Home ଓଡ଼ିଶା ରାଜ୍ୟ ଓବିସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ : ‘ରାଜ୍ୟ ସରକାର ଓବିସି ବିରୋଧୀ’ :...

ରାଜ୍ୟ ଓବିସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ : ‘ରାଜ୍ୟ ସରକାର ଓବିସି ବିରୋଧୀ’ : ରାଷ୍ଟ୍ରୀୟ ଅଧ୍ୟକ୍ଷ କେ.ଲକ୍ଷ୍ମଣ

86

– ପଛୁଆବର୍ଗର ହକ୍ ପାଇଁ ଲଢେଇ ଜାରୀ ରଖିବ ଓବିସି ମୋର୍ଚ୍ଚା୍
– କେନ୍ଦ୍ର ସରକାରଙ୍କ ସମସ୍ତ ଜନ ଓ ଗରୀବକଲ୍ୟାଣ ଯୋଜନାର ସୁଫଳକୁ ସାଧାରଣ ଜନତାଙ୍କ ପାଖକୁ ପହଂଚାଇବା ଓବିସି ମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ମୁଖ୍ୟ ଦାୟୀତ୍ତ୍ୱ
– ଅଢେଇ କୋଟି ଓବିସି ବର୍ଗଙ୍କୁ ପକ୍ଷରୁ ସେମାନଙ୍କର ସାମ୍ବିଧାନିକ ଅଧିକାର ଓ ହକ୍ ମିଳିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବା ପାଇଁ ଆଜି ରାଜ୍ୟ କାର୍ଯ୍ୟକାରିଣୀର ସଂକଳ୍ପ ପାରିତ

ଭୁବନେଶ୍ୱର ୨୯/୧୧ (ଓଡ଼ିଆ ପୁଅ) : ଓଡିଶାରେ ପଛୁଆ ବର୍ଗ ଅବହେଳିତ। ଓବିସିମାନଙ୍କୁ କେବଳ ୧୧.୨୫% ସଂରକ୍ଷଣ କଥା କହି ବାସ୍ତବ କ୍ଷେତ୍ରରେ ମାତ୍ର ୨ରୁ ୩ ପ୍ରତିଶତ ସଂରକ୍ଷଣ ଦେଉଛନ୍ତି ରାଜ୍ୟ ସରକାର। ସ୍କୁଲ କଲେଜରେ ଓବିସି ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ବ୍ୟବସ୍ଥାରୁ ବଂଚିତ ରଖାଯାଉଛି। ପଛୁଆ ବର୍ଗଙ୍କୁ ଗଣତନ୍ତ୍ରରେ ଉଚିତ୍ ସମ୍ମାନ ଦିଆଯାଉନାହିଁ। ଓଡିଶା ଜନସଂଖ୍ୟାର ୫୪ ପ୍ରତିଶତ ପଛୁଆ ବର୍ଗଙ୍କ ପ୍ରତି ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ସଂପୂର୍ଣ୍ଣ ଅନ୍ୟାୟ କରାଯାଇଛି। ମଣ୍ଡଳ କମିଶନ ସୁପାରିସ ଆଧାରରେ ୨୭% ସଂରକ୍ଷଣ ଦେଉନାହାଁନ୍ତି ଓଡିଶା ସରକାର। ବିଜେପି ଏଥିପାଇଁ ଆଗକୁ ଆନ୍ଦୋଳନ କରିବ ଏବଂ ପଛୁଆବର୍ଗର ସ୍ୱାର୍ଥ ପାଇଁ ଲଢେଇ ଜାରୀ ରଖିବ ବୋଲି ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ କେ.ଲକ୍ଷ୍ମଣ କହିଛନ୍ତି।

ଓବିସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ଶ୍ରୀ ଲକ୍ଷ୍ମଣ କହିଛନ୍ତି ଯେ, ଦେଶର ପଛୁଆ ବର୍ଗଙ୍କ ବିକାଶ ପାଇଁ ମୋଦି ସରକାର ବହୁ ଐତିହାସିକ ନିଷ୍ପତି ନେଇଛନ୍ତି। ପ୍ରଥମ ଥର ପାଇଁ ସ୍ୱାଧୀନତାର ୭୫ ବର୍ଷ ପରେ କେନ୍ଦ୍ରରେ ମୋଦି ସରକାର ନିଜ ମନ୍ତ୍ରୀମଣ୍ଡଳରେ ଓବିସି ବର୍ଗକୁ ପ୍ରତିନିଧିତ୍ୱ କରୁଥିବା ୨୭ ଜଣଙ୍କୁ ସ୍ଥାନିତ କରି ପଛୁଆ ବର୍ଗକୁ ସମ୍ମାନ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ସମସ୍ତ ଜନ ଓ ଗରୀବକଲ୍ୟାଣ ଯୋଜନାର ସୁଫଳକୁ ସାଧାରଣ ଜନତାଙ୍କ ପାଖକୁ ପହଂଚାଇବା ଓବିସି ମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ମୁଖ୍ୟ ଦାୟୀତ୍ୱ ବୋଲି ଶ୍ରୀ ଲକ୍ଷ୍ମଣ କହିଛନ୍ତି।

୨୮ ବର୍ଷ ପୂର୍ବେ ଗଠନ ହୋଇଥିବା ଦନ୍ତହୀନ ରାଷ୍ଟ୍ରୀୟ ଓବିସି କମିଶନକୁ ଜୁଡିସିଆଲ ପାୱାର ପ୍ରଦାନ କରି ମୋଦି ସରକାର ପଛୁଆ ବର୍ଗକୁ ସେମାନଙ୍କ ସାମ୍ବିଧାନିକ ହକ୍ ପ୍ରଦାନ କରିଛନ୍ତି। ମେଡିକାଲ ଓ ଡେଂଟାଲ ଶିକ୍ଷାରେ ସ୍ୱତନ୍ତ୍ର ଭାବେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସୃଷ୍ଟି କରିବା ସହିତ ନବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ସୈନିକ ସ୍କୁଲରେ ଶିକ୍ଷାଦାନ କ୍ଷେତ୍ରରେ ପ୍ରଥମ ଥର ପାଇଁ ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ବହୁ ଦିନ ଧରି ଖାଲି ପଡି ରହିଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କରେ ପଛୁଆ ବର୍ଗଙ୍କ ପାଇଁ ଉଦ୍ଧିଷ୍ଟ ୯ ହଜାରରୁ ଉର୍ଦ୍ଧ୍ୱ ଅଧ୍ୟାପକ ପଦବୀ ପୁରଣ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ କାରଣରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସକୁ ମୁଳମନ୍ତ୍ର କରି ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଯେଉଁଭଳି ଦେଶକୁ ବିକାଶ ପଥରେ ଆଗେଇ ନେଉଛନ୍ତି। ସେହିପରି ଓଡିଶାରେ ମଧ୍ୟ ସ୍ଥାଣୁ ପାଲଟିଥିବା ଓ ବହୁସଂଖ୍ୟକ ବର୍ଗଙ୍କୁ ଉପେକ୍ଷା କରୁଥିବା ଶାସକ ବିଜେଡିକୁ କ୍ଷମତାରୁ ଅପସାରଣ କରି ବିକାଶ ଧାରାରେ ଓଡିଶାକୁ ସାମିଲ କରିବା ପାଇଁ ଶ୍ରୀ ଲକ୍ଷ୍ମଣ ଆହ୍ୱାନ ଦେଇଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଓବିସି ମୋର୍ଚ୍ଚା ରାଜ୍ୟକାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ କେ.ଲକ୍ଷ୍ମଣ, ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ପୂର୍ବତନ ସାଂସଦ ଐର ଖାରବେଳ ସ୍ୱାଇଁ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ଦୁଷ୍ମନ୍ତ ଦାଶ, ପୁଷା ରାଜୁ ପ୍ରମୁଖ ଉପସ୍ଥିତ ରହି ଦଳୀୟ ସଂଗଠନରେ ମୋର୍ଚ୍ଚାର ଭୂମିକା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ଓବିସି ବର୍ଗ ଯୁବକ ଯୁବତୀମାନଙ୍କୁ ଆତ୍ମ ନିର୍ଭର ଓ ସ୍ୱୟଂସଂପର୍ଣ୍ଣ କରିବା ପାଇଁ ଓବିସି ଡେଭଲପ୍‌ମେଂଟ୍ ଫାଇନାନ୍ସ କର୍ପୋରେସନ୍ ମାଧ୍ୟମରେ ଋଣ ଯୋଗାଣ, ସ୍କିଲ୍ ଟ୍ରେନିଂ ଓ କର୍ମନିଯୁକ୍ତିର ବ୍ୟବସ୍ଥା କରାଇ ଏହି ବର୍ଗର ବିକାଶ ପାଇଁ ନିଷ୍ଠାପର ଉଦ୍ୟମ କରିଥିବାରୁ ଆଜିର କାର୍ଯ୍ୟକାରିଣୀ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରସରକାରଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଉଛି। ପଛୁଆ ବର୍ଗର ଓଡିଆ ଝିଅ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଯେଉଁଭଳି ଅମାନବୀୟ ଭାବେ ନିର୍ମମ ହତ୍ୟା କରି ପୋଡି ଓ ପୋତି ଦିଆଗଲା, ତାହା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି ଏବଂ ସେହି ହତ୍ୟା ଷଡଯନ୍ତ୍ର ପଛରେ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଯେତିକି ଚିନ୍ତାଜନକ ତାଠାରୁ ଆହୁରି ଦୁର୍ଭାଗ୍ୟଜନକ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କର ଅପରାଧି ମନ୍ତ୍ରୀଙ୍କୁ ଘଂଟ ଘୋଡାଇବା। ରାଜ୍ୟରେ ହତ୍ୟା, ଧର୍ଷଣ, ଶିଶୁ ନିଖୋଜ ସଂଖ୍ୟା ବହୁମାତ୍ରାରେ ବଢିଚାଲୁଥିବାରୁ କାର୍ଯ୍ୟକାରିଣୀ ଗଭୀର ଉଦବେଗ ପ୍ରକାଶ କରିଛି। ପଛୁଆବର୍ଗ ଜାତି ପ୍ରମାଣ ପତ୍ର ଦେବାରେ ତହସିଲ୍ ଅଫିସ୍‌ମାନଙ୍କରେ ଯେପରି ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି, ତାହା ପଛୁଆ ବର୍ଗମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ କହିଲେ ଅତ୍ୟୁକ୍ତି ହେବନାହିଁ। କ୍ରିମିଲେୟାର ନାମରେ ମନମାନୀ କରି ଅଧିକାରୀମାନେ ଫେରାଇ ଦେଉଛନ୍ତି। ସ୍ୱଳ୍ପ ବେତନ ଭୋଗୀ କର୍ମଚାରୀଙ୍କର ପିଲାମାନେ କାହିଁକି ସଂରକ୍ଷଣ ସୁବିଦାରୁ ବଂଚିତ ହେବେ, ଏ ପ୍ରଶ୍ନର ଉତର ରାଜ୍ୟ ସରକାର ଆଜିଯାଏଁ ସ୍ପଷ୍ଟ କରୁନଥିବାରୁ କାର୍ଯ୍ୟକାରିଣୀ କ୍ଷୋଭ ପ୍ରକାଶ କରିଛି। ମାନନୀୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଚିଠି ଲେଖି ଦାବି କରିବା ପରେ ଜାତୀୟ ଓବିସି କମିଶନଙ୍କ ଗସ୍ତ ଅବ୍ୟବହିତ ପୂର୍ବରୁ ତରବରିଆ ଭାବେ ଯେଉଁ ଅଧ୍ୟକ୍ଷ ନିଯୁକ୍ତି କରାଗଲା, ତାଙ୍କୁ ଏପର୍ଯ୍ୟନ୍ତ ନ୍ୟାୟିକ କ୍ଷମତା ପ୍ରଦାନ ନକରିବା ଏବଂ ସବୁ କ୍ଷମତାକୁ ରାଜ୍ୟ ସରକାର ନିଜେ ଜାବୁଡି ଧରିବା ପ୍ରମାଣ କରୁଛି ଯେ, ରାଜ୍ୟ ସରକାର ୫୪ପ୍ରତିଶତ ପଛୁଆବର୍ଗଙ୍କ ଉନ୍ନତି ଚାହୁଁ ନାହାନ୍ତି, ଯାହାକୁ ନେଇ କାର୍ଯ୍ୟକାରିଣୀ ଅସନ୍ତୋଷ ପ୍ରକାଶ କରିଛି। ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ରାଜ୍ୟର ୮ଟି ଜିଲ୍ଲାରେ ଗୋଟିଏ ବି ଜିଲ୍ଲା ପରିଷଦ ସ୍ଥାନ ଓବିସିମାନଙ୍କ ପାଇଁ ସଂରକ୍ଷିତ ନାହିଁ। ଏହା ଅତ୍ୟନ୍ତ ବେଆଇନ୍ ଓ ପଛୁଆବର୍ଗଙ୍କ ବିକାଶ ବିରୋଧି ମାନସିକତା ନୁହେଁ ତ ଆଉ କଣ ବୋଲି କାର୍ଯ୍ୟକାରିଣୀ ପ୍ରଶ୍ନ କରିଛି। ସବୁଠାରୁ ଅଧିକ ଜନସଂଖ୍ୟା ଥିବା ବର୍ଗଙ୍କର ବିକାଶକୁ ଯଦି ରାଜ୍ୟ ସରକାର ଜାଣି ଜାଣି ପଥରୋଧ କରିବେ ତେବେ ଏ ରାଜ୍ୟର ସାମଗ୍ରିକ ବିକାଶ ଆଶା କରିବା କିପରି? ରାଜ୍ୟ ସରକାରଙ୍କ ପଛୁଆବର୍ଗଙ୍କ ପ୍ରତି ଏହି ହୀନ ମାନସିକତା ଓ ଉପେକ୍ଷାକୁ କାର୍ଯ୍ୟକାରିଣୀ ଦୃଢ ବିରୋଧ କରିଛିି। ଅଢେଇ କୋଟି ଓବିସି ବର୍ଗଙ୍କୁ ପକ୍ଷରୁ ସେମାନଙ୍କର ସାମ୍ବିଧାନିକ ଅଧିକାର ଓ ହକ୍ ମିଳିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବା ପାଇଁ ଆଜି ରାଜ୍ୟ କାର୍ଯ୍ୟକାରିଣୀରେ ସଂକଳ୍ପ ପାରିତ ହୋଇଛି।

ମୋର୍ଚ୍ଚା ରାଜ୍ୟ ଉପସଭାପତି ସୁକାନ୍ତ କୁମାର ବିଶ୍ୱାଳ ସର୍ବପ୍ରଥମେ ଅତିଥି ପରିଚୟ ପ୍ରଦାନ କରିବା ସହିତ ମମିତା ମେହେର, ଦିବଙ୍ଗତ କୋଭିଡ ଯୋଦ୍ଧା ଏବଂ କାର୍ଯ୍ୟକର୍ତାଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କରିଥିଲେ। ରାଜ୍ୟ ସାଧାରଣ ସଂପାଦକ ପ୍ରତାପ ପ୍ରଧାନ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିବାବେଳେ ବରିଷ୍ଟ ଉପସଭାପତି ସୁବାଷ ଜେନା ଓ ରାଜ୍ୟ ସଂପାଦକ ସିଦ୍ଧାର୍ଥ ଶଙ୍କର ପତି ପ୍ରସ୍ତାବକୁ ସମର୍ଥନ କରିଥିଲେ। ଅନ୍ୟତମ ସାଧାରଣ ସଂପାଦକ ଇଂ.ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ ମୋର୍ଚ୍ଚାର ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ କାର୍ଯ୍ୟକାରିଣୀକୁ ଅବଗତ କରିଥିଲେ। ଆଜିର ଏହି ବୈଠକକୁ ରାଜ୍ୟ ପଦାଧିକାରୀ ସଂଗ୍ରାମ ନାୟକ, ସୁଶାନ୍ତ ଜେନା, ଜଗନ୍ନାଥ ସ୍ୱାଇଁ, ଉପେନ୍ଦ୍ର ଭଞ୍ଜ, ପ୍ରଶାନ୍ତ ନାଏକ, କବିତା ଲେଙ୍କା ପ୍ରମୁଖ ସହଯୋଗ କରିଥଲେ ଏବଂ ବରିଷ୍ଠ ଉପସଭାପତି ରାମଚନ୍ଦ୍ର ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ।

ରାଜନୈତିକ ଚିଠା ପ୍ରସ୍ତାବ

ଓଡିଶା ବିଜେପି ଓବିସି ମୋର୍ଚ୍ଚାର ପ୍ରଥମ କାର୍ଯ୍ୟକାରିଣୀ ବୈଠକର ରାଜନୈତିକ ଚିଠା ପ୍ରସ୍ତାବ :-ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ପଛୁଆବର୍ଗ ମାନଙ୍କର ସାମ୍ବିଧାନିକ ଅଧିକାରକୁ ସୁନିଶ୍ଚିତ କରାଇବା ପାଇଁ ଯେଉଁ ସବୁ ଉଲ୍ଲେଖନୀୟ ପଦକ୍ଷେପମାନ ଗ୍ରହଣ କରିଛନ୍ତି ତାହା ୫୨ପ୍ରତିଶତ ପଛୁଆବର୍ଗଙ୍କ ପ୍ରତି ଥିବା ତାଙ୍କର ସମ୍ବେଦନଶୀଳତାକୁ ପ୍ରମାଣିତ କରୁଛି। କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସର୍ବାଧିକ ୨୭ଜଣ ଓବିସି ବର୍ଗର ମନ୍ତ୍ରୀଙ୍କୁ ସାମିଲ କରି ସଂଖ୍ୟାଧିକ ବର୍ଗ ଲୋକମାନଙ୍କର ଉପଯୁକ୍ତ ପ୍ରତିନିଧିତ୍ୱ କରାଇଛନ୍ତି। ପ୍ରଧାନମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ଓବିସି ଛାତ୍ରଛାତ୍ରୀମାନଙ୍କୁ ୨୭ପ୍ରତିଶତ ସଂରକ୍ଷଣ ସାଙ୍ଗକୁ ମେଡିକାଲ ଓ ଡେଂଟାଲ ଶିକ୍ଷା କ୍ଷେତ୍ରରେ ସ୍ୱତନ୍ତ୍ର ଭାବେ ୨୭% ସଂରକ୍ଷଣ ଘୋଷଣା କରି ତାହା କାର୍ଯ୍ୟକାରୀ କରାଇଛନ୍ତି। ସରକାରୀ ସଂସ୍ଥା ଗୁଡିକ ବ୍ୟତୀତ ପବ୍ଲିକ ସେକ୍ଟରେ କମ୍ପାନୀ ଗୁଡିକର ମଧ୍ୟ ନିଯୁକ୍ତି କ୍ଷେତ୍ରରେ ୨୭% ସଂରକ୍ଷଣକୁ ସୁନିଶ୍ଚିତ କରାଇଛନ୍ତି। ଓବିସି ବର୍ଗ ଯୁବକ ଯୁବତୀମାନଙ୍କୁ ଆତ୍ମ ନିର୍ଭର ଓ ସ୍ୱୟଂସମ୍ପୂର୍ଣ୍ଣ କରିବା ପାଇଁ ଓବିସି ଡେଭଲପ୍‌ମେଂଟ୍ ଫାଇନାନ୍ସ କର୍ପୋରେସନ୍ ମାଧ୍ୟମରେ ଋଣ ଯୋଗାଣ, ସ୍କିଲ୍ ଟ୍ରେନିଂ ଓ କର୍ମନିଯୁକ୍ତିର ବ୍ୟବସ୍ଥା କରାଇ ଏହି ବର୍ଗ ବିକାଶ ପାଇଁ ଯେଉଁଭଳି ନିଷ୍ଠାପର ଉଦ୍ୟମ କରିଛନ୍ତି ସେଥିପାଇଁ ଆଜିର କାର୍ଯ୍ୟକାରିଣୀ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରସରକାରଙ୍କୁ ହାର୍ଦ୍ଧିକ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଉଛି।

ଓବିସି ବର୍ଗର ମହିଳା ଓ ଶିଶୁଙ୍କୁ ନ୍ୟାୟ ମିଳୁ :-ପଛୁଆ ବର୍ଗର ଓଡିଆ (ବୁଣା କାରି ପରିବାର) ଝିଅ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଯେଉଁଭଳି ଅମାନବୀୟ ଭାବେ ନିର୍ମମ ହତ୍ୟାକାରି, ପୋଡି ପୋତି ଦିଆଗଲା, ତାହା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି ଏବଂ ସେହି ହତ୍ୟା ଷଡଯନ୍ତ୍ର ପଛରେ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଯେତିକି ଚିନ୍ତାଜନକ ତାଠାରୁ ଆହୁରି ଦୁର୍ଭାଗ୍ୟଜନକ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କର ଅପରାଧି ମନ୍ତ୍ରୀଙ୍କୁ ଘଂଟ ଘୋଡାଇବା। ନିମ୍ନ ମଧ୍ୟବିତ ପରିବାରର ରୋଜଗାରିଆ, ଝିଅର ଦୁଃଖଦ ବିୟୋଗ ପରେ ନିରପେକ୍ଷ ତଦନ୍ତ କରିବା ପାଇଁ ଅଭିଯୁକ୍ତ ମନ୍ତ୍ରୀଙ୍କ ଇସ୍ତଫା ଅଥବା ବହିଷ୍କାର ନହେଲେ ପରିବାର ନ୍ୟାୟ ପାଇବ ନାହିଁ। ସବୁଠୁ ଉଦବେଗର ବିଷୟ ହେଉଛି ଯେ, ରାଜ୍ୟବାସୀ ଏଭଳି ପରିସ୍ଥିତିରେ ନିଜ ନିଜର ଝିଅ ଓ ବୋହୂ ମାନଙ୍କୁ ଶିକ୍ଷା ଓ କର୍ମ ନିଯୁକ୍ତି ଭଳି କାର୍ଯ୍ୟରେ ପଦାକୁ କିପରି ଛାଡିବେ କାହା ଭରସାରେ ଛାଡିବେ। ପୂର୍ବରୁ ଓବିସି ବର୍ଗର ଝିଅ ଇତିଶ୍ରୀ, ମାଧବୀ ଲତା, ସ୍ମିତା ବିଶ୍ୱାଳ ଓ ପରି ସମେତ ଅନେକ ହତ୍ୟା ପଛରେ ଶାସକ ବିଜେଡି ସମ୍ପୃକ୍ତି ରାଜ୍ୟବାସୀ ଅନୁଭବ କରିଛନ୍ତି। ରାଜ୍ୟରେ ହତ୍ୟା, ଧର୍ଷଣ, ଶିଶୁ ନିଖୋଜ ସଂଖ୍ୟା ବହୁମାତ୍ରାରେ ବଢିଚାଲିଛି। ଏସବୁ ଘଟଣାର କାର୍ଯ୍ୟକାରିଣୀ ଗଭୀର ଉଦବେଗ ପ୍ରକାଶ କରୁଛି।

ଓବିସିଙ୍କୁ ରାଜ୍ୟ ସରକାରଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କରିଛନ୍ତି :-ଶିକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାର ଓ ଅନ୍ୟ ରାଜ୍ୟ ସରକାରମାନେ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ୨୭ପ୍ରତିଶତ ସଂରକ୍ଷଣ ଯୋଗାଇଥିବାବେଳେ ଓଡିଶାରେ ଶାସକ ବିଜୁ ଜନତା ଦଳ ଜାଣିଶୁଣି ପଛୁଆବର୍ଗଙ୍କୁ ସେମାନଙ୍କର ଅଧିକାରରୁ ବଂଚିତ କରାଇଛନ୍ତି। ଫଳରେ ପଛୁଆବର୍ଗର ଓଡିଆ ଛାତ୍ର ଛାତ୍ରୀମାନେ ଦେଶର ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ଭଳି ଉଚ୍ଚଶିକ୍ଷା ପାଇବାରୁ ବଂଚିତ ହେଉଛନ୍ତି।ନିଯୁକ୍ତି କ୍ଷେତ୍ରରେ ପଛୁଆବର୍ଗଙ୍କୁ ସର୍ବଭାରତୀୟ ସ୍ତରରେ ୨୭ପ୍ରତିଶତ ସଂରକ୍ଷଣ ମିଳୁଥିବା ବେଳେ ଆଶ୍ଚର୍ଯ୍ୟ ଜନକ ଭାବେ ରାଜ୍ୟ ସରକାର ତାକୁ ୧୧-୨୫ ଘୋଷଣା କରି ମାତ୍ର ୨/୩ ପ୍ରତିଶତ ସଂରକ୍ଷଣ ଦେଇ ଧର୍ମକୁ ଆଖିଠାର ମାରୁଛନ୍ତି। ଏପରିକି କେତେକ ବିଜ୍ଞାପନରେ ଓବିସି ସଂରକ୍ଷଣ ଆଦୌ ରହୁନାହିଁ। ରାଜ୍ୟର ସରକାରୀ ଉଦ୍ୟୋଗ ଗୁଡିକରେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ନାହିଁ।ଆତ୍ମ ନିର୍ଭର ଓ ଆତ୍ମ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ଋଣ ଓ ଅନ୍ୟାନ୍ୟ ସୁବିଧା ଓବିସି ଡେଭଲପମେଂଟ୍ ଫାଇନାନ୍ସ କୋପରେଟିଭ୍ କର୍ପୋରେସନ୍ ୨୦୦୮ ମସିହାରୁ ଆଜି ପର୍ଯ୍ୟନ୍ତ ଜଣେ ବି ବେକାର ଯୁବକ ଯୁବତୀଙ୍କୁ ଋଣ କିମ୍ବା ଝଳସକ୍ଷକ୍ଷ ଞକ୍ସବସଦ୍ଭସଦ୍ଭଶ ଦେଇନାହିଁ। ସଂସ୍ଥାର ଜଣେ ବି ପୂର୍ଣ୍ଣକାଳୀନ ଅଧିକାରୀ ନାହାଁନ୍ତି। ଏଥିରୁ ସରକାରଙ୍କ ଓବିସି ଉନ୍ନୟନ ମନୋବୃତି ସ୍ପଷ୍ଟ ବାରି ହେଇଯାଉଛି।ପଛୁଆବର୍ଗ ଜାତି ପ୍ରମାଣ ପତ୍ର ଦେବାରେ ତହସିଲ୍ ଅଫିସ୍ ମାନଙ୍କରେ ଯେପରି ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି ତାହା ସେହି ବର୍ଗମାନଙ୍କ ପ୍ରତି ବୈମାତ୍ୱ ମନୋଭାବ କହିଲେ ଅତ୍ୟୁକ୍ତି ହେବନାହିଁ। କ୍ରିମିଲେୟାର ନାମର ମନମାନୀ କରି ଅଧିକାରୀମାନେ ଫେରାଇ ଦେଉଛନ୍ତି। ସ୍ୱଳ୍ପ ବେତନ ଭୋଗୀ କର୍ମଚାରୀଙ୍କର ପିଲାମାନେ କାହିଁକି ଏଥିରୁ ବଂଚିତ ହେବେ ଏ ପ୍ରଶ୍ନର ଉତର ରାଜ୍ୟ ସରକାର ଆଜିଯାଏଁ ସ୍ପଷ୍ଟ କରୁନାହାଁନ୍ତି।ରାଜ୍ୟ ସରକାର ଯଦି ଭାବୁଛନ୍ତି ଯେ, ଓବିସି ମାନଙ୍କୁ ଦୟାକରୁଛନ୍ତି, ତେବେ ତାହା ତାଙ୍କର ଭୁଲ୍ ଧାରଣା। ଓବିସି ବର୍ଗ କାହା ଦୟାନୁହେଁ ସେମାନଙ୍କର ସାମ୍ବିଧାନିକ ଅଧିକାର ଚାହୁଁଛନ୍ତି ଏବଂ ମୁଷ୍ଟିମେୟ କିଛି ବ୍ୟକ୍ତି ବା ନେତା ସେମାନଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରି ପାରିବେନାହିଁ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦେଉଛି।

କ୍ଷମତାହୀନ କମିଶନ୍ :-ଦୀର୍ଘଦିନ ଧରି ଖାଲି ପଡିଥିବା ରାଜ୍ୟ ଓବିସି କମିଶନକୁ ଗଠନ କରିବାକୁ ପଛୁଆବର୍ଗଙ୍କ ତରଫରୁ ବାରମ୍ବାର ଦାବି ପରେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କଲେନାହିଁ। ମାନନୀୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଚିଠି ଲେଖି ଦାବି କରିବା ପରେ ଜାତୀୟ କମିଶନଙ୍କ ଗସ୍ତ ଅବ୍ୟବହିତ ପୂର୍ବରୁ ତରବରିଆ ଭାବେ ଯେଉଁ ଅଧ୍ୟକ୍ଷ ନିଯୁକ୍ତି କରାଗଲା, ତାଙ୍କୁ ଏପର୍ଯ୍ୟନ୍ତ ନ୍ୟାୟିକ କ୍ଷମତା ପ୍ରଦାନ ନକରିବା ଏବଂ ସବୁ କ୍ଷମତାକୁ ରାଜ୍ୟ ସରକାର ଜାବୁଡି ଧରିବା ପ୍ରମାଣ କରୁଛି ଯେ, ରାଜ୍ୟ ସରକାର ୫୨ପ୍ରତିଶତ ପଛୁଆବର୍ଗଙ୍କ ଉନ୍ନତି ଚାହୁଁନାହାଁନ୍ତି।

କେଉଁ କେଉଁ ଜାତି ଓବିସି ତାଲିକା ଅନ୍ତର୍ଭୁକ୍ତ ହେବେ ସେ ଦାୟିତ୍ୱ କେନ୍ଦ୍ର ସରକାର ଆଇନ କରି ରାଜ୍ୟ ହାତରେ ନ୍ୟସ୍ତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅନେକ ଜାତି, ଉପଜାତିର ଲୋକେ ନିଷ୍ପତିକୁ ଅପେକ୍ଷା କରି ରହିଛନ୍ତି। ରାଜ୍ୟରେ ଓବିସି ଜାତିବର୍ଗଙ୍କ ନାମ ଏସଇବିସି ତାଲିକାରେ ନଥିବା ଆଶ୍ଚର୍ଯ୍ୟଜନକ ବିଷୟ ନୁହେଁ କି?

ପଂଚାୟତ ନିର୍ବାଚନ ସଂରକ୍ଷଣରେ ଓବିସିଙ୍କୁ ଉପେକ୍ଷା :-୧୯୯୬ ମସିହାରୁ ଆଜି ପର୍ଯ୍ୟନ୍ତ ପଂଚାୟତ ଓ ପୌର ନିର୍ବାଚନର ଓବିସି ବର୍ଗଙ୍କ ପାଇଁ ୨୭ପ୍ରତିଶତ ସ୍ଥାନ ସଂରକ୍ଷଣ ଚାଲିଆସୁଥିବା ବେଳେ ରାଜ୍ୟ ସରକାର ନିଜେ ଡାହାଣି ଓ ନିଜେ ଗୁଣିଆ ହୋଇ ଷଡଯନ୍ତ୍ର କରି ଓବିସି ସଂରକ୍ଷଣକୁ ଯଥେଷ୍ଟ କମାଇ ଦେଲେ। ଆଇନ୍ ସଂଶୋଧନ ନାମରେ ସ୍ପଷ୍ଟତା ନକରି ୧୨ ପ୍ରତିଶତ ମଧ୍ୟରେ ସୀମିତ କଲେ ଓବିସିିଙ୍କୁ। ଏପରିକି ୮ଟି ଜିଲ୍ଲାରେ ଜିଲ୍ଲା ପରିଷଦ ସ୍ଥାନ ଗୋଟିଏ ବି ଓବିସିଙ୍କ ପାଇଁ ସଂରକ୍ଷିତ ନାହିଁ। ଏହା ଅତ୍ୟନ୍ତ ବେଆଇନ୍ ଓ ପଛୁଆବର୍ଗଙ୍କ ବିକାଶ ବିରୋଧି ମାନସିକତା ନୁହେଁ ତ ଆଉ କଣ?

ରାଜ୍ୟ ମନ୍ତ୍ରୀମଣ୍ଡଳର ପଛୁଆ ବର୍ଗଙ୍କ ନଗଣ୍ୟ ପ୍ରତିନିଧିତ୍ୱ ରାଜ୍ୟ ସରକାରଙ୍କ ଓବିସି ବିରୋଧି ମାନସିକତାକୁ ସ୍ପଷ୍ଟ ପ୍ରମାଣିତ କରୁଅଛି।ସବୁଠାରୁ ଅଧିକ ଜନସଂଖ୍ୟା ଥିବା ବର୍ଗଙ୍କର ବିକାଶକୁ ଯଦି ରାଜ୍ୟ ସରକାର ଜାଣି ଜାଣି ପଥରୋଧ କରିବେ ତେବେ ଏ ରାଜ୍ୟର ସାମଗ୍ରିକ ବିକାଶ ଆଶା କରିବା କିପରି? ରାଜ୍ୟ ସରକାରଙ୍କ ପଛୁଆବର୍ଗଙ୍କ ପ୍ରତି ଏହି ହୀନ ମାନସିକତା ଓ ଉପେକ୍ଷାକୁ ରାଜ୍ୟ ଓବିସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ଦୃଢ ବିରୋଧ କରୁଛି। ଅଢେଇ କୋଟି ଓବିସି ବର୍ଗଙ୍କୁ ପକ୍ଷରୁ ସେମାନଙ୍କର ସାମ୍ବିଧାନିକ ଅଧିକାର ଓ ହକ୍ ମିଳିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବା ପାଇଁ ଆଜି ରାଜ୍ୟ କାର୍ଯ୍ୟକାରିଣୀର ସଂକଳ୍ପ ପାରିତ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.