Home ଜିଲ୍ଲା ପରିକ୍ରମା ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଯୋଜକ କନ୍‌ଭେନ୍‌ସନ ଓ ପଞ୍ଚାୟତରାଜ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା

ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଯୋଜକ କନ୍‌ଭେନ୍‌ସନ ଓ ପଞ୍ଚାୟତରାଜ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା

57

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଭଦ୍ରକ ଜିଲ୍ଳାସ୍ତରୀୟ ବ୍ଲକ ଓ ଆଞ୍ଚଳିକ ସଂଯୋଜକମାନଙ୍କ ସାଂଗଠନିକ କନ୍‌ଭେନ୍‌ସନ ଜିଲ୍ଳା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଳା ସଂଯୋଜକ ପ୍ରଦ୍ୟୁମ୍ନ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଖିଳ ଭାରତ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ରାଷ୍ଟ୍ରୀୟ ସଂଯୋଜକ ତଥା ଓଡ଼ିଶା ପ୍ରଭାରୀ କୋନାଲ ବାନାର୍ଜୀ, ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନନ ଦାସ, ଜିଲ୍ଳା କଂଗ୍ରେସ ସଭାପତି ସୁବ୍ରତ ଦାସଙ୍କ ସମେତ ଜିଲ୍ଲାର ଜୋନ ସଂଯୋଜକମାନେ ଉପସ୍ଥିତ ହୋଇ ପଞ୍ଚାୟତିରାଜ ସଂଗଠନର କର୍ତ୍ତବ୍ୟ, ଭୂମିକା, ସମ୍ପର୍କରେ ଆଲୋଚନା କରାଯାଇଥିଲା । ସରକାର ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଂକୁଚିତ କରି ତାଙ୍କ ଅଧିକାରରୁ ବଂଚିତ କରୁଥିବାରୁ ସରପଞ୍ଚ, ସମିତି ସଭ୍ୟସଭ୍ୟା ଓ ଜିଲ୍ଳା ପରିଷଦ ସଭ୍ୟମାନେ ନିଜର କ୍ଷମତା ଉପଯୋଗ କରିବାରେ ପଥରୋଧ କରାଯାଉଛି, ଯାହା ସମ୍ବିଧାନର ଧାରା ୭୩,୭୪ ଅଧିନିୟମ ଉଲଂଘନ ହେଉଛି । ସରପଞ୍ଚମାନଙ୍କୁ କୋଭିଡ଼ ପରିଚାଳନା ସମୟରେ ଜିଲ୍ଳାପାଳ କ୍ଷମତା ନେଇ ପରୋକ୍ଷରେ ସେମାନେ ଖର୍ଚ୍ଚ କରିଥିବା ଅର୍ଥ ଅଦ୍ୟାବଧି ଲକ୍ଷ ଲକ୍ଷ ଟଙ୍କା ପଇଠ କରାଯାଉନାହିଁ । ଯାହା ସେମାନଙ୍କୁ ଅଟ୍ଟହାସ ସଦୃଶ ହୋଇଛି । ମୁଖ୍ୟଅତିଥି ଶ୍ରୀଯୁକ୍ତ ବାନାର୍ଜୀ ରାଜୀବଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଉଦ୍ଦେଶ୍ୟ ସଂକ୍ରାନ୍ତରେ କର୍ମକର୍ତ୍ତାଙ୍କୁ ବୁଝାଇ କହିଥିଲେ ଯେ ଭାରତୀୟ ଜାତୀୟ କଂଗ୍ରେସ ଦଳର ସମ୍ବିଧାନକୁ ମାର୍ଗଦର୍ଶିକା ଭାବରେ ଗ୍ରହଣ କରି ଏକ ସମାଜ ଗଠନ ପାଇଁ ଲକ୍ଷ୍ୟ ରଖିବା ଆବଶ୍ୟକ । ଯାହା ପଞ୍ଚାୟତ ବ୍ୟବସ୍ଥାକୁ ସଶକ୍ତ କରିବା ସହିତ ତୃଣମୂଳ ସ୍ତରରେ ଲୋକଙ୍କୁ ମାର୍ଯ୍ୟାଦାପୂର୍ଣ୍ଣ ଜୀବନ ଜୀବିକା ପାଇଁ ସ୍ୱର ଉତ୍ତୋଳନ କରିବାକୁ ସକ୍ଷମ ଏବଂ ସଶକ୍ତ କରାଏ । ଅନ୍ୟତମ ଅତିଥି ରାଜ୍ୟ ଉପସଭାପତି ସୁଦର୍ଶନ ଦାସ ଏହାର ମୂଲ୍ୟବୋଧ ସମ୍ପର୍କରେ ବୁଝାଇବାକୁ ଯାଇ କହିଥିଲେ କି ଭାରତୀୟ ସମ୍ବିଧାନ ଯେଉଁ ମୂଲ୍ୟବୋଧ ଉପରେ ଆଧାରିତ, ତାହା ହେଉଛି ରାଜୀବଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ମାର୍ଗଦର୍ଶିକା, ବିକେନ୍ଦ୍ରିତ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଅଙ୍ଗିକାରବଦ୍ଧତା ହେଉଛି ଏହାର ଚାଳିକାଶକ୍ତି । ସଂଗଠନର କାର୍ଯ୍ୟକ୍ରମ କଣ ହେବ ଓ କେମିତି ହେବ ଏହାହିଁ ତାକୁ ନିର୍ଦ୍ଧାରଣ କରିଥାଏ ।

ଏକ ସମଷ୍ଟିଗତ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଚରିତାର୍ଥ ପାଇଁ ଏହା ସଂକଳ୍ପବଦ୍ଧ । ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଦାସ କହିଥିଲେ ଯେ ଓଡ଼ିଶାରେ ବିଜେପି ଓ ବିଜେଡ଼ି ଦଳର ଘୋଷିତ ଓ ଅଘୋଷିତ ଦୁଇ ଦଶନ୍ଧିର ଶାସନ ରାଜ୍ୟବାସୀଙ୍କୁ ପ୍ରଗତି ଓ ବକାଶ ପଥରେ ଯେଉଁଭଳି ଆଗେଇ ନେବା କଥା ସେଥିରେ ଅସଫଳ ହୋଇଛି । ପଞ୍ଚାୟତିରାଜ ପ୍ରତିନିଧିମାନେ ସରାକରୀ ବାବୁମାନଙ୍କର ଅଧସ୍ତନ କର୍ମଚାରୀରେ ରୂପାନ୍ତରିତ ହୋଇଛନ୍ତି । ଗ୍ରାମସଭା ବା ପଲ୍ଲୀସଭା ବସୁନାହିଁ କିମ୍ବା ସ୍ଥାନୀୟ ଅଞ୍ଚଳର ବିକାଶରେ ଲୋକଙ୍କର ସ୍ୱର କ୍ଷୀଣ ହୋଇଯାଇଛି । ‘ଆମ ଗାଁ ଆମ ବିକାଶ’ ଯୋଜନା ଅଫିସରମାନେ ଚିଠା ପ୍ରସ୍ତୁତ କରି ସରପଞ୍ଚ ଓ ପଞ୍ଚାୟତ ସମିତି ଉପରେ ପ୍ରକଳ୍ପ ତାଲିକା ଲଦି ଦେଉଛନ୍ତି । ଯାହା ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତି ଘୋର ଅପମାନ । ଏହାର ସୁଧାର ଆଣିବା ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଆବଶ୍ୟକ । ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ତରଫରୁ ଜିଲ୍ଳାର ଅଗ୍ରଣୀ ପଞ୍ଚାୟତ ପ୍ରତିନିଧି ଭାବରେ ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷ ମଞ୍ଜୁଶ୍ରୀ ବେହେରା, ସରପଞ୍ଚ ତପସ୍ୱିନୀ ବେହେରା, ଶଶିକଳା ବେହୁରିଆ, ବିଜୟଶଙ୍କର ମହାନ୍ତି, ମନୋଜ ନାୟକ, ପ୍ରଶାନ୍ତ ସାହୁ, ମସିତି ସଭ୍ୟ ରମେଶ ବେହେରା, ସବିତା ମହାପାତ୍ର, ତିଳୋତ୍ତମା ଜେନାଙ୍କୁ ଶ୍ରୀଯୁକ୍ତ ବାନାର୍ଜୀ ଓ ଶ୍ରୀଯୁକ୍ତ ସୁଦର୍ଶନ ଦାସ ସମ୍ବର୍ଦ୍ଧିତ କରିଥିଲେ । ବ୍ଲକ ସଂଯୋଜକ ଭଦ୍ରକ- ପ୍ରଦିପ ମହାନ୍ତି, ତିହିଡ଼ି- ଗଣେଶ ମଲ୍ଲିକ, ଧମାନଗର- ମନୋଜ ଭୂୟାଁ, ପୌରପାଳିକା ସଂଯୋଜକ ଭଦ୍ରକ- ବିଜୟ ବାରିକ, ଧାମନଗର – ବାବା ହରେକୃଷ୍ଣ ସେଠୀ, ଜୋନ ସଂଯୋଜକ ପ୍ରମୋଦ ପୁହାଣ, ନିରାକାର ସାହୁ ଅଜିତ ସାହୁ, ସର୍ବେଶ୍ୱର ବେହେରା, ସମ୍ବିତ ସାହୁ, ବୀରେନ୍ଦ୍ର ଜେନା, ରମାକାନ୍ତ ପାତ୍ର, ଅଜୟ ମିଶ୍ର, ଅମିୟ ପରିଡ଼ା, ରଶ୍ମିରଂଜନ ପଣ୍ଡା, ସମ୍ବିତ ଜେନା ପ୍ରମୁଖ ଉପସ୍ଥିତ ହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.