Home ଜିଲ୍ଲା ପରିକ୍ରମା ରଜରେ ରକ୍ତପାତ: ଜନ୍ମକଲା ମା’କୁ ବିଭତ୍ସ ହତ୍ୟା କଲା ପିଶାଚ ପୁଅ

ରଜରେ ରକ୍ତପାତ: ଜନ୍ମକଲା ମା’କୁ ବିଭତ୍ସ ହତ୍ୟା କଲା ପିଶାଚ ପୁଅ

9

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ, ଜନ୍ମକଲା ମା’କୁ ବିଭତ୍ସ ହତ୍ୟା କଲା ପିଶାଚ ପୁଅ। ଯେଉଁଠି ସାରା ଓଡ଼ିଶା ଆଜି ରଜ ପର୍ବର ଆନନ୍ଦ ଉଲ୍ଲାସରେ ବୁଡ଼ି ରହିଛି, ସେଭଳି ସମୟରେ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଖବର। ପାରିବାରିକ କଳହରୁ ଜନ୍ମ କଲା ମା’କୁ ବିଭତ୍ସ ଭାବେ ହତ୍ୟା କରିଛି ପୁଅ। ରବିବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ। ବନ୍ତ ଥାନା ଅନ୍ତର୍ଗତ ଜିରିଣା ଗୁଡ଼ିଆ ସାହିରେ ଘଟିଛି ଏହି ସାଂଘାତିକ କାଣ୍ଡ କ୍ଷ ଗ୍ରାମର ଗଦାଧର ସାହୁଙ୍କ ପତ୍ନୀ ମମତା ସାହୁଙ୍କୁ ତାଙ୍କ ନିଜ ପୁଅ ପ୍ରିତମ ସାହୁ ନିର୍ମମ ଭାବେ ହତ୍ୟା କରିଛି। ଅଭିଯୁକ୍ତ ପୁଅ ପ୍ରିତମର ବୟସ ମାତ୍ର ୨୫ ବର୍ଷ ବୋଲି ଜଣାପଡ଼ିଛି। ତେବେ କେଉଁ ପରିସ୍ଥିତିରେ ଏବଂ କେଉଁ କାରଣ ପାଇଁ ପୁଅ ଏଭଳି ଚରମ ନିଷ୍ପତ୍ତି ନେଲା, ସେ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ପ୍ରାଥମିକ ସୂଚନା ମୁତାବକ, ପାରିବାରିକ କଳହ ଯୋଗୁଁ ହିଁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ବନ୍ତ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକ ପ୍ରିତମ କୁ କାବୁ କରି ତା ନିକଟରୁ କୁରାଢ଼ୀକୁ ମଧ୍ୟ ଜବତ୍ କରିଛି ଓ ପୋଲିସ ଥାନାକୁ ଆଣି ଅଧିକ ପଚରାଉଚରା ଜାରି ରଖିଛି। ପବିତ୍ର ରଜ ପର୍ବରେ ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଜନ୍ମକଲା ମା’କୁ ପୁଅ କାହିଁକି ହତ୍ୟା କଲା, କ’ଣ ଥିଲା ସେହି ପାରିବାରିକ ବିବାଦ, ଏହା ପଛରେ ଅନ୍ୟ କିଛି କାରଣ ରହିଛି କି ସେ ସମସ୍ତ ଦିଗ ଉପରେ ବନ୍ତ ଥାନା ପୋଲିସ ତଦନ୍ତ ଚଳାଇଥିବା ସୂଚନା ମିଳିଛି !

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.