Home ଓଡ଼ିଶା ମୁଖ୍ୟଡାକଘର ର ଲିଙ୍କଫେଲ କୁ ନେଇ ଗ୍ରାହକ ସାମ୍ମୁଖ୍ୟ ପକ୍ଷରୁ ମହାଡାକପାଳ ଙ୍କ ନିକଟରେ ଅଭିଯୋଗ

ମୁଖ୍ୟଡାକଘର ର ଲିଙ୍କଫେଲ କୁ ନେଇ ଗ୍ରାହକ ସାମ୍ମୁଖ୍ୟ ପକ୍ଷରୁ ମହାଡାକପାଳ ଙ୍କ ନିକଟରେ ଅଭିଯୋଗ

40

ମାଲକାନଗିରି,୨ା୧୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାମୁଖ୍ୟଡାକଘର ସହିତ ଡିଏନକେ ପୋଷ୍ଟ ଅଫିସରେ ଦୀର୍ଘ୧ ମାସରୁ ଉର୍ଦ୍ଦହେବ ଲିଙ୍କ ଫେଲ ହୋଇ ଯାଇଛି କହି ଡାକବିଭାଗ କର୍ମଚାରୀ ମାନେ ଗ୍ରାହକମାନଙ୍କ ର କୌଣସି କାମ ନକରି ସେମାନଙ୍କୁ ଫେରାଇ ଦେଉଥିବାରୁ ଅର୍ଥ ଦେଣ ନେଣ ସହ ଅନ୍ୟାନ ଡାକବିଭାଗରେ ଜରୁରି କାମ ହୋଇ ପାରୁନଥିବାରୁ ପୋଷ୍ଟାଲ ବିଭାଗର ଅବହେଳାକୁ ନେଇ ଗ୍ରାହକ ସାମ୍ମୁଖ୍ୟ ପକ୍ଷରୁ ମହା ଡାକପାଳ ଭୁବନେଶ୍ୱର,ଡାକବିଭାଗ ନିର୍ଦ୍ଦେଶକ ନୁଆ ଦୀଲ୍ଳୀଙ୍କ ନିକଟକୁ ଅଭିଯୋଗ ପତ୍ର ପଠାଯାଇଛି । ଦୀର୍ଘ ଏକ ବର୍ଷ ହେଲା ବାହରମ୍ବାର ଡାକ ଭିବାଗରେ ଲିଙ୍କ ନ ରହିବା ଯୋଗୁ ଗ୍ରାହକ ମାନେ ବହୁତ ହଇରାଣ ହେଉଛନ୍ତି,ଗତ ଅଗଷ୍ଟ,ସେପ୍ଟମ୍ବର ମାସରେ ୧୫ଦିନ ଓ ଅକ୍ଟୋବର ମାସ ତମାମ ମୁଖ୍ୟଡାକଘର ସହିତ ଜିଲ୍ଲାର ଅନ୍ୟାନ ଡାକଘରେ ଲିଙ୍କ ନରହିବା ଯୋଗୁ ଗ୍ରାହକ ସେବାରେ ବାଧା ସୃଷ୍ଟି ହେଉଥିଲେ ମଧ୍ୟ ଡାକବିଭାଗ ଅଧିକାରୀ ମାନେ ଗୁରୁତ୍ୱ ଦେଉ ନଥିବାରୁ ଜିଲ୍ଲା ଖାଉଟି ଫୋରମର ପୁବ ର୍ତନ ଅଧ୍ୟ କ୍ଷ ତଥା ଗ୍ରାହକ ସାମ୍ମୁଖ୍ୟର ସଭାପତି ଆଇନଜୀବୀ ଅଶୋକକୁମାର ପଟନାୟକ ତୁରନ୍ତ ସମସ୍ୟା ସାମାଧନ କରିବା ନିମନ୍ତେ ଡାକବିଭାଗ ନିର୍ଦ୍ଦେଶକ ନୂଆଦୀଲ୍ଳୀ ,ମହା ଡାକପାଳ ଭୁବନେଶ୍ୱର କୁ ଆଜି ଏକ ନୋଟିସ ଜାରିକରିଛନ୍ତି, ତୁରନ୍ତ ସମସ୍ୟା ସମାଧନା କର ଯାଇ ଗ୍ରାହକ ମାନଙ୍କୁ ଉତମ ସେବା ଯୋଗାଇ ଦିଆନଗଲେ ଆଗାମୀ ଦିନରେ ଖାଟି ଫୋରମ ରେ ମକୋଦମା ରୁଜୁ କରାଯିବା ସହିତ ଡାକବିଭାଗ ବିରୋଧରେ ଜିଲ୍ଲାବାସୀ ଆନ୍ଦୋଳନ କରିବେ ବୋଲି ଶ୍ରୀ ପଟନାୟକ ସୁଚନା ଦେଇଛନ୍ତି । କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ଙ୍କ ଡିଜିଟାଲ ଇଣ୍ଡିଆ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ପ୍ରହସନ ପାଲଟିଛି । ଜିଲ୍ଲା ସଦର ମହକୁମାସ୍ଥ ମୁଖ୍ୟ ପୋଷ୍ଟଅଫିସରେ ମାସ ମାସ ଧରି ଲିଙ୍କଫେଲ ରହୁଥିବାରୁ ଡାକ ବିଭାଗ କାର୍ଯ୍ୟରେ ଘୋର ବାଧା ସୃଷ୍ଠି ହେବା ସହିତ ଗ୍ରାହକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଜିଲ୍ଲା ମୁଖ୍ୟଡାକଘର ସହିତ ଡିଏନକେ ଶାଖା ପୋଷ୍ଟ ଅଫିସେରେ ଲିଙ୍କ ଫେଲ ଥିବାରୁ ଆର.ଡି.ପି.ଏଲ.ଆଇ,ସଚଂୟ,ଉଠାଣ,ଫିକ୍ସ ଡିପୋଜିଟ,ମହିଳାସ୍ୱୟଂ ସହାୟକ ଗୋଷ୍ଟି ମାନଙ୍କ ଜମାଖାତାରେ ଟଙ୍କା ଉଠାଣ,ଟଙ୍କା ସଂଚୟ ହୋଇପାରୁନଥିବାରୁ ସାଧାରଣ ଗ୍ରାହକ ଓ ସରାକାରି କର୍ମଚାରୀ ମାନେ ବାରମ୍ବାର ଡାକଘରକୁ ଯାଇ ନିରାଶ ହୋଇ ପେରୁଛନ୍ତି । ଏହା ବ୍ୟତିତ ଡାକ ଟିକେଟ,ପୋଷ୍ଠକାର୍ଡ,  ମେଘଦୂତ ପୋଷ୍ଟ କାର୍ଡ,ଏନଭଲପ,ଇନ୍ ଲାଣ୍ଡ ଲେଟର ଆବଶ୍ୟକୀୟ ପରିମାଣର ଡାକଘର ମାନଙ୍କରେ ଉପଲବ୍ଧ ହେଉନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.