Home ଓଡ଼ିଶା ରଣପୁର ପୋଲିସ ଦ୍ୱାରା ବ୍ରାଉନ୍ ସୁଗାର ବିକ୍ରୟ ଅଭିଯୁକ୍ତ କୋର୍ଟ ଚାଲାଣ

ରଣପୁର ପୋଲିସ ଦ୍ୱାରା ବ୍ରାଉନ୍ ସୁଗାର ବିକ୍ରୟ ଅଭିଯୁକ୍ତ କୋର୍ଟ ଚାଲାଣ

58

ନୟାଗଡ/୧୩/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ଅଂଚଳରେ ବ୍ରାଉନ୍ ସୁଗାର କାରବାର କୁ ନେଇ ଉଦବେଗ ପ୍ରକାଶ ପାଉଥିଲା । ନୟାଗଡ ଆରକ୍ଷୀ ଅଧିକ୍ଷକ ବ୍ରାଉନ୍ ସୁଗାର କାରବାର ଉପରେ ନଜର ଦେବା ପାଇଁ ରଣପୁର ଥାନା କୁ ନିର୍ଦେଶ ଦେଇଥିଲେ । ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ରଣପୁର ଥାନା ସବ୍ ଇନିସ୍ପେକ୍ଟର ପ୍ରିତି ପ୍ରକାଶ ମହାନ୍ତି ଓ ସବ ଇନିସ୍ପେକ୍ଟର ଏସ୍‌. ହାରୋ ଗତ ଫେବୃୟାରୀ ୧୨ ତାରିଖ ସଂଦ୍ଧ୍ୟାରେ ରଣପୁର ରାଜସୁନାଖଳା ରାସ୍ତା କୋଟଗଡ ଖିଲାମୁଣ୍ଡା ମନ୍ଦିର ନିକଟରେ ଚଢାଉ କରିଥିଲେ ।

ଚଢାଉରେ ୮ଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହ ବିକ୍ରୟ କରୁଥିବା ଅଭିଯୋଗରେ ରାଜସୁନାଖଳା ବଣିଆ ସାହିର ଶରତ କୁମାର ଚିନରା ଙ୍କ ପୁଅ ପ୍ରଣବ କୁମାର ଚିନରା ଙ୍କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତ କୋର୍ଟ ଚାଲାଣ ପରେ ଜାମିନ୍ ନାମଞ୍ଜୁର ହେବାରୁ ଜେଲ  ହାଜତ କୁ ପାଠାଇ ଦିଆଯାଇଥିବା ଜଣାପଡିଛି । ପୋଲିସ ର ସୂଚନା ଅନୁଯାଇ ଅଭିଯୁକ୍ତ ପ୍ରଣବ ଦୁଇ ବର୍ଷ ହେଲା ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରି ଗ୍ରାମରୁ ବ୍ରାଉନ ସୁଗାର ଆଣି ବ୍ୟବସାୟ ଚଳାଇଥିଲେ । ସବ୍ ଇନିସ୍ପେକ୍ଟର ପ୍ରତି ପ୍ରକାଶ ମହାନ୍ତି ଦକ୍ଷତାର ସହ ପୁର୍ବରୁ ଅନେକ ବ୍ରାଉନ ସୁଗାର ବ୍ୟବସାୟୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଯୋଗୁଁ ତାଙ୍କ ପ୍ରତି ରଣପୁର ଜନସାଧାରଣ ଙ୍କ ଆସ୍ଥା ବଢିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.