Home ଜିଲ୍ଲା ପରିକ୍ରମା ରିଗାଁ କଟୁଆଳ ସାହି ରାସ୍ତାରେ ଆଣ୍ଠୁଏ ପାଣି

ରିଗାଁ କଟୁଆଳ ସାହି ରାସ୍ତାରେ ଆଣ୍ଠୁଏ ପାଣି

53

ଭଦ୍ରକ, ୫-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଚାରିଗାଁ ପଞ୍ଚାୟତ କଟୁଆଳ ସାହି ରାସ୍ତା କିଛିଦିନ ପୂର୍ବେ ନିର୍ମାଣ ହୋଇଥିବା ବେଳେ ଏବେ ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି ଜମିରହିଥିବାର ଦେଖାଯାଇଛି। ଯାତାୟତର ସୁବିଧା ପାଇଁ ଏହି ରାସ୍ତାଟିକୁ ପୁର୍ନନିର୍ମାଣ କରାଯାଇଥିବା ବେଳେ ଏବେ ଗ୍ରାମବାସୀଙ୍କ ପାଇଁ ଦୁର୍ଦ୍ଦଶା ଆଣିଛି। ଗତ ଅମ୍ପାନ ବାତ୍ୟାରେ ଚାରିଗାଁ କଟୁଆଳ ସାହିର ରାସ୍ତା ନଷ୍ଟ ହୋଇଯାଇଥିଲା। ଏହାକୁ ପୁର୍ନନିର୍ମାଣ ପାଇଁ ଦେଢଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଥିଲା। ତେବେ ଏହି ରାସ୍ତାଟି ପୂର୍ବରୁ କଂକ୍ରିଟ ଥିବାବେଳେ ଏବେ ସେହି ରାସ୍ତାର ଦୁଇପାଶ୍ୱର୍ରେ ପଟାଦିଆଯାଇ ୨ ଇଞ୍ଚର କଂକ୍ରିଟ ଢାଳି ନିମ୍ନମାନର କାର୍ଯ୍ୟ କରାଯାଇଅଛି। ଏପରିକି କଟଅଫ ୱାଲ ମଧ୍ୟ କରାଯାଇ ନାହିଁ କିମ୍ବା କୌଣସି ଫଳକ ଲଗାଯାଇ ନାହିଁ। ଏହି ରାସ୍ତାରେ ପାଣି ଜମି ରହିବା ଦ୍ୱାରା ଏହି ରାସ୍ତା ଉପରେ ନିର୍ଭରଶୀଳ ଥିବା କଟୁଆଳ ସାହି, ଯେନାସାହି, ବେହେରାସାହି ଲୋକେ ଘରୁ ବାହାରି ପାରୁନାହାନ୍ତି। ଏହି ରାସ୍ତା ଦେଇ ଦୈନିକ ନଦୀଘାଟ, ଖେଳ ପଡ଼ିଆ, ମହତାବ ପ୍ରାକୃତିକ ଷ୍ଟେଡ଼ିୟମକୁ ଯାଆସ କରିଥାନ୍ତି। ତେଣୁ ତୁରନ୍ତ ଏହି ରାସ୍ତାଟିକୁ ପୁନଃ ମରାମତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଉପରୋକ୍ତ ଘଟଣା ନେଇ ବିଭାଗୀୟ ଯନ୍ତ୍ରୀ ପ୍ରଜ୍ଞା ମହାନ୍ତିଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ କହନ୍ତି, ଉପରୋକ୍ତ ରାସ୍ତାଟିକୁ ଏତେ ତରବରିଆ କରାଯିବାର କାରଣ ସେ ଜାଣି ନାହାନ୍ତି। ରାସ୍ତାର ଅବ୍ୟବସ୍ଥା ବାବଦରେ ସେ ଅବଗତ ଅଛନ୍ତି। କୌଣସି ଅର୍ଥ ଦିଆଯାଇ ନାହିଁ। ଉପଯୁକ୍ତ ଭାବେ କାର୍ଯ୍ୟ ହେଲେ ତନଖି ପୂର୍ବକ ଅର୍ଥ ଦିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.