Home କୋରାପୁଟ ମେଡିକାଲ କଲେଜ ଲିଫ୍ଟ ଅଚଳ,ଅଧଘଂଟା ଫସି ରହିଲେ ଅଜା ନାତି

ମେଡିକାଲ କଲେଜ ଲିଫ୍ଟ ଅଚଳ,ଅଧଘଂଟା ଫସି ରହିଲେ ଅଜା ନାତି

115

କୋରାପୁଟ ;ତା୨୧-୦୭-୧୯(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଲିଫ୍ଟ ଅଚଳ ହୋଇ ଅଧାରେ ରହିଯିବାରୁ ଲିଫ୍ଟରେ ଜଣେ ବ୍ୟକ୍ତି ଓ ତାଙ୍କ ନାତି ପ୍ରାୟ ୩୦ ମିନିଟ ଫସି ରହିଥିଲେ । ସୂଚନା ଅନୁଯାୟୀ ମେଡିକାଲ କଲେଜ ଭେଷଜ ବିଭାଗରେ ଚିକିସôା ହେଉଥିବା ଜଣେ ରୋଗୀଙ୍କୁ ଉମରକୋଟର ହରିବନ୍ଧୁ ମଣ୍ଡଳ(୫୫) ଓ ତାଙ୍କ ୧୪ ବର୍ଷର ନାତି ବିପୁଲ ପାଲ ହସ୍ପିଟାଲକୁ ଆସିଥିଲେ । ଅଜା ନାତି ହସ୍ପିଟାଲର ପ୍ରଥମ ମହଲାରେ ଥିବା ଭେଷଜ ବିଭାଗକୁ ଯିବା ନିମନ୍ତେ ଲିଫ୍ଟରେ ପଶି ସୁଇଚ ଟିପିଥିଲେ । ତେବେ ଲିଫ୍ଟ କିଛି ବାଟ ଯିବା ପରେ କୌଣସି ଯାଂନ୍ତ୍ରୀକ ତୃଟି ଯୋଗୁଁ ଅଟକି ରହିଥିଲା ।ଏହାପରେ ସେମାନେ ସାଇରନ ବଟନ ଟିପିଥିଲେ ।ସାଇରନ ବାଜିବା ପରେ କାର୍ଯରତ ସିକ୍ୟୁରିଟି ଗାର୍ଡମାନେ ଘଟଣାସ୍ଥଳକୁ ଆସି ମ୍ୟାନେଜରଙ୍କୁ ଫୋନ କରିବା ସହ କାର୍ଯ୍ୟରତ ଜଣେ ଅସ୍ଥାୟୀ କର୍ମଚାରୀଙ୍କୁ ଫୋନ କରି ଡକାଇଥିଲେ ।ଉକ୍ତି ବ୍ୟକ୍ତି ଉପର ତଳ ହୋଇ କିପରି କରାଯିବ ତାହା ନିରୀକ୍ଷଣ କରିଥିଲେ ।କିଛି ସମୟପରେ ବହୁ କଷ୍ଟରେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଲିଫ୍ଟ୍ ରୁ ବାହାରିବା ପରେ ଅଜା ନାତି ଭୟଭୀତ ଅବସ୍ଥାରେ ରହିଥିବା ନଜର କରାଯାଇଥିଲା ।ଏଥିପୂର୍ବରୁ ଉକ୍ତ ଲିଫ୍ଟଟି ଖରାପ ହୋଇଯାଇଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ବେଳେ କିପରି ହସପିଟାଲ କର୍ତୂପକ୍ଷ ମରାମତି ନ କରି ଖୋଲା ଛାଡିଦେଇଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଯଦି ରୋଗୀ ଉକ୍ତ ଲିଫ୍ଟରେ ଯାଇଥାନ୍ତେ ତେବେ ଭୟଙ୍କର ପରିସ୍ଥିତି ଉପଜୁଥାନ୍ତା ସେଥିପାଇଁ କିଏ ଦାୟୀ ରହିଥାନ୍ତେ ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଛି ।ତୁରନ୍ତ ମରାମତି କରନ୍ତୁ ନତୁବା ଉକ୍ତ ଲିଫ୍ଟଟିକୁ ବନ୍ଦ କରି ରଖିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.