Home ଓଡ଼ିଶା ରାଜ୍ୟସ୍ତରୀୟ ମୁକ୍ତ ଜୁଡୋ ପ୍ରତିଯୋଗିତାରେ ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ର ଛାତ୍ରୀ ଙ୍କ ସଫଳତା,୧୦ଟି ପଦକ...

ରାଜ୍ୟସ୍ତରୀୟ ମୁକ୍ତ ଜୁଡୋ ପ୍ରତିଯୋଗିତାରେ ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ର ଛାତ୍ରୀ ଙ୍କ ସଫଳତା,୧୦ଟି ପଦକ ହାସଲ

32

ମାଲକାନଗିରି,୨ା୧୧(ଓଡିଆ ପୁଅ ) ରାଜ୍ୟସ୍ତରୀୟ ଜୁଡୋ ପ୍ରତି ଯୋଗୀତାରେ ମାଲକାନଗିରି ଜିଲ୍ଲାର ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀ ଓ ଜୁଡୋ ଏକାଡାମୀ ର ଆଦିବାସୀ ଛାତ୍ର ଛାତ୍ରୀ ପ୍ରତି ଯୋଗୀତାରେ ସଫଳତା ହାସଲ କରି ୧୦ଟି ପଦକ ପାଇଛନ୍ତି । ବଲାଙ୍ଗିରି ଜିଲ୍ଲା ଟିଟିଲାଗଡ ଠାରେ ଗତ ୨୯ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ହୋଇଯାଇଥିବା ରାଜ୍ୟସ୍ତରୀୟ ମୁକ୍ତ ଜୁଡୋ ପ୍ରତି ଯୋଗୀତାରେ ମାଲକାନଗିରି ଜିଲ୍ଲାର ବଣ୍ଡା,କୋୟା, ପରଜା,କନ୍ଧ ୧୬ଜଣ ଆଦିବାସୀ ସଂପ୍ରଦାୟର ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ ।ସେମାନଙ୍କ ମଧ୍ୟରୁ ୧୦ଜଣ ପ୍ରତିଯୋଗୀ କୃତିତ୍ୱ ହାସଲ କରିଛନ୍ତି । କେଡେଟ ବିଭାଗର ୪୫ କିଲୋ ବର୍ଗ ଜୁନିୟର ବର୍ଗରେ କୋୟା ସଂପ୍ରଦାୟର ଆଦିବାସୀ ଛାତ୍ରୀ ରଶ୍ମିମାଡକାମୀ ସ୍ୱଣ୍ଣ ର୍ ପଦକ ,ବରିଷ୍ଟ ବିଭାଗର ୬୦ କିଲୋ ବର୍ଗରେ ମାସି ହନ୍ତାଳ ସ୍ୱଣ୍ଣ ର୍ ପଦକ, ୫୦କିଲୋ ବର୍ଗରେ ବଣ୍ଡା ଆଦିବାସୀ ସଂପ୍ରଦାୟର ମଙ୍ଗଳା ଶିଶା ରୋପ୍ୟ,ଅରବିନ୍ଦ ଖରା ରୋପ୍ୟ ପଦକ,ଲ କ୍ଷମ୍ମି ସୋଡି ରୋପ୍ୟ,ସରିତା ହରିଜନ ବ୍ରୋଚଂ ପଦକ,ବଣ୍ଡା ଛାତ୍ର ନକୁଳ କ୍ରୀସାନୀ ବ୍ରୋଚଂ ପଦକ,ହୀରାମଣୀ ଖିଲ ବ୍ରୋଚଂ ପଦକ ପାଇଛନ୍ତି, ରାଜ୍ୟସ୍ତରୀୟ ପ୍ରତି ଯୋଗୀତାରେ ମାଲକାନଗିରି ଜିଲ୍ଲାରୁ ଭାଗନେଇଥିବା ୧୬ଜଣ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ୧୦ଜଣ ୧୦ଟି ପଦକ ହାସଲ କରି ଜିଲ୍ଲାର ଗୌରବ ବଢାଇଛନ୍ତି । ଏମାନଙ୍କ ମଧ୍ୟରୁ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳର ମାସି ହନ୍ତାଳ ଓ ବଣ୍ଡାଘାଟିର ବଣ୍ଡା ଜନଜାତୀର ଶୁକ୍ରା କ୍ରୀସାନୀ ଜାତୀୟସ୍ତର ପ୍ରତିଯୋଗୀତାରେ ଭାଗନେବା ପାଇଁନୋନିତ ହୋଇଛନ୍ତି । ଏହି ପ୍ରତିଯୋଗୀ ମାନେ ଜିଲ୍ଲା ସଦର ମହକୁମାଠାରେ ଥିବା ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଅଲ୍‌ଓଡିଶା ମାର୍ଶଲଆର୍ଟ ଏକାଡେମୀ(ଆଓମା ଗୁରକୂଳ) ଓ ଜୁଡୋ ଏସୋସିଏସନର ର ଛାତ୍ର ଛାତ୍ରୀ ସେମାନଙ୍କୁ ସ୍ୱତନ୍ତ୍ର ଭାବେ କଳା କୌଶଳ ତାଲିମ ଦିଆଯାଇଛି । ଆଓମା ର ମୁଖ୍ୟ ବିନାଶ କୁମାର ମିଶ୍ର,ଅଲଓଡିଶା ମାର୍ଶଲ ଆର୍ଟ କୋଡେମୀ ର ସଭାପତି ରତ୍ନାକରଦାଶ, ଜୁଡୋ ଏସୋସିଏସନର ସଭାପତି ଦିଲ୍ଲୀପ କୁମାର ଦାଶ ଙ୍କ ସହିତ ଏକାଡେମୀର କର୍ମକର୍ତା, ବିଶିଷ୍ଟ ବ୍ୟକ୍ତି ବିଶେଷ ଅନ୍ୟମାନେ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ସହ ସ୍ୱାଗତ ସମ୍ବୋର୍ଦ୍ଦନା ଜଣାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.