Home ଜିଲ୍ଲା ପରିକ୍ରମା ନବନିର୍ମିତ ଗଡ଼ଗଡ଼ିଆ ବସ୍ ଷ୍ଟପେଜ ଉଦ୍‌ଘାଟିତ

ନବନିର୍ମିତ ଗଡ଼ଗଡ଼ିଆ ବସ୍ ଷ୍ଟପେଜ ଉଦ୍‌ଘାଟିତ

129

ବାଲେଶ୍ୱର, ୨୬ା୬ (ଓଡ଼ିଆ ପୁଅ/ଅଭୟ ଦାସ) : ଲାୟନ୍ସ କ୍ଲବ ଦ୍ୱାରା ନବ ନିର୍ମିତ ବାଲେଶ୍ୱର ସହରର ଗଡ଼ଗଡ଼ିଆସ୍ଥିତ ବସ୍ ଷ୍ଟପେଜ ବା ଯାତ୍ରୀ ବିଶ୍ରାମଗାର ଆଜି ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଲାୟନ୍ସ କ୍ଲବ ଜିଲ୍ଲା ଗଭର୍ଣ୍ଣର ପ୍ରକାଶ ଜେନା, ପୂର୍ବତନ ସାଂସଦ ଇଂଜିନିୟର ରବୀନ୍ଦ୍ର କୁମାର ଜେନା ଓ ଗଡ଼ଗଡ଼ିଆ ଚନ୍ଦନ କମିଟି ସଭାପତି ତଥା ଉଦ୍ୟୋଗୀ ସୁଧାସିନ୍ଧୁ ପଣ୍ଡା ଏଥିରେ ବରେଶ୍ୟ ଅତିଥି ଭାବେ ଯୋଗଦେଇ ଜନସାଧାରଣଙ୍କ ବ୍ୟବହାର ନିମନ୍ତେ ଏହି ଯାତ୍ରୀ ବିଶ୍ରାମଗାରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସର୍ବସାଧାରଣଙ୍କ ବ୍ୟବହାର ନିମେନ୍ତ ଏହାକୁ ନିର୍ମାଣ କରିବା ନେଇ ଲାୟନ୍ସ କ୍ଲବ ଓ ଲାୟନ୍ସ କ୍ଲବ ‘ଉମଙ୍ଗ’ର ଉଦ୍ୟମକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ। ଚାନ୍ଦିପୁର, ବଳରାମଗଡ଼ି, ରସାଳପୁର, ଗୋପାଳପୁର, ଧାମରା ପଭୃତି ଅଞ୍ଚଳକୁ ବସ୍ ଓ ଟ୍ରେକରରେ ଯାଉଥିବା ଯାତ୍ରୀଙ୍କ ସାମୟିକ ବିଶ୍ରାମ ପାଇଁ ଏହି ବସ୍ ଷ୍ଟପେଜ୍ ବେଶ ସହାୟକ ହୋଇପାରିବ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଲାୟନ୍ସ କ୍ଲବର ଭନ୍ସ ଚାନସେଲର ପ୍ରଫୁଲ୍ଲ ସାମଲ, ଏସ ବି ଗୁପ୍ତାଙ୍କ ସମେତ ଲାୟନ୍ସ କ୍ଲବ ଓ ଲାୟନ୍ସ କ୍ଲବ ଉମଙ୍ଗର କର୍ମକର୍ତ୍ତାଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଏହି ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ। ଉମଙ୍ଗର ସଭାପତିରଶ୍ମିତା ବିଶ୍ୱାଳ, ସମ୍ପାଦିକା ବନ୍ଦନା ମହାପାତ୍ର, କୋଷାଧ୍ୟକ୍ଷ ଦୀପ୍ତି ଦାସଙ୍କ ସମେତ ପୂର୍ବତନ କର୍ମକର୍ତ୍ତା ସୁବାସିନୀ ଜେନା, ଲୀନା ପାଣିଗ୍ରାହୀ, ସଂଘମିତ୍ରା ମହାନ୍ତି, ବନ୍ଦିତା ମହାନ୍ତି ପ୍ରମୁଖ ଏଥିରେ ଯୋଗଦେଇ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଲାୟନ୍ସ କ୍ଲବର ସଦସ୍ୟ ପ୍ରକାଶ କୁମାର ମହାନ୍ତି, କମଲେଶ ପାଲା ଓ କାଜରିଆ ଟାଇଲ୍ସଙ୍କ ଲକ୍ଷାଧିକ ଟଙ୍କାର ସହାୟତାରେ ଏହି ବିଶ୍ରାମଗାର ନିର୍ମିତ ହୋଇଥିବା ବେଳେ ଉମଙ୍ଗ ଓ ଲାୟନ୍ସ କ୍ଲବ କାର୍ଯ୍ୟକର୍ତ୍ତା ତଥା ସଦସ୍ୟ ସଦସ୍ୟାମାନେ ନିର୍ମାଣରେ ସକ୍ରିୟ ସହଯୋଗ କରିଥିଲେ। ଉଭୟ ସଂଗଠନର ଏହି ସମାଜସେବା ମୂଳକ କାର୍ଯ୍ୟକୁ ସାଧାରଣରରେ ଭୂୟସୀ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.