Home ଜିଲ୍ଲା ପରିକ୍ରମା ଭତ୍ତା ଆଶାରେ ଦୁର୍ଘଟଣାଗ୍ରସ୍ତ ରବିନ୍ଦ୍ର; ପ୍ରଶାସନ ଦୃଷ୍ଟି ଦେଉ

ଭତ୍ତା ଆଶାରେ ଦୁର୍ଘଟଣାଗ୍ରସ୍ତ ରବିନ୍ଦ୍ର; ପ୍ରଶାସନ ଦୃଷ୍ଟି ଦେଉ

76

ଭଦ୍ରକ, ୫-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମାଳଦା ଗ୍ରାମପଞ୍ଚାୟତର ମାଳଦା ଗ୍ରାମର ରବିନ୍ଦ୍ର ଦାସ ଦୁର୍ଘଟଣାରେ ଗୋଡରେ ଆଘାତପ୍ରାପ୍ତ ହେବା ପରେ ଏବେ ଘରେ ରହୁଛନ୍ତି। କାମଧନ୍ଦା କରିବାକୁ ଅକ୍ଷମ ରବିନ୍ଦ୍ରଙ୍କ ବୟସ ୬୫ରୁ ଅଧକ ହେଲାଣି। ଘରେ ଦୁଇ ବେରୋଜଗାରିଆ ପୁଅ ଓ ଗୋଟେ ଛୋଟ ଝିଅର ପାଠପଢା ଚିନ୍ତା। ଏପରି ଅବସ୍ଥାରେ ରବିନ୍ଦ୍ର ଭତ୍ତା ପାଇବା ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ସରକାରଙ୍କ ପକ୍ଷରୁ ଭତ୍ତା ପ୍ରଦାନର ବ୍ୟବସ୍ଥା ହୋଇନାହିଁ। ଫଳରେ ଅଭାବ ଭିତରେ ରବିନ୍ଦ୍ରଙ୍କୁ ଯତ୍‌କିଞ୍ôଚତ ସରକାରୀ ସହାୟତା ମିଳିପାରିଲେ ସେ ନିଜର ଔଷଧପତ୍ର ମଧ୍ୟ କିଣି ପାରନ୍ତେ ବୋଲି କ୍ଷୋଭରେ ରବିନ୍ଦ୍ର କହିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ନିବେଦନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.