Home ଜିଲ୍ଲା ପରିକ୍ରମା ଗାନ୍ଧିଜୀଙ୍କର ଭଦ୍ରକକୁ ପ୍ରଥମ ଆଗମନର ଶତବାର୍ଷିକୀ ସ୍ମୃତି ବର୍ଷ ସାରା ପାଳନ ନିଷ୍ପତି

ଗାନ୍ଧିଜୀଙ୍କର ଭଦ୍ରକକୁ ପ୍ରଥମ ଆଗମନର ଶତବାର୍ଷିକୀ ସ୍ମୃତି ବର୍ଷ ସାରା ପାଳନ ନିଷ୍ପତି

36

ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତିର ଜନକ ମହାତ୍ମା ଗାନ୍ଧୀ ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ଅବସରରେ ଭଦ୍ରକକୁ ୧୯୨୧ ମସିହା ମାର୍ଚ୍ଚ ୨୫ ତାରିଖରେ ପତ୍ନୀ କସ୍ତୁରବା ଓ ପୁତ୍ର ଦେବଦାସଙ୍କ ସହ ଭଦ୍ରକରେ ପହଞ୍ଚି ଓକିଲ ଓ ବ୍ୟବସାୟୀମାନଙ୍କ ସହ ଭିନ୍ନଭିନ୍ନ ସଭାରେ ଅସହଯୋଗ ଆନ୍ଦୋଳନ ସଂକ୍ରାନ୍ତରେ ଆଲୋଚନା କଲା ପରେ ସନ୍ଧ୍ୟାରେ ପ୍ରସିଦ୍ଧ ଗାନ୍ଧି ପଡ଼ିଆଠାରେ ଏକ ସାଧାରଣ ସଭାରେ ବିଶାଳ ଜନସମାବେଶକୁ ଉଦ୍‌ବୋଧନ ଦେଇଥିଲେ । ଗାନ୍ଧିଜୀଙ୍କ ଭଦ୍ରକ ଆଗମନ ପରେ ଦେଶ ତଥା ଭଦ୍ରକ ଜିଲ୍ଲାରେ ଜାତୀୟ ମୁକ୍ତି ସଂଗ୍ରାମ ଶାଣିତ ହୋଇଥିଲା । ଉକ୍ତ ପ୍ରଥମ ଆଗମନର ଶତବାର୍ଷିକ ସ୍ମୃତି ପାଳନ ଉଦ୍ଦେଶ୍ୟରେ ଭଦ୍ରକ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ଏହି ବୈଠକରେ ଜିଲ୍ଲାରେ ଗାନ୍ଧିଜୀଙ୍କ ଆଦର୍ଶକୁ ଭଲ ପାଉଥିବା ବ୍ୟକ୍ତି ଓ ସଂଗ୍ରାମୀମାନଙ୍କର ଦାୟାଦମାନଙ୍କୁ ନେଇ ଏକ ସ୍ମତି କମିଟି ଗଠନ କରିବା ସଂଗେ ସଂଗେ ୨୦୨୧ ମାର୍ଚ୍ଚ ୨୫ ଠାରୁ ୨୦୨୦ ମସିହା ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ବର୍ଷ ବ୍ୟାପୀ କାର୍ଯ୍ୟକ୍ରମର ଏକ ଯୋଜନା ପ୍ରସ୍ତୁତ କରାଯାଇଛି । ଉକ୍ତ ବୈଠକରେ ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ସଭାପତି ଇଂ ଅଖିଳ କୁମାର ପାଢୀ, ସମ୍ପାଦକ ତୁଷାରକାନ୍ତିି ମହାନ୍ତି, ଏସ୍‌.ଏମ୍‌. ଫାରୁକ, ସୀତାକାନ୍ତ ଦାସ, ଆଡଭୋକେଟ ପବନ ଶର୍ମା, ପ୍ରଫେସର ସଂଗ୍ରାମ କେଶରୀ ମହାନ୍ତି, ହରି ପ୍ରସାଦ ନନ୍ଦୀ, ଜାହିର ଖାଁ, ମହମ୍ମଦ ସାହେବୁର ରହେମାନ, ଖ୍ୱାଜା ସକ୍‌ଲେନ୍ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ମତାମତ ଉପସ୍ଥାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.