Home ଜିଲ୍ଲା ପରିକ୍ରମା ଆଇନଜୀବୀଙ୍କ ବିୟୋଗରେ ଶୋକ

ଆଇନଜୀବୀଙ୍କ ବିୟୋଗରେ ଶୋକ

90

ବାଲେଶ୍ୱର, ୩୧-୭ (ଓଡ଼ିଆ ପୁଅ/ଅଭୟ ଦାସ): ବରିଷ୍ଠ ଆଇନ୍‌ଜୀବୀ ବିଭୁରଂଜନ ମିଶ୍ରଙ୍କ ଦେହାନ୍ତରେ ଟ୍ୟାକ୍ସ ବାର ଆସୋସିଏସନ ସମେତ ବାଲେଶ୍ୱର ଜିଲ୍ଲାର ଆଇନଜୀବୀ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି। ଗତକାଲି ରାତି ପ୍ରାୟ ୨ଟା ୩୦ ମିନିଟ ସମୟରେ ହଠାତ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସପିଟାଲ ନେଉଥିବା ବେଳେ ସେ ଇହଧାମ ପରିତ୍ୟାଗ କରିଥିଲେ। ହୃଦ୍‌ଘାତରେ ଯୋଗୁଁ ତାଙ୍କର ପରଲୋକ ହୋଇଥିଲା। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା। ତାଙ୍କର ମୃତ୍ୟୁ ଖବର ପାଇଁ ବାଲେଶ୍ୱରର ଆଇନଜୀବୀମାନେ ଓ ବହୁ ବିଶିଷ୍ଟ ବ୍ୟକ୍ତି ମାଣିଖମ୍ବ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ତାଙ୍କର ପାର୍ଥିର୍ବ ଶରୀରକୁ ଗୁରୁବାରଦିନ ଏକ ଶୋଭାଯାତ୍ରାରେ ନୁଣିଆଯୋଡ଼ିସ୍ଥିତ ମୁକ୍ତିଦ୍ୱାର ଶ୍ମଶାନକ୍‌ୁ ନିଆଯାଇ ଶୋକାକୂଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଦିବଂଗତ ଆଇନଜୀବୀଙ୍କ ବିୟୋଗକୁ ନେଇ ବାଲେଶ୍ୱର ଟ୍ୟାକ୍ସ ବାର ଆସୋସିଏସନ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ବହୁ ବରିଷ୍ଠ ଆଇନଜୀବୀ ଏଥିରେ ଯୋଗଦେଇ ସ୍ୱର୍ଗତ ମିଶ୍ରଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ପ୍ରାରମ୍ଭରେ ତାଙ୍କର ଫଟୋଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ନିରବ ପ୍ରାର୍ଥନା ମାଧ୍ୟମରେ ସମସ୍ତେ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଜଣେ ମେଳାପୀ, ପରୋପକାରୀ, ମଷ୍ଟଭାଷୀ ତଥା ଧର୍ମପରାୟଣ ବ୍ୟକ୍ତିତ୍ୱ ଭାବେ ତାଙ୍କର ପରଲୋକରେ ବିଭିନ୍ନ ମହଲରୁ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.