Home ଜିଲ୍ଲା ପରିକ୍ରମା ଆଦର୍ଶ ଶିକ୍ଷକ ଦେବାଶିଷ ନାୟକଙ୍କ ପରଲୋକ

ଆଦର୍ଶ ଶିକ୍ଷକ ଦେବାଶିଷ ନାୟକଙ୍କ ପରଲୋକ

23

ଭଦ୍ରକ, ୬ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍‌ର ଫତେପୁରସ୍ଥିତ ନୃସିଂହ ନାରାୟଣ ଉଚ୍ଚ ବିଦ୍ୟାପୀଠର ସହକାରୀ ଶିକ୍ଷକ ଦେବାଶିଷ ନାୟକଙ୍କର ଆଜି ୫୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ନିଜ ଶିକ୍ଷାଦାନ କାଳରେ ସେ ଜଣେ ଆଦର୍ଶ ଛାତ୍ରବତ୍ସଳ ଶିକ୍ଷକ ଭାବେ ପରିଚିତ ଥିଲେ । ଗତ ତିନିଦିନ ହେଲା ସେ ହଠାତ୍ ହୃଦଘାତ କାରଣରୁ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବାବେଳେ ଆଜି ପରଲୋକ ଘଟିଛି । ସ୍ୱର୍ଗତଃ ନାୟକଙ୍କ ଘର ଏହି ବ୍ଲକ୍‌ର କାଶିମପୁର ଗ୍ରାମ ହୋଇଥିବାବେଳେ ଆଦର୍ଶ ଶିକ୍ଷକ ସ୍ୱର୍ଗତଃ ରାଧାଗୋବିନ୍ଦ ନାୟକଙ୍କର ସେ ପୁତ୍ର ଓ ଡକ୍ଟର ରାଧାବିନୋଦ ନାୟକଙ୍କ ପୁତୁରା ଅଟନ୍ତି । ତାଙ୍କର ଏଭଳି ମୃତ୍ୟୁରେ ଧାମନଗର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଦୁଇଝିଅ, ପତ୍ନୀ, ଶାଳକ ସିପୁ, ଭାଇ ସାମ୍ବାଦିକ ଚାରୁଦତ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବାବେଳେ ଝିଅ ମନିସା ମୁଖାଗ୍ନି ଦେଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.