Home ଜିଲ୍ଲା ପରିକ୍ରମା ରାଗିଣୀ ଦେବୀଙ୍କ ୬୮ତମ ଜୟନ୍ତୀ ଉତ୍ସବ

ରାଗିଣୀ ଦେବୀଙ୍କ ୬୮ତମ ଜୟନ୍ତୀ ଉତ୍ସବ

41

ବାଲେଶ୍ୱର, ୬ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହର ଉପକଣ୍ଠ ଶେରଗଡ଼ସ୍ଥିତ ଲୋକଶକ୍ତି ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଲୋକଶକ୍ତି ଆଇଟିଆଇ, ବାଘାଯତୀନ ଲୋକନାଟ୍ୟ ପ୍ରଭୃତି ଅନୁଷ୍ଠାନର ପ୍ରତିଷ୍ଠାତା ତଥା ରବୀନ୍ଦ୍ର କୁମାର ରାୟଙ୍କ ଧର୍ମପତ୍ନୀ ସ୍ୱର୍ଗତ ରାଗିଣୀ ଦେବୀଙ୍କ ୬୮ତମ ଜୟନ୍ତୀ ଉତ୍ସବ ପ୍ରତିଷ୍ଠାନ ପରିସରରେ ୬ ତାରିଖ ଦିନ ପାଳିତ ହୋଇଯାଇଛି। ରାଗିଣୀ ଦେବୀ ସ୍ମୃତି କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି ଏଥିରେ ସଭାପତିତ୍ୱ କରି ରାଗିଣୀ ଦେବୀଙ୍କ ବହୁବିଧ ପ୍ରତିଭା ସମ୍ପର୍କରେ ଆଲେଚନା କରିଥିଲେ। ସ୍ୱର୍ଗିୟା ରାୟଙ୍କ ସମାଜସେବା ପ୍ରତି ଅନୁରାଗ ଓ ଜନଦରଦୀ କାର୍ଯ୍ୟମାନ ସବୁଦିନ ପାଇଁ ମନେ ରହିବ ବୋଲି ସେ ଉଲ୍ଲେଖ କରିଥିଲେ। ପ୍ରତିଭାଶ୍ରୀର ମୁଖ୍ୟ ତଥା ବିଶିଷ୍ଟ କବି ପ୍ରଶାନ୍ତ ଦାସ, ଚନ୍ଦ୍ରଭାଗା ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ କବି ଶ୍ରୀଦେବ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ରିଟ୍ସ’ର ସମ୍ପାଦକ ତଥା ଓଏସିସର ମୁଖ୍ୟ ସଂଜୟ କୁମାର ସାହୁ, ବିଶିଷ୍ଟ ସଙ୍ଗୀତଜ୍ଞ ଅମୃତାଂଶୁ ଶାଶ୍ୱତ କୁମାର ପଟ୍ଟନାୟକ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଲୋକଶକ୍ତି ଅନୁଷ୍ଠାନର ଉନ୍ନତି ତଥା ରବୀନ୍ଦ୍ର କୁମାର ରାୟଙ୍କ ସଫଳତା ପଛରେ ରାଗିଣୀ ଦେବୀଙ୍କ ଅବଦାନ ବିଶେଷ ଉଲ୍ଲେଖନୀୟ ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲୋକଶକ୍ତି ଆଇଟିଆଇର ଅଧ୍ୟକ୍ଷ ଧର୍ମେନ୍ଦ୍ର ଦାସମହାପାତ୍ର, ଶ୍ରୀକୃଷ୍ଣ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ପଦ୍ମଲୋଚନ ମହାନ୍ତି, ବିଶିଷ୍ଟ ସାମାଜିକ କର୍ମୀ ବିଜୟ ଶତପଥୀ, ସମାଜସେବୀ ସନ୍ତୋଷ ପଣ୍ଡା, ପର୍ଶୁରାମ ଦାସ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ରାଗିଣୀ ଦେବୀଙ୍କ ସ୍ମୃତିଚାରଣ କରିଥିଲେ। ମନୋଜ ପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ମୁଖ୍ୟ ରବୀନ୍ଦ୍ର କୁମାର ରାୟ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଆଗାମୀ ଦିନରେ ରାଗିଣୀ ଦେବୀ ସ୍ମୃତି କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଶ୍ରୀ ରାୟ ସୂଚନା ଦେଇଥିଲେ। ଶେଷରେ ଆଇନଜୀବୀ ପ୍ରାଣବନ୍ଧୁ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.