Home କୋରାପୁଟ କୋଟିଆ ପଂଚାୟତର ତାଡିବାଲସାରେ ଖାଦ୍ୟ ଉତ୍ସବ

କୋଟିଆ ପଂଚାୟତର ତାଡିବାଲସାରେ ଖାଦ୍ୟ ଉତ୍ସବ

13

କୋରାପୁଟ ୨୨-୦୩(ଓଡିଆ ପୁଅ /ରଂଜନ ଦାସ)ଓଡିଶା ମିଲଟ ମିଶନ ଆନୁକୁଲ୍ୟରେ କୋଟିଆ ପଂଚାୟତର ତାଡିବାଲସାଠାରେ ଖାଦ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଭରତ ଚନ୍ଦ୍ର ନାଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା ।ମୂର୍ତିକା ରସାୟନବିତ ଜି.ଭି.ରେଡ୍ଡି ,ନନ୍ଦପୁର ଏଡିଓ ପି.ଭି.ଆର.ରାଓ ,ପଟ୍ଟାଙ୍ଗୀ ଏଏଓ ଅଭିମନ୍ୟୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।ଫାଟୁସେନେରୀ ଗ୍ରାମକୁ ଯାଇ କୃଷି ଅଧିକାରୀମାନେ  ଖରିଫ ଚାଷ ନିମନ୍ତେ ଚାଷୀମାନଙ୍କ ସହ ଆଲୋଚନା କରିବା ସହ କୋଟିଆ ସରପଂଚ ବିଶ୍ୱନାଥ ଗେମେଲଙ୍କ ସହ ଗ୍ରାମପଂଚାୟତରେ କୃଷିର ବିକାଶ ନିମନ୍ତେ ମଧ୍ୟ ଆଲୋଚନା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.