Home ଜିଲ୍ଲା ପରିକ୍ରମା ମୃତ ଚାଷୀଙ୍କ ପରିବାରକୁ ବୀମାରାଶି ପ୍ରଦାନ

ମୃତ ଚାଷୀଙ୍କ ପରିବାରକୁ ବୀମାରାଶି ପ୍ରଦାନ

35

ଭଦ୍ରକ, ୬ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ, ଭଦ୍ରକ ଶାଖା ଅଧୀନରେ ଥିବା କଲେଇ ସେବା ସମବାୟ ଓଲଟୁଙ୍ଗା ସମିତିରୁ ଋଣ ନେଇଥିବା କ୍ଷୁଦ୍ର ଗରିବ ଚାଷୀ କୈଳାସ ଚନ୍ଦ୍ର ପରିଡାଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ପରେ ତାଙ୍କ ପରିବାରର ଉତ୍ତରାଧିକାରୀ ସୁଜାତା ପରିଡାଙ୍କୁ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ବୀମାରାଶି ବାବଦକୁ ଏକ ଚେକ୍ ପ୍ରଦାନ କରାଯାଇଛି । ଏହି ସେବା କିଶାନ କାର୍ଡ ଜରିଆରେ ତାଙ୍କୁ ପ୍ରଦାନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ କିଶାନ କାର୍ଡ ଜରିଆରେ ବର୍ଷକୁ ମାତ୍ର ୨୮୩.୨୦ ଟଙ୍କା ଦେଇ ସେ ଏକ ବୀମା କରିଥିଲେ । ଫଳରେ ଏସ୍‌ସିସି କ୍ରେଡିଟ୍ କାର୍ଡ ଅନୁଯାୟୀ ତାଙ୍କୁ ବୀମାରାଶିର ଉକ୍ତ ଚେକ୍ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା, ଶାଖା ପରିଚାଳକ ନିର୍ମଳ ଚନ୍ଦ୍ର ସେଠୀ, ପ୍ରଶାସନିକ ଅଧିକାରୀ ବସନ୍ତ ରଣା, କଲେଇ ସେବା ସମବାୟ ସଂପାଦକ ଗୌରାଙ୍ଗ ଚନ୍ଦ୍ର ନାୟକଙ୍କ ମାଧ୍ୟମରେ ସ୍ୱର୍ଗତଃ ପରିଡାଙ୍କ ପତ୍ନୀ ସୁଜାତା ପରିଡାଙ୍କୁ ପ୍ରଦାନ କରାଯାଇଛି । ଏହି ଚେକ୍ ପ୍ରଦାନ କାଳରେ ଅନ୍ୟମାନଙ୍କ ମଧ୍ୟରେ ଆମ୍ବରୋଳି ସମବାୟ ସମିତିର ସଂପାଦକ ରମାକାନ୍ତ ଦାସ, ଅଶୋକ କୁମାର ମିଶ୍ର, ଭାଗୀରଥି ସ୍ୱାଇଁ, ମହେଶ୍ୱର ନାୟକ ଓ ଗୋଲକ ବିହାରୀ ଦାସ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.