Home ଜିଲ୍ଲା ପରିକ୍ରମା ରାଣୀତାଲ ଯାତ୍ରୀ ବିଶ୍ରାମଗାର ଉଦଘାଟିତ

ରାଣୀତାଲ ଯାତ୍ରୀ ବିଶ୍ରାମଗାର ଉଦଘାଟିତ

2

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଶେଷ ସୀମା ରାଣୀତାଲ ବଜାର ଦେଇ ଯାଇଛି ୧୬ନମ୍ୱର ଜାତୀୟ ରାଜପଥ। ଏହି ରାଜପଥର ରାଣୀତାଲ ଛକରେ ଥିବା ବସ ଷ୍ଟପରୁ ଲୋକାଲ ରାସ୍ତାକୁ ଆସିବା ରାସ୍ତାକୁ ଜାତୀୟ ରାଜପଥ କତୃପକ୍ଷ ବ୍ୟାରିକେଟ ଦେଇ ବନ୍ଦ କରି ଦେଇଥିଲା। ଯାହା ଫଳରେ ବ୍ୟାରିକେଟ ଡେଇଁ ଛନ୍ଦୁଥିଲେ। ଅନେକ ସମୟରେ ବ୍ୟାରିକେଟ ଦେଇ ମହିଳା, ବୃଦ୍ଧ ଆହତ ହେବା ପରେ ରାଣୀତାଲର ବୁଦ୍ଧିଜୀବି ମାନେ ଜାତୀୟ ରାଜପଥ କତୃପକ୍ଷ, ଜିଲ୍ଲାପ୍ରଶାସନକୁ ବାରମ୍ବାର ଅବଗତ ସହ ସମ୍ବାଦରେ ବାରମ୍ବାର ପ୍ରକାଶ ପରେ ବି କିଛି ସୁଫଳ ମିଳି ନ ଥିଲା। ଶେଷରେ ରାଣୀତାଲ ବିକାଶ ମଂଚ ଓ ରାଣୀତାଲ ବରିଷ୍ଠ ନାଗରିକ ସଙ୍ଘ ସହଯୋଗରେ ନିର୍ମିତ ବିଶ୍ରାମ ଗାରକୁ ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷ ସୀତାଂଶୁ ଶେଖର ମହାପାତ୍ର ଉଦଘାଟନ କରିବା ସହ ବିନା ସରକାରୀ ସହାୟତାରେ ଏଭଳି ମହତ କାର୍ଯ୍ୟକ୍ରମକୁ କୃତଜ୍ଞତା ଜଣାଇଥିଲା। ଏହି ଅବସରରେ ରାଣୀତାଲ ବିକାଶ ମଂଚ ର ସଭାପତି ଭାଗିରଥି ନାୟକ ରାଣୀତାଲ ଡାକ୍ତରଖାନାରେ ୨୪ଘଂଟିଆ ଖୋଲାଯିବା ସହ ଆମ୍ବୁଲାନ୍ସ ବ୍ୟବସ୍ଥା ଓ ରାଣୀତାଲ ପୋଲିସ ଫାଣ୍ଡି ପ୍ରତିଷ୍ଠା ପାଇଁ ଦାବୀ ପତ୍ର ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ମଂଚର ସମ୍ପାଦକ ଦଶରଥ ପଣ୍ଡା, ମୁନି ସମାଜର ସଭାପତି ବିନୋଦ ବିହାରୀ ବାରିକ, ଜଗଦଳପୁର ର ପୂର୍ବତନ ସରପଂଚ ବିଜୟ କୁମାର ମହାପାତ୍ର, ରାହାଞ୍ଜ ସରପଂଚ ରାଜେନ୍ଦ୍ର ଦାଶ, ରମ୍ଭିଳା ସରପଂଚ ଗଣେଶ ଚନ୍ଦ୍ର ପଣ୍ଡା, ରାହାଞ୍ଜର ପୂର୍ବତନ ସଭାପତି ରବୀନ୍ଦ୍ର ସାହୁ, ସମାଜସେବୀ ଗଣେଶ ଦାଶ, ଅଞ୍ଜନ କୁମାର ଲେଙ୍କା, କୃଷ୍ଣଚନ୍ଦ୍ର ସେନାପତି, ସୁଜାତା ମହାପାତ୍ର,ପ୍ରବୋଧ ମିଶ୍ର,ରମେଶ ଚନ୍ଦ୍ର ବେହେରା, ସଂଗ୍ରାମ କର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.