Home ଓଡ଼ିଶା ସତୀଗୁଡା ଜଳଭଣ୍ଡାରରେ ଏନଡିଆରଏଫ ଟିମ ପକ୍ଷରୁ ପ୍ରାକୃତି ବିପର୍ଯ୍ୟୟ ପରିଚାଳନା ନିମନ୍ତେ ମକ ଡ୍ରୀଲ

ସତୀଗୁଡା ଜଳଭଣ୍ଡାରରେ ଏନଡିଆରଏଫ ଟିମ ପକ୍ଷରୁ ପ୍ରାକୃତି ବିପର୍ଯ୍ୟୟ ପରିଚାଳନା ନିମନ୍ତେ ମକ ଡ୍ରୀଲ

28

ମାଲକାନଗିରି,୨ା୧୧ (ଓଡିଆ ପୁଅ ) ମାଲକାନଗିରି ବ୍ଲକସ୍ଥ ସତୀଗୁଡା ଜଳଭଣ୍ଡାର ରେ କଟକ ମୁଣ୍ଡୁଳି ସ୍ଥ ଏନଡିଆରଏଫ ଟିମ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟ ପରିଚାଳନା ନିମନ୍ତେ ମକ ଡ୍ରିଲ ଅନୁଷ୍ଟିତ ହୋଇଯାଇଛି । କଟକ ଏନଡିଆରପିଏଫ ଯବାନ ମାନେ ବନ୍ୟା,ବତ୍ୟା, ଡଙ୍ଗାବୁଡି,ବଜ୍ରପାତ ଆଦି ପ୍ରାକୃତିକ ବିପର୍ଯ୍ୟୟ ରୁ କିପରି ଜନସାଧାରଣ ମୁକାବିଲା କରି ସୁରକ୍ଷିତ ରହିପାରିବେ ସେନେଇ କଲେଜର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ମକ ଡ୍ରୀଲ କରିଥିଲେ । ବନ୍ୟା,ବାତ୍ୟ ସମୟରେ ପାଣିରେ ବୁଡିଯାଉଥିବା ଲୋକମାନଙ୍କୁ କିପରି ଉଦ୍ଧାର କରା ଯାଇ ଜୀବନ ରକ୍ଷା କରାଯାଇପାରିବ ସେ ନେଇ ଜଳଭଣ୍ଡାରରେ ବୋଟ ଚାଳନା କରି ଏମନଡିଆରଏଫ ଟିମ ର ଅଧିକାରୀ ମାନେ କୌଶଳ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ କଟକ ମୁଣ୍ଡୁଳି ଏନଡିଆରଏଫ ଟିମ ଇନିସପେକ୍ଟର ସୁନିଲ କୁମାର ଶନ୍ତ,ପଡିଆ ଅଗ୍ନିଶମ ଅଧିକାରୀ ଶିଶିରକାନ୍ତ ସିଂ, ଡେପୁଟି କଲେକ୍ଟର ଲଳିତ ମଣ୍ଡଳ,ଜିଲ୍ଲା ବିପର୍ଯ୍ୟୟ ପ୍ରକଳ୍ପ ଅଧିକାରୀ ସୁଧାଶଂ ସେଖର ପୃଷ୍ଟି, ପ୍ରମୁଖ ଅଅଧିକାରୀ ଉପସ୍ଥିତ ରହି କଲେଜର ଛାତ୍ର ମାନଙ୍କୁ ବିପର୍ଯ୍ୟୟ ପରିଚାଳନା ସଂପର୍କରେ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.