Home କନ୍ଧମାଳ ମୋଟର ଚାଳକ ସଂଘ ତରଫରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ମୋଟର ଚାଳକ ସଂଘ ତରଫରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

25

ବାଲିଗୁଡା, ୨୯/୦୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ସ୍ଥିତ ମୋଟର ଚାଳକ ସଙ୍ଘ ପକ୍ଷରୁ ହନୁମାନ ବାଟିକା ଠାରେ ଏକ ଜରୁରୀ କାଳୀନ ବୈଠକ ଭାରତ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସଂଘର ନିଷ୍ପତି ଅନୁଯାଇ ସଂଘ ନିମନ୍ତେ ଏକ ଗୃହ ନିର୍ମାଣ ନିମନ୍ତେ ସ୍ଥାନ ଚି଼ହ୍ନଟ କରି ଯୋଗାଇଦେବା ପାଇଁ ୨୦୧୮ରେ ଏକ ଦାବିପତ୍ର ସେତେବେଳର ତହସିଲଦାର ଙ୍କୁ ଦିଆଯାଇଥିଲା, ହେଲେ ତାହା ପୂରଣ ହୋଇ ନ ଥିବାରୁ ମୋଟର ଚାଳକମାନେ କ୍ଷୋଭ ପ୍ରକାଶ କରିବା ସହ ଆଜି ପୁନଶ୍ଚ ସ୍ଥାନୀୟ ତହସିଲଦାର ଲକ୍ଷ୍ମୀଧର ସାହୁ ଙ୍କୁ ଭେଟି ନିଜ ଦାବି ଲିଖିତ ଭାବେ ପ୍ରଦାନ କରିଥିଲେ ଏବଂ ଏହି ଦାବି ପୂରଣ ନ ହେଲେ ଆଗାମୀ ଦିନରେ କୋଟଗଡ ର ମୋଟର ଚାଳକମାନେ କାର୍ଯ୍ୟବନ୍ଦ ଧାରଣା ପ୍ରଦର୍ଶନ କରିବା ସହ ରାଜରାସ୍ତା କୁ ଓହ୍ଲାଇ ବାକୁ ବାଧ୍ୟ ହେବେ ବୋଲି ସଭାପତି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.