝିଅ ସମେତ ପରିବାରର ସଦସ୍ୟମାନେ ନିଜ ଘରେ ରହିବାକୁ ଭୟ କରୁଥିବା ଅଭିଯୋଗ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଘର ଛାଡ଼ି ସେମାନେ ବର୍ତମାନ ଅନ୍ୟ ଏକ ସ୍ଥାନରେ ରହୁଥିବା ପରିବାର ପକ୍ଷରୁ କୁହାଯାଇଛି। ପରିବାରର ଅଭିଯୋଗ ଅନୁଯାୟୀ, ଆକ୍ରମଣ ପରେ ମଧ୍ୟ ସେମାନଙ୍କୁ ଧମକ ଦିଆଯାଉଛି। ପରିବାରରେ ଯେଉଁମାନେ ବର୍ତମାନ ବଂଚିଛନ୍ତି, ସେମାନଙ୍କୁ ମଧ୍ୟ ଜୀବନରୁ ହଟାଇଦେବା ନେଇ ଧମକ ମିଳୁଥିବା ପରିବାର ଅଭିଯୋଗ କରିଛି। ଏହି ଧମକ ଯୋଗୁଁ ଦୁଇଟି ନିରିହ ଝିଅ ସୁରକ୍ଷାକୁ ନେଇ ମଧ୍ୟ ପରିବାର ଚିନ୍ତିତ ଥିବା କୁହାଯାଇଛି। ଘଟଣା ପରେ କିଛି ଅଭିଯୁକ୍ତ ଫେରାର ଥିବା ଏବଂ ସେମାନଙ୍କୁ କେହି ସହଯୋଗ କରୁଥିବା ନେଇ ପୀଡ଼ିତ ପରିବାର ସନ୍ଦେହ ପ୍ରକାଶ କରିଛି। ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ଭୂମିକାର ତଦନ୍ତ କରି ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ପରିବାର ଦାବି କରିଛି। ପରିବାର ପକ୍ଷରୁ ଆହୁରି ଅଭିଯୋଗ କରାଯାଇଛି ଯେ, ଜେଲରୁ ବାହାରିବା ପରେ ପୁଣି ଆକ୍ରମଣ କରାଯିବ ବୋଲି ଧମକ ଦିଆଯାଇଥିବାରୁ ସେମାନଙ୍କ ମନରେ ଭୟ ଆହୁରି ବଢ଼ିଛି। ଏହି ପରିସ୍ଥିତିରେ ପରିବାରର ସୁରକ୍ଷା ନେଇ ପୋଲିସ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ଗୁରୁତର ଆହତ ମା’ଙ୍କ ଚିକିତ୍ସା ଚାଲିଥିବା ବେଳେ ପରିବାରର ଅନ୍ୟ ସଦସ୍ୟମାନେ ଘର ଛାଡ଼ି ଅନ୍ୟତ୍ର ରହୁଥିବା ଘଟଣାକୁ ଆହୁରି ଗମ୍ଭୀର କରିଛି। ତେଣୁ ଘଟଣାର ନିରପେକ୍ଷ ତଦନ୍ତ କରି ପ୍ରକୃତ ତଥ୍ୟ ସାମ୍ନାକୁ ଆଣିବା, ଅଭିଯୋଗରେ ନାମ ଥିବା ବ୍ୟକ୍ତିଙ୍କ ଭୂମିକା ଯାଂଚ କରିବା ଏବଂ ଦୋଷ ପ୍ରମାଣିତ ହେଲେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନେବାକୁ ପୀଡ଼ିତ ପରିବାର ଦାବି କରିଛି। ଏଥିସହ ପରିବାରର ସଦସ୍ୟମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇବା ଏବଂ ଗୁରୁତର ଆହତ ମହିଳାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ମଧ୍ୟ ପରିବାର ପକ୍ଷରୁ ପ୍ରଶାସନ ନିକଟରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.