Home ଜିଲ୍ଲା ପରିକ୍ରମା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସମରେନ୍ଦ୍ର କୁଣ୍ଡୁଙ୍କ ଶ୍ରାଦ୍ଧ ବାର୍ଷିକ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସମରେନ୍ଦ୍ର କୁଣ୍ଡୁଙ୍କ ଶ୍ରାଦ୍ଧ ବାର୍ଷିକ

22

ବାଲେଶ୍ୱର, ୬ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ମାଟିରେ ଜନ୍ମିତ ବିଶିଷ୍ଟ ଜନନାୟକ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସମରେନ୍ଦ୍ର କୁଣ୍ଡୁଙ୍କ୨୭ ତମ ଶ୍ରାଦ୍ଧ ବାର୍ଷିକ ଆଜି ପାଳିତ ହୋଇଯାଇଛି। ସମରେନ୍ଦ୍ର କୁଣ୍ଡୁ ସ୍ମୃତି କମିଟି ପକ୍ଷରୁ ସହରର ଷ୍ଟେସନଛକଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଶ୍ରମିକ ନେତା ଅରୁଣ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ। ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ମଖ୍ୟଅତିଥି ଭାବେ ଯୋଗଦେଇ ସ୍ୱର୍ଗତ କୁଣ୍ଡୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସଙ୍ଗେ ସଙ୍ଗେ ମହାନ ଆତ୍ମାଙ୍କ ସ୍ମୃତି ଉଜ୍ଜ୍ୱୀବିତ ରଖିବାରେ ସ୍ମୃତି କମିଟିର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। କେବଳ ବାଲେଶ୍ୱର କିମ୍ବା ଓଡ଼ିଶାର ବିକାଶ ନୁହେଁ ବରଂ ତତ୍କାଳୀନ ଭାରତୀୟ ରାଜନୀତିରେ ସ୍ୱର୍ଗତ କୁଣ୍ଡୁଙ୍କ ପ୍ରଭାବ ଜିଲ୍ଲା ପାଇଁ ଗୌରବ ଆଣିଥିଲା। ବାଲେଶ୍ୱର ଜିଲ୍ଲାର ସାମଗ୍ରିକ ବିକାଶରେ ତାଙ୍କର ଅବଦାନ ସର୍ବଦା ଅବିସ୍ମରଣୀୟ ରହିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ। ସଦରବିଧାୟକ ସ୍ୱରୂପ ଦାସ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ କୁଣ୍ଡୁଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ। ବାଲେଶ୍ୱର ପ୍ରତି ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି ସେ କହିଥିଲେ। ପୂର୍ବତନ ବ୍ରିଟ୍ ଅଧ୍ୟକ୍ଷ ଗୌରୀ କୁମାର ରାଉତ, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ରଘୁନାଥ ଲେଙ୍କା, ସୁବ୍ରତ ଦାସ, କବି ଶ୍ରୀଦେବ, କବି ସୀତାଂଶୁ ଲେଙ୍କା, ଲକ୍ଷ୍ମୀଧର ବେହେରା, ଗୌରାଙ୍ଗ ଚରଣ ପାଣିଗ୍ରାହୀ, ଯଶୋଧାରା ଦାସ, ବିଶ୍ୱଜିତ୍ ମହାପାତ୍ର ପ୍ରମୁଖ ଏଥିରେ ଯୋଗଦେଇ ଦିବଂଗତ ଜନନାୟକଙ୍କ ପ୍ରତି ଶ୍ର୍‌ଦ୍ଧାଞ୍ଜଳି ଜ୍ଞାପନ ସହିତ ତାଙ୍କର ଜୀବନାଦର୍ଶ ଓ ବାଲେଶ୍ୱର ବିକାଶରେ ତାଙ୍କର ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତ କୁଣ୍ଡୁଙ୍କ ତ୍ୟାଗ, ସଦାଚାର ଓ ନିସ୍ୱାର୍ଥପର ସାଂଗଠନିକ ଦକ୍ଷତା ଜିଲ୍ଲାବାସୀଙ୍କୁ ସବୁଦିନ ଉଦବୋଧ କରୁଥିବା ବୋଲି ବକ୍ତାମାନେ ବକ୍ତବ୍ୟରେ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.