Home ଜିଲ୍ଲା ପରିକ୍ରମା “ଯତୀନ୍ଦ୍ର ମୋହନ ସ୍ମୃତି ତର୍ପଣ” ସ୍ମରଣିକା ଉନ୍ମୋଚିତ

“ଯତୀନ୍ଦ୍ର ମୋହନ ସ୍ମୃତି ତର୍ପଣ” ସ୍ମରଣିକା ଉନ୍ମୋଚିତ

35

ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯତୀନ୍ଦ୍ର ମୋହନ ସ୍ମୃତି ସଂସଦ ଆନୁକୁଲ୍ୟରେ ବରିଷ୍ଠ ଅଧିବକ୍ତା ତଥା ଜାତୀୟ କବି ବାଞ୍ଝାନିଧି ମହାନ୍ତିଙ୍କର ସୁଯୋଗ୍ୟ ସନ୍ତାନ ସ୍ୱର୍ଗତ ଯତୀନ୍ଦ୍ର ମୋହନ ମହାନ୍ତିଙ୍କର ଶ୍ରଦ୍ଧା ଅର୍ଘ୍ୟ ସମାରୋହ ଏବଂ “ଯତୀନ୍ଦ୍ର ମୋହନ ସ୍ମୃତି ତର୍ପଣ” ସ୍ମରଣିକା ବଙ୍କସାହିସ୍ଥିତ ବାଞ୍ଝାନିଧି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି କମିଟିର ସଭାପତି ଡ଼. ଶଶଧର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ସ୍ୱର୍ଗତ ମହାନ୍ତିଙ୍କର ଘନିଷ୍ଠ ବନ୍ଧୁ ଯୁଗଳ କିଶୋର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଦ୍ରକର ସର୍ବାଙ୍ଗିନ ଉନ୍ନତିରେ ଯତୀନ୍ଦ୍ର ମୋହନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ବକ୍ତବ୍ୟରେ କହିଥିଲେ । ମୁଖ୍ୟ ବକ୍ତାଭାବେ ଯୋଗଦେଇ ବରିଷ୍ଠ ଅଧିବକ୍ତା ନିରାକାର ଜେନା ତାଙ୍କର ବକ୍ତବ୍ୟ ରଖିବା କ୍ରମରେ କହିଥିଲେ ଯତୀନ୍ଦ୍ର ମୋହାନଙ୍କର ଆଇନ୍‌ଜୀବୀ ହିସାବରେ ଯେତେକ ସୁନାମ ଥିଲା ତତ୍ତ୍ୱୋଧିକ ସୁନାମ ଥିଲା ଜଣେ ଦୃଢ ସଂଗଠକ, ସୁ ସାହିତ୍ୟିକ ଏବଂ ଭଦ୍ରକ ମହିଳା ମହାବିଦ୍ୟାଳୟ, ମନମୋହନ ସଂଗୀତ ପରିଷଦ, ଭଦ୍ରକ ବାର ଆସୋସିଏସନ୍‌, ବାଞ୍ଝାନିଧି ସ୍ମୃତି ପରିଷଦ ଗଠନ କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ । ସମ୍ମାନିତ ଅତିଥି ଭାବେ ଭଦ୍ରକ ବାର ଆସୋସିଏସନ୍‌ର ସଭାପତି ଦିଲ୍ଲୀପ୍ ମହାପାତ୍ର ଓ ଆଇନ୍‌ଜୀବୀ ତଥା ପ୍ରାଧ୍ୟାପିକା ରାଧାରାଣୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ସ୍ୱର୍ଗତ ମହାନ୍ତି ବହୁମୁଖୀ ପ୍ରତିଭାର ଅଧିକାରୀ ତଥା ବୃତ୍ତିରେ ଆଇନ୍‌ଜୀବୀ ଥିଲେ ମଧ୍ୟ ପ୍ରବୃତ୍ତିରେ ତାଙ୍କର ଥିଲା ଜଣେ କୃତି ସମାଜସେବୀ ଭାବେ । ପ୍ରାରମ୍ଭରେ ସ୍ୱର୍ଗତ ଯତୀନ୍ଦ୍ର ମହାନ୍ତିଙ୍କର ଜ୍ୟେଷ୍ଠପୁତ୍ର ଆଇନ୍‌ଜୀବୀ ପୂର୍ଣ୍ଣଚନ୍ଦ୍ର ମହାନ୍ତି ସ୍ୱାଗତ ସମ୍ଭାଷଣ କରିଥିବା ବେଳେ ସ୍ମୃତିକମିଟିର ସଂପାଦକ ପ୍ରଫେସର ଅଟଳ ବିହାରୀ ନାୟକ ତାଙ୍କ ବକ୍ତବ୍ୟରେ ସ୍ୱର୍ଗତ ବାଞ୍ଝାନିଧି ମହାନ୍ତିଙ୍କର ଉପଯୁକ୍ତ ଦାୟାଦ ଥିଲେ ସ୍ୱର୍ଗତ ଯତିନ୍ଦ୍ର ମୋହନ ।

ପିତାଙ୍କର କର୍ମଧାରାକୁ ଅନୁସରଣ କରିବା ସହିତ ସମାଜରେ ଜନକଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରି ସମସ୍ତଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ, ଦିବ୍ୟସିଂହ ନାୟକ, ଅମିତା ଆଚାର୍ଯ୍ୟ, ଇଂ ନନ୍ଦ ମହାନ୍ତି, ଶଶିଭୂଷଣ ପଣ୍ଡା, ଗିରିଧାରୀ ନାଥ, ସମାଜସେବୀ ବୈଲୋଚନ ଜେନା, ପ୍ରମୁଖ ନିଜ ନିଜର ବକ୍ତବ୍ୟରେ ସ୍ୱର୍ଗତ ମହାନ୍ତିଙ୍କର ସ୍ମୃତି ଚାରଣ କରିଥିଲେ । ସେହିପରି ବିଶିଷ୍ଟ ଶିକ୍ଷାବିତ୍ ଏମ୍‌ଏ ନବି, ଚିତ୍ରଶିଲ୍ପୀ ଅଶୋକ ମହାନ୍ତି, ବରିଷ୍ଠ ସାମ୍ବାଦିକ ନିହାର ଦାସ, ସାହିତ୍ୟିକ ହୃଦାନନ୍ଦ ପାଣିଗ୍ରାହୀ, ଆଇନ୍‌ଜୀବୀ ଯତିକାନ୍ତ ନାୟକ, ରାୟରାମାନନ୍ଦ ମହାପାତ୍ର, ବରିଷ୍ଠ ସ୍ୱାମ୍ବାଦିକ ଅମର ନାୟକ, ଆକାଶବାଣୀର ସମ୍ବାଦଦାତା ଅଶୋକ ନାୟକଙ୍କ ସମେତ ବହୁ ଶିକ୍ଷାବିତ୍ , ସାହିତ୍ୟିକ, ବୁଦ୍ଧିଜୀବୀ ସ୍ୱର୍ଗତ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଯତୀନ୍ଦ୍ର ମୋହନ ସ୍ମୃତିତର୍ପଣ ସ୍ମରଣିକା ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଶେଷରେ ସ୍ୱର୍ଗତ ମହାନ୍ତିଙ୍କର ପୁତ୍ର କୃଷ୍ଣ ଚନ୍ଦ୍ର ମହାନ୍ତି ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଗୌରଚନ୍ଦ୍ର ମହାନ୍ତି, ଦୁର୍ଗା ଚନ୍ଦ୍ର ମହାନ୍ତି, ହରିଶ୍ଚନ୍ଦ୍ର ମହାନ୍ତି ପୁତ୍ରମାନେ ଏବଂ ବନ୍ଦୁବର୍ଗ, ଆତ୍ମିୟସ୍ୱଜନ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସହଯୋଗିତା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.