Home ଓଡ଼ିଶା ମହିଳା ଙ୍କ ମୃତ ଦେହ ଘରୁ ଉଦ୍ଧାର  ହତ୍ୟା ଅଭିଯୋଗ

ମହିଳା ଙ୍କ ମୃତ ଦେହ ଘରୁ ଉଦ୍ଧାର  ହତ୍ୟା ଅଭିଯୋଗ

50

ନୟାଗଡ/୧୩/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅର୍ନ୍ତଗତ ଅଡାଲ ଗ୍ରାମରୁ ଏକ ଘର ଭିତରୁ ସନ୍ଦେହ ଜନକ ଅବସ୍ଥାରେ ଏକ ବିବାହିତା ମହିଳା ଙ୍କ ମୃତ ଦେହ ମିଳିଛି । ମୃତ ମହିଳାଙ୍କ ମା ତାଙ୍କ ଝିଅ ଙ୍କୁ ହତ୍ୟା କରାଯାଇଥିବା ରଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇଲା ପରେ ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ଓ ରାଜସୁନାଖଳା ଫାଣ୍ଡି ସବ୍ ଇନିସ୍ପେକ୍ଟର ସଦଳବଳେ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ରାତି ହୋଇଯିବାରୁ ପୋଲିସ ରାତି ସାରା ଶବ କୁ ଜଗି  ରହିଥିଲେ । ୧୩ ତାରିଖ ସକାଳୁ ମୃତକ ମହିଳା ଙ୍କ ରଣପୁର ଏକଜ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ସଂଜୟ କୁମାର ସାମନ୍ତରାୟ ଙ୍କ ଉପସ୍ଥିତି ରେ ଶବ ଜବତ କରି ରଣପୁର ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଛେଦ କରାଇ ଶବ କୁ ତାଙ୍କ ମା ଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଖୋର୍ଦ୍ଧା ଟାଉନ୍ ଥାନା ଲୋକେଶ୍ୱର ସାହିର କେ ରାଜାରାମ ପାତ୍ର ଓ କେ ବିଜୟଲକ୍ଷ୍ମୀ ପାତ୍ର ଙ୍କ କନ୍ୟା ସୋନାଲି ପାତ୍ର (୨୧) ଗତ ତା ୧୫/୦୭/୨୦୧୮ ରିଖ ରେ ଅଡାଲ ନିବାସୀ କେ ଶଙ୍କର ପାତ୍ର ଙ୍କ ପୁଅ କେ ବାଲ୍‌କ୍ରିଷ୍ଣ ପାତ୍ର ଙ୍କୁ ବିବାହ କରିଥିଲେ ।

ତାଙ୍କର ୨ଟି କନ୍ୟା ସନ୍ତାନ ଅଛନ୍ତି । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ହେବାରୁ ସୋନାଲି ପାତ୍ର ନିଜ ବାପ ଘରକୁ ପଳାଇ ଯାଇଥିଲେ । ଗତ ଫେବୃୟାରୀ ୧୦ ତାରିଖ ଦିନ କେ ଶଙ୍କର ପାତ୍ର ସୋନାଲି ଘରକୁ ଯାଇ ଆଉ ଗଣ୍ଡୋଗଳ ହେବନି କହି ନିଜ ଘରକୁ ଆଣିଥିଲେ । କିନ୍ତୁ ଫେବୃୟାରୀ ୧୨ ତାରିଖ ମଧ୍ୟାନ୍ନ ରେ ସୋନାଲି ବାପ ଘରକୁ କେ ଶଙ୍କର ପାତ୍ର ଫୋନ ଯୋଗେ ଜଣାଇଲେ ଯେ ତୁମ ଝିଅ ରଶି ଲଗାଇ ଆତ୍ମହତ୍ୟା କରିଛି । ସୋନାଲି ପାତ୍ର ମା କେ ବିଜୟଲକ୍ଷ୍ମୀ ପାତ୍ର ଅଡାଲ ଗ୍ରାମ ରେ ପହଂଚି ଦେଖିଲେ ଯେ ତାଙ୍କ ଝିଅ ମୃତ ଅବସ୍ଥାରେ ତଳେ ଶୋଇଅଛି । ତାଙ୍କ ଜ୍ୱାଇଁ ଓ ସମୁଦି ଓ ସୋନାଲି ର ୨ ଟି ଛୋଟ ଛୁଆ ଘରେ ନାହାଁନ୍ତି । ତେଣୁ କେ ବିଜୟଲକ୍ଷ୍ମୀ ପାତ୍ର ତାଙ୍କ ଝିଅକୁ ଜ୍ୱାଇଁ ଓ ଝିଅର ଶଶୁର ମାରିଦେଇଥିବା ନେଇ ରାଜସୁନାଖଳା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଏ ସର୍ମ୍ପକେ ରାଜ ସୁନାଖଳା ଫାଣ୍ଡି ସବ୍ ଇନିସ୍ପେକ୍ଟର ଭୀମସେନ ମଲ୍ଲୀକ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ମୃତ ସୋନାଲି ର ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର ଅସଲ କାରଣ ଜଣାପଡିବ । ଫେରାର୍ ଅଭିଯୁକ୍ତ ମାନଙ୍କୁ ଖୁବ୍‌ଶ୍ରୀଘ୍ର ଗିରଫ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.