Home ଜିଲ୍ଲା ପରିକ୍ରମା ‘ମୋନା’ପକ୍ଷରୁ ଆନ୍ତର୍ଜାତିକ ନିଶା ସେବନ ନିରୋଧ ଦିବସ – ସମ୍ପୂର୍ଣ୍ଣ ନିଶା ନିବାରଣ ଆଇନ୍ କାର୍ଯ୍ୟକାରୀ...

‘ମୋନା’ପକ୍ଷରୁ ଆନ୍ତର୍ଜାତିକ ନିଶା ସେବନ ନିରୋଧ ଦିବସ – ସମ୍ପୂର୍ଣ୍ଣ ନିଶା ନିବାରଣ ଆଇନ୍ କାର୍ଯ୍ୟକାରୀ ଦାବିରେ ସ୍ମାରକପତ୍ର

115

ବାଲେଶ୍ୱର, ୨୬ା୬ (ଓଡ଼ିଆ ପୁଅ/ଅଭୟ ଦାସ) : ଆନ୍ତର୍ଜାତିକ ନିଶା ସେବନ ନିରୋଧ ଦିବସ ପାଳନ ଅବସରରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ରାଜ୍ୟରେ ସମ୍ପୂର୍ଣ୍ଣ ନିଶା ନିବାରଣ ଆଇନ୍ ଲାଗୁ ପାଇଁ ଆଜି ଦାବି କରାଯାଇଛି।ଏନେଇ ସଂଗଠନର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜଣାଇବା ସହ ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଦ୍ୱାରା ୧୯୫୬ ମସିହାରେ ପ୍ରଣିନ୍ନିଶା ନିବାରଣ ଆଇନ୍ କାର୍ଯ୍ୟକାରୀ ପାଇଁ ଦାବି କରିଥିଲେ। ପଡ଼ୋଶୀ ରାଜ୍ୟ ବିହାରରେ ନିଶା ନିବାରଣ ଆଇନ୍ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହୋଇ ପାରୁଥିବା ବେଳେ ଓଡ଼ିଶାରେ ଏହାର ବ୍ୟତିକ୍ରମ କାହିଁକି ବୋଲି ମୋନାର କର୍ମକର୍ତ୍ତାମାନେ ପ୍ରଶ୍ନ କରିଥିଲେ। ଶୃଙ୍ଖଳିତ ସାମଜ ଗଠନ ପାଇଁ ଓଡ଼ିଶାରେ ମଧ୍ୟ ସରକାର ସମ୍ପୂର୍ଣ୍ଣ ନିଶା ନିବାରଣ ଆଇନ୍ କାର୍ଯ୍ୟକାରୀ କରିବାକୁ ସେମାନେ ଦାବି କରିଥିଲେ। ତେବେ ସମ୍ପ୍ରତି ଜିଲ୍ଲାରେ ବଢ଼ି ଚାଲିଥିବା ବେଆଇନ୍ ନିଶା କାରବାରକୁ ରୋକିବା ଓ ଚୋରା ବେପାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସଂଗଠନ ପକ୍ଷରୁ ଦାବି ହୋଇଥିଲା। ଏହି ଅବସରରେ ମୋନା ପକ୍ଷରୁ ଏକ ଦାବିପତ୍ର ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ପ୍ରଦାନ କରାଯାଇଥିଲା। ଦାବିପତ୍ର ପ୍ରଦାନ ବେଳେ ମୋନାର ସଭାପତି ଆଇନଜୀବୀ ପ୍ରଭାକର ସାହୁ, ସମ୍ପାଦିକା ମମତା ମହାପାତ୍ର, ଉପଦେଷ୍ଟା ସୁବ୍ରତ କର, ଗୌରାଙ୍ଗ ପାଣିଗ୍ରାହୀ, ନିରଂଜନ ପରିଡ଼ା, ଅର୍ଚ୍ଚନା ନନ୍ଦୀ, ସୀତାରାମ ପ୍ରଧାନ, ରମେଶ ଚନ୍ଦ୍ର ଜେନା, କ୍ଷୀତିଶ୍ୱର ଦାଶ, ଶିରୀଶ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.