Home ଜିଲ୍ଲା ପରିକ୍ରମା ମେଡିକାଲରେ କୋଭିଡ ଟୀକାକରଣ ଜାରି

ମେଡିକାଲରେ କୋଭିଡ ଟୀକାକରଣ ଜାରି

10

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଗୁରୁବାର ୬୮ଜଣ କୋଭିଡ ଯୋଦ୍ଧାଙ୍କୁ କରୋନା ଟୀକାକରଣ କରାଯାଇଛି । ସକାଳ ୯ଟା ରେ ସ୍ଥାନୀୟ ମେଡିକାଲ ସୁପରିନଟେଣ୍ଡେଣ୍ଟ ତଥା ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କମଳାକାନ୍ତ ସ୍ୱାଇଁଙ୍କ ଉପସ୍ଥିତିରେ ଟୀକାକରଣ ଆରମ୍ଭ କରାଯାଇଥିଲା । ଟୀକାକରଣ ସକାଳ ୯ଟା ରୁ ଆରମ୍ଭ କରାଯାଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା । ଏଥିରେ ୧୮ ଜଣ ଏ.ଏନ.ଏମ., ୨୧ ଅଙ୍ଗନୱାଡି କର୍ମୀ ଓ ସହାୟିକା, ୧୨ଜଣ ଆଶାକର୍ମୀ ଓ ୧୭ଜଣ ପାରାମେଡିକାଲ କର୍ମଚାରୀ ଟୀକା ଗ୍ରହଣ କରିଥିଲେ । ଟୀକାଗ୍ରହଣ କରିଥିବା ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରହିଥିବା ଜଣାଯାଇଛି । ଆଜି ଟୀକା ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ଦୁଇ ସପ୍ତାହ ପରେ ଦ୍ୱିତୀୟ ଡୋଜ ଟୀକାକରଣ କରାଯିବ । ପିଏଚଇଓ ଅନୀତାରାଣୀ ରାଉତ, ବିପିଏମ ରଶ୍ମିରେଖା ପୃଷ୍ଟି, ବିଏଏମ ରଞ୍ଜିତ ବରାଳ, ବିଡିଏମ ଶୁଭ୍ରା ଗାଙ୍ଗୁଲି, ସ୍ୱାସ୍ଥ୍ୟ ପରିଦର୍ଶକ ମନୋରଞ୍ଜନ ରାଉତ, ଫାର୍ମଶିଷ୍ଟ ପଙ୍କଜ କୁମାର ବେହେରା, ନର୍ସ ପ୍ରମିଳା ରାଉତ, ଶୁଶ୍ରୀ ସଙ୍ଗୀତା ଜେନା, ଅନୁପମା ଦାସ, କର୍ମଚାରୀ ଲଲାଟ କୁମାର ପାଢୀ, ବାଦୁଦେବ ଉପାଧ୍ୟୟ, ଭରତ ପାତ୍ର ପ୍ରମୁଖ ଟୀକାକରଣ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.