Home ଜିଲ୍ଲା ପରିକ୍ରମା ମହାରାଜା ବୈକୁଣ୍ଠ ନାଥ ଦେବଙ୍କ ସ୍ମୃତିରେ ରକ୍ତଦାନ ଶିବିର

ମହାରାଜା ବୈକୁଣ୍ଠ ନାଥ ଦେବଙ୍କ ସ୍ମୃତିରେ ରକ୍ତଦାନ ଶିବିର

29

ବାଲେଶ୍ୱର, ୬ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ପ୍ରତିବର୍ଷ ଭଳି ମହାରାଜା ବୈକୁଣ୍ଠ ନାଥ ଦେବ ସ୍ମୃତି ସଂସଦ ପକ୍ଷରୁ ଏକ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ମାଣିଖମ୍ଭସ୍ଥିତ ରାଜବାଟୀ ଛକଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ସଦର ବିଧାୟକ ସ୍ୱରୂପ ଦାସ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ସ୍ୱର୍ଗତ ମହାରାଜାଙ୍କ ବୈକୁଣ୍ଠ ନାଥ ଦେବଙ୍କ ସ୍ମୃତିରେ ଆୟୋଜିତ ଏହି ମହତ କାର୍ଯ୍ୟ ବେଶ୍ ପ୍ରଶଂସନୀୟ ବୋଲି ସେମାନେ କହିଥିଲେ। ପ୍ରଜାଙ୍କ ହିତ ସହ ସ୍ଥାନୀୟ ଅଂଚଳର ଉନ୍ନତି ପ୍ରତି ସର୍ବଦା ଗୁରୁତ୍ୱ ଦେଇ ଆସିଥିବା ମହରାଜାଙ୍କ ଅବର୍ତ୍ତମାନରେ ବି ତାଙ୍କ ଆଦର୍ଶକୁ ବଜାୟ ରଖିବା ସହିତ ରକ୍ତଦାନ ଭଳି ସେବାକାର୍ଯ୍ୟ ହାତକୁ ନେଇ ସ୍ମୃତି ସଂସଦ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି ବିଧାୟକ ଶ୍ରୀ ଦାସ ପ୍ରକାଶ କରିଥିଲେ। ସଦର ବିଜେପି ନେତା ମାନସ କୁମାର ଦତ୍ତ, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ, ପୂର୍ବତନ ପୌର ଉପାଧ୍ୟକ୍ଷ ରଶ୍ମିରେଖା ଦେବ ପ୍ରମୁଖ ଏଥିରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ଏହି ପରମ୍ପରା ନିୟମିତ ବଜାୟ ରଖିବାକୁ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ସେମାନେ ପରାମର୍ଶ ଦେଇଥିଲେ। ମହାରାଜା ବୈକୁଣ୍ଠ ନାଥ ଦେବ ସ୍ମୃତି ସଂସଦର ସଭାପତି ସମାଜସେବୀ ସୁଜିତ୍ ଦେବ ଶିବିର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ। ଶିବିର ଶେଷସୁଦ୍ଧା ଶହେରୁ ଊର୍ଦ୍ଧ୍ୱ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ସଂସଦର ସମ୍ପାଦକ ରାମନାରାୟଣ ଦେ, ଶୁଭଙ୍କର ବର୍ଦ୍ଧନ, ଅଶୋକ କୁମାର ଦାସ, ଗୋପାଲ ଆଢ଼୍ୟ, ସଂଜୟ କୁମାର କର, ବାଦଲ କୁମାର ବାରିକ, ସୁଦର୍ଶନ ମାଝୀ, ନିଶିକାନ୍ତ ବାରିକ, ରବୀନ୍ଦ୍ର ମାଝୀ, ଶମ୍ଭୁନାଥ କର ପ୍ରମୁଖ କର୍ମକର୍ତ୍ତା ଓ ସଦସ୍ୟମାନେ ଏହି ଶିବିରକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.