Home ଓଡ଼ିଶା ନଛିପୁର ଗ୍ରାମରେ ରାଜରାଜୁଡା ଅମଳ ର ଗୁପ୍ତଧନ କଉଡି

ନଛିପୁର ଗ୍ରାମରେ ରାଜରାଜୁଡା ଅମଳ ର ଗୁପ୍ତଧନ କଉଡି

104

ନୟାଗଡ/୧୩/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜରାଜୁଡା ଅମଳରେ ଦ୍ରବ୍ୟ ବିନିମୟ ପାଇଁ କଉଡି ମାଧ୍ୟମ ଥିଲା । ଲୋକମାନେ କଉଡି ଦେଣନେଣ କରି ବିକ୍ରି ବଟା କରୁଥିଲେ । ଏହା କେବଳ ଆମେମାନେ  ଶୁଣୁଥିଲେ । ଏବେ ରାଜରାଜୁଡା ସେହି ଗୁପ୍ତ ଧନ କଉଡି ର ସନ୍ଧାନ ମିଳିବା ପରେ ଲୋକ ମାନଙ୍କ ମନ ମଧ୍ୟରେ ଆଗ୍ରହ ସଂଚାର ହେଉଥିବା ଦେଖିବାକୁ ମିଳୁଛି । ସେଭଳି ସନ୍ଧାନ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ତାଣକଣି ଗ୍ରାମପଞ୍ଚାୟତ ନଛିପୁର ଗ୍ରାମରେ । ନଛିପୁର ଗ୍ରାମର ସୁରେନ୍ଦ୍ର ସାହୁ ଓ ନାରାୟଣ ସାହୁ ଦୁଇ ଭାଇ ଗୃହ ନିର୍ମାଣ ପାଇଁ ପୁନାଦି ଖୋଳୁଥିଲେ । ଖୋଳିବା ସମୟରେ ଏକ ବଡ ମାଟି ଘୁମ ଘୋଡଣି ପଡି ଦେଖିବାକୁ ପାଇଲେ ।

ଘୋଡଣି ଖୋଲିଲା ପରେ ଦେଖିଲେ ଯେ ଘୁମ ଟି ରେ କଉଡି ପୁର୍ଣ୍ଣ ହୋଇ ରହିଅଛି । ଘୁମ ଭିତରୁ ୭ ଝୁଡି କଉଡି ବାହାରିଥିଲା । କଉଡି ବାହାରିବା ଘଟଣା ପ୍ରଚାରିତ ହେବା ପରେ ଦେଖିବା ପାଇଁ ଲୋକଙ୍କ ମନରେ ଆଗ୍ରହ ଦେଖାଦେଇଛି । ସୁରେନ୍ଦ୍ର ସାହୁ ଓ ନାରାୟଣ ସାହୁ ଙ୍କ ପୁର୍ବ ପୁରୁଷ ତେଲି ମହାଜନ ଥିଲେ । ରାଜ ରାଜୁଡା ଅମଳ ରେ ବାଣିଜ୍ୟ ବ୍ୟବସାୟ କରୁଥିଲେ । ତେଣୁ ତାଙ୍କ ଘର ମାଟି ତଳେ ଆଉ କିଛି ଗୁପ୍ତଧନ ରହିଥିବା ସନ୍ଦେହ କରି  ବାସ୍ତୁବିତ୍ ଜୋତିଷ ପଣ୍ଡିତ ଗୋଦାବରିଶ ଶତପଥି ଙ୍କୁ ଡକାଇ ଅଧିକ ଅନୁସନ୍ଧାନ ଚଳାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.