Home ଓଡ଼ିଶା ତୈଳଦର ବୃଦ୍ଧି-ଶ୍ରମ ଆଇନ୍ ସଂଶୋଧନ ବିରୋଧୀ ଆନ୍ଦୋଳନ ୩ରେ ବାଲେଶ୍ୱରରେ ଟିୟୁଏସିସିର ବ୍ୟାପକ ପ୍ରସ୍ତୁତି

ତୈଳଦର ବୃଦ୍ଧି-ଶ୍ରମ ଆଇନ୍ ସଂଶୋଧନ ବିରୋଧୀ ଆନ୍ଦୋଳନ ୩ରେ ବାଲେଶ୍ୱରରେ ଟିୟୁଏସିସିର ବ୍ୟାପକ ପ୍ରସ୍ତୁତି

65

ବାଲେଶ୍ୱର, ୨୬ା୬ (ଓଡ଼ିଆ ପୁଅ/ଅଭୟ ଦାସ) : ସର୍ବଭାରତୀୟ ଶ୍ରମିକ ସଂଗଠନମାନଙ୍କର ମିଳିତ ଆହ୍ୱାନ କ୍ରମେ ଆସନ୍ତା ୩ ତାରିଖରେ ପେଟ୍ରୋଲ -ଡିଜେଲ ଦର ବୃଦ୍ଧି ଓ ଶ୍ରମିକ ମାରଣ ଶ୍ରମ ଆଇନ୍ ବିରୋଧରେ ଦେଶବ୍ୟାପୀ ହେବାକୁ ଥିବା ଆନ୍ଦୋଳନ ପାଇଁ ବାଲେଶ୍ୱରରେ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଶ୍ରମିକ କର୍ମଚାରୀମାନଙ୍କ ମିଳିତ ମଞ୍ଚ ଟି-ୟୁ-ଏ-ସି-ସି- ସଂଗଠନର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଉଠାଜଳସେଚନ କର୍ମଚାରୀ ଭବନରେ ଆୟୋଜିତ ବୈଠକରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇ ବାଲେଶ୍ୱରରେ ଏହି ଆନ୍ଦୋଳନକୁ ବ୍ୟାପକ ଭାବେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତିି। ମାଲିକଙ୍କ ସ୍ୱାର୍ଥରେ ଶ୍ରମ ଆଇନ ସଂଶୋଧନ, ଦୈନିକ କାର୍ଯ୍ୟସମୟ ୧୨ ଘଣ୍ଟାକୁ ବୃଦ୍ଧି ଓ ଶ୍ରମିକ ଛଟେଇ ବିରୋଧରେ ଏବଂ ଆୟକର ଦେଉନଥିବା ସମସ୍ତ ପରିବାରକୁ ମାସିକ ୭ହଜାର ୫ଶହ ଟଙ୍କାର ସହାୟତା, ପ୍ରବାସୀ ଶ୍ରମିକମାନଙ୍କୁ ବର୍ଷକୁ ୨୦୦ଦିନ କାମ ଓ ମାସକୁ ୧୦କିଲୋ ଚାଉଳ ପ୍ରଦାନ ପାଇଁ ଏହି ବୈଠକରେ ଦାବି କରାଯାଇଛି। ଆନ୍ତର୍ଜାତିକ ସ୍ତରରେ ତୈଳଦର ହ୍ରାସ ପାଉଥିବାବେଳେ ଆମ ଦେଶ ଓ ରାଜ୍ୟରେ ତୈଳଦର ଓ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦରବୃଦ୍ଧିକୁ ନେଇ ବିଭିନ୍ନ ଶ୍ରମିକ ସଂଗଠନମାନେ କ୍ଷୋଭ ପ୍ରକାଶ କରିଥିଲେ। ଏନେଇଆସନ୍ତା ୩ ତାରିଖ ଶୁକ୍ରବାର ୧୦ଟା ବେଳେ ବାଲେଶ୍ୱର ରେଳଷ୍ଟେସନ୍‌ରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ ଦପ୍ତ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି। ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ୍ ମାନଙ୍କ ତରଫରୁ ସୁରେଶ ଚନ୍ଦ୍ର ବେହେରା, ଭାଗବତ ପ୍ରତିହାରୀ, ଅରୁଣ କୁମାର ସ୍ୱାଇଁ, ନିକୁଞ୍ଜ ବସନ୍ତ ରାୟ, ଶାନ୍ତନୁ ଦାସ, ଅରୁଣ ଜେନା, ନିରାକାର ପାଣ୍ଡବ, ନିରଞ୍ଜନ ପରିଡ଼ା, ଅନିରୁଦ୍ଧ ଦାସ, ହରେକୃଷ୍ଣ ବିନ୍ଧାଣୀ, ବିକାଶ ଦାସ, ବନ୍ଦନା ବିଶ୍ୱାସ, ପୂର୍ଣ୍ଣଚନ୍ଦ୍ର ପାତ୍ର, ପରମେଶ୍ୱର ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶ୍ୟାମସୁନ୍ଦର ଜେନା ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.