Home ଜିଲ୍ଲା ପରିକ୍ରମା ମୀରାମ୍ବିକା ଆବାସିକ ବିଦ୍ୟାଳୟରେ ଶତପ୍ରତିଶତ ମ୍ୟାଟ୍ରିକ୍ ରେଜଲ୍ଟ

ମୀରାମ୍ବିକା ଆବାସିକ ବିଦ୍ୟାଳୟରେ ଶତପ୍ରତିଶତ ମ୍ୟାଟ୍ରିକ୍ ରେଜଲ୍ଟ

89

ବାଲେଶ୍ୱର, ୩୧-୭ (ଓଡ଼ିଆ ପୁଅ/ଅଭୟ ଦାସ): ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ଶତପ୍ରତିଶତ ସଫଳତା ପାଇଥିବା ବାଲେଶ୍ୱର ମଠସାଇସ୍ଥିତ ମୀରାମ୍ବିକା ଆବାସିକ ବିଦ୍ୟାଳୟରେ ଗୁରୁବାରଦିନ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବିଦ୍ୟାଳୟରେ ୩୭ ଜଣ ଛାତ୍ରଛାତ୍ରୀ ଜଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗାୟତ୍ରୀ ମାନ୍ନା ୯୦ ପ୍ରତିଶତ ମାର୍କ ରଖି ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦେବବ୍ରତ ସାହୁ ଏ-୨ ଗ୍ରେଡ୍‌ରେ ପାସ ହୋଇଛନ୍ତି। ସେହିପରି ବିଦ୍ୟାଳୟର ୭ ଜଣ ଛାତ୍ରଛାତ୍ରୀ ବି-୧ ଗ୍ରେଡ୍‌ରେ, ୧୫ ଜଣ ବି-୨ ଗ୍ରେଡ୍‌ରେ, ୮ ଜଣ ସି ଗ୍ରେଡ୍‌ରେ ଓ ଅନ୍ୟ ୫ ଜଣ ଡି ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ଏହି ପରିପ୍ରେକ୍ଷୀରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରତିଷ୍ଠାତା ଶିକ୍ଷାବିତ୍ ନିରଂଜନ ଖୁଣ୍ଟିଆ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିନା ପ୍ରଦାନ ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ। ବିଦ୍ୟାଳୟରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ପାଠ୍ୟକ୍ରମ ସହିତ ଶ୍ରୀମା-ଶ୍ରୀ ଅରବିନ୍ଦଙ୍କ ଆଦର୍ଶକୁ ଭିତ୍ତି କରି ଏଠାରେ ଛାତ୍ରଛାତ୍ରୀଙ୍କ ସାମଗ୍ରୀକ ବିକାଶ ପାଇଁ ଉଦ୍ୟମ ହୋଇଥାଏ ବୋଲି ସେ କହିଥିଲେ। ଏଠି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୂର୍ଣ୍ଣ ସ୍ୱାଧୀନତା ମିଳିଥିବା ବେଳେ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ବିକାଶ ପାଇଁ ସ୍ୱତନ୍ତ୍ର ପରିବେଶ ହିିଁ ସଫଳତା ଆଣିବାରେ ସହାୟକ ହୋଇଛି ବୋଲି ଶ୍ରୀ ଖୁଣ୍ଟିଆ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଏଠାକାର ଶିକ୍ଷାଦାନ ପଦ୍ଧତି ସମ୍ପର୍କରେ ସୂଚନା ଦେଇଥିଲେ। ସମ୍ବର୍ଦ୍ଧିତ ଅବସରରେ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ଗାୟତ୍ରୀ ମାନ୍ନା ତାଙ୍କ ସଫଳତାର ଶ୍ରେୟ ପିତମାତାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଥିଲେ। ଆଗାମୀ ଦିନରେ ଜଣେ ଡାକ୍ତର ହେବା ପାଇଁ ସେ ଇଚ୍ଛା ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.