Home ଜିଲ୍ଲା ପରିକ୍ରମା ମୋଟୁ ଓ ସ୍ବାଭିମାନ  ଅଚଂଳକୁ ଗଡିଲା ବିଜୁସ୍ୱାସ୍ଥ୍ୟ ଏକ୍ସପ୍ରେସ,ରୋଗୀ ଓ ସହାୟକଙ୍କ ପାଇଁ ମାଗଣାରେ ବସ...

ମୋଟୁ ଓ ସ୍ବାଭିମାନ  ଅଚଂଳକୁ ଗଡିଲା ବିଜୁସ୍ୱାସ୍ଥ୍ୟ ଏକ୍ସପ୍ରେସ,ରୋଗୀ ଓ ସହାୟକଙ୍କ ପାଇଁ ମାଗଣାରେ ବସ ସେବାଆରମ୍ଭ  

52

ମାଲକାନଗିରି,୨୬ା୧୦ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଦୁର୍ଗମ ଅଚଂଳର ରୋଗୀ ଓ ସହାୟକ ମାନଙ୍କ ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ମାଗଣାରେ ବସ୍ ସେବା । ଆଜି ଅପରାହ୍ନରେ ମାଲକାନଗିରି ଜିଲ୍ଲାସଦର ହସପିଟାଲ ପରିସରେ ଆୟୋଜିତ କାର୍ଯ୍ୟକ୍ରମେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଯୋଗଦେଇ ଦୁଇଟି ରାଜ୍ୟ ସଡକ ପରିବହନ ନିଗମର ବିଜୁ ସ୍ୱାସ୍ଥ୍ୟ ଏକ୍ସପ୍ରେସ ବସ୍ କୁ ସବୁଜପତକା ଦେଖାଇ ଉଦଘାଟନ କରିଛନ୍ତି । ଗତ ୯ତାରିଖରେ ୫-ଟି ସଚିବ ଭି.କାର୍ତିକ ପାଣ୍ଡିଆନ,ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ,ଅର୍ଥସଚିବ ଅଶୋକକୁମାର ମୀନା ମାଲକାନଗିରି ଗସ୍ତରେ ଆସି ଜିଲ୍ଲାହସପିଟାଲ ପରିଦର୍ଶନ କରି ରୋଗୀମାନଙ୍କ ବିଭିନ୍ନସମସ୍ୟା କଥା ପଚାରି ବୁଝିଥିଲେ ।ରୋଗି ମାନଙ୍କୁ ସରକାରଙ୍କ ପକ୍ଷରୁ ମାଗଣାରେ ସ୍ୱାସ୍ଥ୍ୟସେବା ଔଷଧ ଓ ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ୧୦୦ କିମି ରୁ ଉର୍ଦ୍ଦ ଦୂର ଆନ୍ଦ୍ର ସୀମାନ୍ତ ମୋଟୁ ଓ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ ଜାନବାଇ ଠାରୁ ଜିଲ୍ଲାସଦର ମହକୁମା ହସପିଟାଲ କୁ ଚିକିତ୍ସା ହେବା ନିମନ୍ତେ ଆସିବା ପାଇଁ କୌଣସି ଗାଡିର ବ୍ୟବସ୍ଥା ନଥିବାରୁ ଏହି ଗରିବ ରୋଗୀଙ୍କୁ ହସପିଟାଲକୁ ଯାତାୟତ ପାଇଁ ମାଗଣାରେ ଦୁଇଟି ବସ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲାପାଳଙ୍କ ଅନୁରୋଧ କୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ନବୀନପଟନାୟକ ସ୍ୱତନ୍ତ୍ର ଭାବେ ବିଜୁ ସ୍ୱାସ୍ଥ୍ୟ ଏକ୍ସପ୍ରେସ ବସ ଦୁଇଟି ମାଲକାନଗିରି ର ଗରିବ ରୋଗୀ ମାନଙ୍କୁ ମାଗଣାରେ ହସପିଟାଲକୁ ଯାତାୟତ ପାଇଁ ବ୍ୟବସ୍ଥା କରିଛନ୍ତି । ଏହି ବସ ମାଲକାନଗିରି ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ମାଗଣାରେ ଯିବା ଆସିବା ପାଇଁ ରୋଗୀ ଓ ସେମାନଙ୍କ ସହାୟକମାନଙ୍କ ନିମନ୍ତେ ଚିତ୍ରକୋଣ୍ଡା ସ୍ୱାଭିମାନଅଚଂଳ ଜନ୍ତାପାଇ ଠାରୁ ସକାଳ ୬ଟାରେ ବାହାରି ଜାନବାଇ, ଚିତ୍ରକୋଣ୍ଡା, ବାଲିମେଳା,କୋରକୁଣ୍ଡା ହୋଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ସକାଳ ୧୦ଟାରେ ପହଚିଂବ । ଠିକ ସେହିପରି ଅନ୍ୟଏକ ବସ ଆନ୍ଦ୍ରସୀମାନ୍ତ ଦୀର୍ଘ୧୧୦କିମି ଦୂର ମୋଟୁ ଠାରୁ ଏହି ବିଜୁସ୍ୱାସ୍ଥ୍ୟ ଏକ୍ସପ୍ରେସ ବସ୍ ରୋଗୀ ଓ ସେମାନଙ୍କ ସହାୟକ ମାନଙ୍କୁ ଧରି ସକାଳ୬ଟାରୁ ବାହାରି ଏମଭି୭୯, ଏମଭି୭୨, କାଲିମେଳା, ପୋଟେରୁ ହୋଇ ମାଲକାନଗିରି ଜିଲ୍ଲା ହସପିଟାଲରେ ଦିନ ୧୦ଟାରେ ପହଚିଂବ. ଚିକିତ୍ସିତ ହୋଇସାରି ଥିବା ରୋଗୀ ମାନଙ୍କୁ ଧରି ପୁଣି ଅପରାହ୍ନ ୪ଟାରେ ମାଲକାନଗିରି ଠାରୁ ବାହାରି ମୋଟୁ ଓ ଚିତ୍ରକୋଣ୍ଡା ସ୍ୱାଭିମାନଅଚଂଳ ଜନ୍ତାପାଇ ଠାରେ ସନ୍ଧ୍ୟା୭ଟାରେ ପହଁଚି ସେଠାରେ ରାତ୍ରରହଣି କରିବାର କାର୍ଯ୍ୟକ୍ରମ ରହିଛି । ଏହି ଦୁଇଟି ମାଗଣା ବସ ସେବା ଦ୍ୱାରା ଦୁର୍ଗମ ଦୂରାନ୍ତ ଅଚଂଳରେ ରହୁଥିବା ଗରିବ ରୋଗୀମାନେ ଚିକିତ୍ସା ସେବା ପାଇବା ସହିତ ବହୁଳ ଭାବେ ଉପକୃତ ହେବେ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ କହିଛନ୍ତି । ଏହି ଉଦଘାଟନି ଉତ୍ସବରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା ଅଜୟକୁମାର ବୈଠାରୁ,ଅତିରିକ୍ତ ଜିଲ୍ଲାସ୍ୱାସ୍ଥ୍ୟ ଅଧିକାରୀ ଜିଲ୍ଲାହସପିଟାଲ ସୁପରିଟେଣ୍ଡେଟଂ ଡା ଅନିଲକୁମାର ମିଶ୍ର,ବିଡିଓ ତଥା ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଡ.ଗୁଣନିଧି ନାୟକ,ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର,ଜିଲ୍ଲା ପରିବହନ ଅଧିକାରୀ ସନତକୁମାର ଜେନା,ଏମଭିଆଇ ଖଗେଶ୍ୱର ମୁର୍ମୁ,ଜିଲ୍ଲାସହକାରି ପରବହନ ପରିଚାଳକ ଗଗନ ବାହିରୀ ସେନାପତୀ,ପ୍ରମୁଖ ଡାକ୍ତର ଓ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତି ଥିଲେ । ଆଜିର ପ୍ରଥମ ଦିବସରେ ଜିଲ୍ଲା ହସପିଟାଲରୁ ସୁସ୍ଥ ହୋଇ ସଦାସିସା,ଲକ୍ଷମ୍‌ଣ ସିସା,ମୁକୁନ୍ଦ ସିସା ତିନିଜଣ ରୋଗୀ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ କୁ ଓ ଗଙ୍ଗଧର ହିଆଲ ନାମକ ରୋଗୀ କାଲିମେଳା ଅଚଂଳକୁ ଏହି ବିଜୁସ୍ୱାସ୍ଥ୍ୟ ଏକ୍ସପ୍ରେସ ବସରେ ଯାତ୍ରା କରିଛନ୍ତି । ରୋଗୀଙ୍କ ପାଇଁ ମାଗଣାରେ ହସପିଟାଲକୁ ଯାତାୟତ ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଇଥିବା ବିଜୁସ୍ୱାସ୍ଥ୍ୟ ଏକ୍ସପ୍ରେସ ବସ ମାଲାକନଗିରି ଜିଲ୍ଲାରେ ଚଳାଚଳ ଆରମ୍ଭ କରିଥିବାରୁ ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.