Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ୫-ଟି ର ସମୀକ୍ଷା କଲେ ଜିଲ୍ଲାପାଳ

ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ୫-ଟି ର ସମୀକ୍ଷା କଲେ ଜିଲ୍ଲାପାଳ

76

ମାଲକାନଗିରି,୨୬ା୧୦ (ଓଡିଆ ପୁଅ ) ରାଜ୍ୟସରକାର ଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିମାସ ୪ର୍ଥ ଶନିବାର ଦିନ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଛୁଟିରେ ନ ଯାଇ ସରକାରଙ୍କ ନୂତନ ୫-ଟି ଯୋଜନା ସଂପର୍କରେ ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ରହିଛି । ଏହି ନିର୍ଦ୍ଦେଶ କୁ ସମ୍ମାନଜଣାଇ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ଅଧ୍ୟକ୍ଷତାରେ ସ୍ଥାନୟୀ ଡିଆରଡିଏ ସମ୍ମିଳନୀ କକ୍ଷରେ ୫-ଟି ଯୋଜନା ସଂପର୍କରେ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଟିତ ହୋଇ ଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟଅଧିକାରୀ ଡା ଅଜୟକୁମାର ବୈଠାରୁ,ପିଏଆଇଟିଡିଏ ଖୀରାଦ୍ଧିବେହେରା,ସହକରୀ ଏସପି ଉଦ୍ଦବଚରଣ ନାୟକ,ବିଡିଓ ଡ.ଗୁଣନିଧି ନାୟକ,ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ,ସାତଟି ଯାକ ବ୍ଲକର ବିଡିଓ,ତହସିଲଦାର,ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜ ଅଚଂଳରେ ଚାଲିଥିବା ୫-ଟି ଯୋଜନା ସଂପର୍କରେ ଆଲୋଚନା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.