Home ଜିଲ୍ଲା ପରିକ୍ରମା ଧାନମଣ୍ଡି ରେ ଉପୁଜିଥିବା ସମସ୍ୟା ସଂପର୍କରେ ବିଜେପି ଦଳର ସାମ୍ବାଦିକ ସମ୍ମିଳନୀ

ଧାନମଣ୍ଡି ରେ ଉପୁଜିଥିବା ସମସ୍ୟା ସଂପର୍କରେ ବିଜେପି ଦଳର ସାମ୍ବାଦିକ ସମ୍ମିଳନୀ

149

ମାଲକାନଗିରି,୩୦ା୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବିଭିନ୍ନ ଧାନମଣ୍ଡିରେ ଲାଗିରହିଥିବା ନାନାପ୍ରକାର ସମସ୍ୟା ସଂପର୍କରେ ବିଜେପି ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ଆଜିସକାଳେ ସ୍ଥନୀୟ ସର୍କିଟହାଉସ ଠାରେ ମାଲକାନଗିରି ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି ଙ୍କ ଅଧ୍ୟ କ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ବିଧାୟକ ଆଦିତ୍ୟମାଢି ଯୋଗଦେଇ ମାଲକାନଗିରି ଜିଲ୍ଲାରେ ଗରିବ ଚାଷୀମାନଙ୍କ ଧାନ ଏବେ ବି ବିଭିନ୍ନ ମଣ୍ଡିରେ ଓ ସାମାନଙ୍କ ଖଳାରେ ପଡିରହିଛି ।ଜିଲ୍ଲାର ବିଭିନ୍ନ ମଣ୍ଡିରୁ ଗତ ତିନିସପ୍ତାହ ହେଲା ଚାଷୀମାନଙ୍କ ଧାନ ଉଠାଯାଇନାହିଁ,ଜିଲ୍ଲାରେ ଉତ୍ପାଦନ ହୋଇଥିବା ଧାନର ମାତ୍ର ଏକ ତୃତୀୟାଶଂ ଜାନୁଆରୀ ମାସ ସୁଦ୍ଧା ଉଠାଯାଇଛି, ରାଜ୍ୟସରକାର କୃଷିନୀତି ଅନୁସାରେ ପ୍ରତ୍ୟେକ ଚାଷୀଙ୍କୁ ବସ୍ତା ଫେରାଇବାର ନିୟମ ଥିଲେ ମଧ୍ୟ ବସ୍ତା ଫେରା ଯାଉନାହିଁକି ଟଙ୍କା ଦିଆ ଯାଉନାହିଁ,ରାଜ୍ୟସରକାର ମାଲକାନଗିରି ଜିଲ୍ଲାରେ ପୃଷ୍ଟିକର ଚାଉଳ ବଟଂନ ପାଇଁ ପରୀକ୍ଷାମୁଳକ ଭାବେ ଗ୍ରହଣ କରିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ମିଲରଙ୍କୁ ମେସିନ ଯୋଗଇ ଦିଆଯାଇନାହିଁ,ପଶ୍ଚିମ ଓଡିଶା ବରଗଡ ଜିଲ୍ଲାର ଚାଷୀମାନେ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ଥିବାରୁ ସେମାନଙ୍କ ଧାନ ଠିକଭାବେ ଉଠାଯାଇପାରିଛି,ମାଲକାନଗିରି ଚାଷୀ ମାନଙ୍କ ପାଇଁ ଅନଲାଇନ, ଟୋକ୍‌ନ ବ୍ୟବସ୍ଥା କାଳହୋଇଛି, ଚାଷୀମାନଙ୍କ ନାମ ଲ୍ୟାମ୍ପସଂ ରୁ ଉଭାନ ହୋଇଯାଇଛି,ଜିଲ୍ଲାରେ ୩୦ହଜାର ଚାଷୀମାନଙ୍କ ନାମପଜିଂକୃତ ହୋଇ ପ୍ରଥମ ପର୍ଯ୍ୟାୟରେ ୮ହଜାର କୁଇଟଂଲ ଧାନ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆଉ ଦୁଇହଜାର କୁଇଁଟାଲ ଧାନ ଟାର୍ଗେଟ ବଢା ଯାଇଥିଲେ ମଧ୍ୟ ଚାଷୀମାନଙ୍କ ପାଖରେ ଏବେ ବି ୧୦ହଜାର କୁଇଂଟାଲ ଧାନଗଛିତ ହୋଇ ରହିଛି,ମଣ୍ଡିରେ ଧାନ କ୍ରୟର ଟାର୍ଗେଟ ବଢାଇ ଚାଷୀମାନଙ୍କ ଠାରୁ ଧାନକ୍ରୟ କରାଯାଉ,ସମସ୍ତ ଧାନ ମଣ୍ଡିରୁ ଆସନ୍ତା ଫେବୃଆରି ମାସ୭ତାରିଖ ସୁଦ୍ଧା ମିଲର ମାନେ ନ ଉଠାନ୍ତି ତେବେ ବିଜେପି ଦଳ ପକ୍ଷରୁ ଜିଲ୍ଲାରେ ବିରାଟ ଜନଆନ୍ଦୋଳନ କରାଯାଇ ସମସ୍ତ ଚାଷୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବିଧାୟକ ଶ୍ରୀ ମାଢି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମାଣିକଲାଲ ଚକ୍ରବର୍ତି,ସାବିତ୍ରୀ ପଡିଆମି, ସୁବାଷପଡିଆମି,ସାମଲ ସୋନାନୀ,ସଂଜୟସରକାର,ପ୍ରମୁଖ ଭାଜପା ନେତା,କର୍ମୀ ଓ ଚାଷୀ ମାନେ ଉପସ୍ଥିତ ରହି ଆଲୋଚାନାରେ ଭାଗନେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.