Home Top News ମିଥ୍ୟାର ମୁଳଦୁଆରେ ଉପରେ ଠିଆ ଚୀନର ଦାବି

ମିଥ୍ୟାର ମୁଳଦୁଆରେ ଉପରେ ଠିଆ ଚୀନର ଦାବି

29
Image Credit - Zee News
Image Credit - Zee News

କମାୁନିଷ୍ଟ ଚୀନର ସରକାର ନିୟନ୍ତ୍ରିତ ସମ୍ବାଦପତ୍ର ଗ୍ଲୋବାଲ ଟାଇମ୍ସରେ କିଛି ଦିନ ତଳେ ଏକ ଖବର ପ୍ରକାଶିତ ହୋଇଥିଲା। ଏହି ଖବରରେ ଗତ ଜୁନ ମାସରେ ଗଲବାନ ଘାଟି ଠାରେ ଭାରତୀୟ ସୈନିକ ମାନଙ୍କ ସହ ହୋଇଥିବା ସଂଘର୍ଷରେ ପାଂଚ ଜଣ ଚୀନର ସୈନିକ ମୃତ୍ୟୁବରଣ କରା ଯାଇଥିବା ସ୍ୱୀକାର କରା ଯାଇଥିଲା। ଏଥି ମଧ୍ୟରୁ ଚାରି ଜଣଙ୍କୁ ମରୋଣପରାନ୍ତ ସମ୍ମାନ ପ୍ରଦାନ କରା ଯିବା କଥା ଉଲ୍ଲେଖ କରା ଯାଇଥିଲା।

ଗଲବାନ ଘାଟିରେ ହୋଇଥିବା ସଂଘର୍ଷରେ ଭାରତର ୨୦ ଜଣ ବୀର ସୈନିକ ପ୍ରାଣବଳୀ ଦେଇଥିଲେ। ଭାରତ ତଥା ବିଶ୍ୱର ଅନେକ ସୈନ୍ୟ ଓ ପ୍ରତିରକ୍ଷା ବିଶେଷଜ୍ଞ ମାନେ ଏହି ସଂଘର୍ଷରେ ଚୀନର ଖୁବ ଅଧିକ କ୍ଷୟ କ୍ଷତି ହୋଇଥ୍‌ିବା ନେଇ ଆକଳନ କରିଥିଲେ। ଏଥିରେ ଚୀନର ଖୁବ ଅଧିକ ସୈନିକ ମୃତ୍ୟୁବରଣ କରିଥିବା ମଧ୍ୟ କହିଥିଲେ।

ହେଲେ ଚୀନ ଏଥିରେ ଜଣେ ହେଲେ ସୈନିକ ମୃତ୍ୟୁବରଣ କରିଥିବା କଥାକୁ ସ୍ୱୀକାର କରୁ ନ ଥିଲା। ଦେଖିବାକୁ ଗଲେ ଚୀନ ନିଜ ସୈନିକଙ୍କ ମୃତ୍ୟୁବରଣ କରିଥିବା କଥାକୁ ସ୍ୱୀକାର କରୁ ନ ଥିଲା କିମ୍ବା ଖଣ୍ଡନ ମଧ୍ୟ କରୁ ନ ଥିଲା। ତେଣୁ ଏକ ପ୍ରକାର ଭ୍ରମପୂର୍ଣ ସ୍ଥିତି ଥିଲା।

ପ୍ରଥମ ଥର ପାଇଁ ଚୀନ ସାର୍ବଜନିକ ଭାବେ ତାର ସୈନିକ ମୃତ୍ୟୁବରଣ କରିଥିବା କଥାକୁ ସ୍ୱୀକାର କରିଛି। ଏହାକୁ ସ୍ୱୀକାର କରିବାକୁ ଚୀନକୁ ୮ ମାସ ସମୟ ଲାଗି ଗଲା। ଚୀନ କହୁଛି ତାର ପାଂଚ ଜଣ ସୈନିକ ମୃତ୍ୟୁବରଣ କରିଛନ୍ତି। ଏହା ସତ୍ୟ ନା ଅସତ୍ୟ। ଚୀନର ଟ୍ରାକ ରେକର୍ଡକୁ ଦେଖିବା ପରେ ଚୀନ ଏ ସମ୍ପର୍କରେ ସଠିକ ତଥ୍ୟ ଜଣାଇବ ଏପରି ଆଶା କରିବା ଠିକ ନୁହେଁ।

ଅନେକ ଲୋକ ମାନଙ୍କୁ ଲାଗି ପାରେ ଯେ ଚୀନ ନିଜର ସୈନିକ ମାନଙ୍କ ମୃତ୍ୟୁ ସମ୍ପର୍କିତ ଖବରକୁ କିପରି ଲୁଚାଇ ପାରି ଥାଏ। ଭାରତ ଭଳି ଦେଶ ପାଇଁ ଏହା କୌଣସି ଆଶ୍ଚର୍ଯ୍ୟଜନକ ପ୍ରଶ୍ନ ଠାରୁ କମ ନୁହେଁ। ଏହି ପ୍ରଶ୍ନର ଉତର ଖୋଜିବା ପୂର୍ବରୁ ଆମକୁ ମନେ ରଖିବାକୁ ପଡିବ ଯେ ଚୀନ ଭାରତ ଭଳି କୌଣସି ଗଣତନ୍ତ୍ର ନୁହେଁ, ଏହା ବିଶୁଦ୍ଧ ଭାବରେ ଏକ କମ୍ୟୁନିଷ୍ଟ ଦେଶ। ସେଠାକାର ବ୍ୟବସ୍ଥା ଗଣତାନ୍ତ୍ରିକ ନୁହେଁ ବରଂ କମ୍ୟୁନିଷ୍ଟା ତେଣୁ ସେଠାରେ ସମ୍ବାଦପତ୍ର ଓ ସଂଚାର ମାଧ୍ୟମ ଉପରେ ପୂର୍ଣ କଟକଣା ରହିଛି। ସେଠାରେ ଚୀନ ସରକାରଙ୍କ ଷ୍ଟେଟ ନିୟନ୍ତ୍ରିତ ଷ୍ଟେଟ ମିଡିଆ କାମ କରିଥାଏ। ଅର୍ଥାତ ସେଠାରେ କୌଣସି ବ୍ୟକ୍ତିବିଶେଷ କିମ୍ବା କୌଣସି ସଂସ୍ଥା ସମ୍ବାଦପତ୍ର କିମ୍ବା ସଂଚାର ମାଧ୍ୟମ ଚଳାଇ ପାରିବ ନାହିଁ। କେବଳ ଚୀନ ସରକାର ହିଁ ମିଡିଆ ଚଳାଇ ପାରିବେ। କେଉଁ ସୂଚନା ଦେବାର ଅଛି, କେଉଁ ସୂଚନା ଦେବାର ନାହିଁ ତାହା ଚୀନ ସରକାର ସ୍ଥିର କରିଥାନ୍ତି। ସେଠାରେ କୌଣସି ପ୍ରକାର ବିଦେଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟ ନାହିଁ। ସମସ୍ତ ପ୍ରକାରର ବିଦେଶୀ ସୋସିଆଲ ମିିଡିଆ ପ୍ଲାଟଫର୍ମ ସେଠାରେ ପ୍ରତିବନ୍ଧିତ। ଚୀନ ସରକାର ଦ୍ୱାରା ତିଆରି କରା ଯାଇଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ସେଠାରେ ସାଧାରଣ ଲୋକ ମାନେ ବ୍ୟବହାର କରିଥାନ୍ତି। ଏଥିରେ କଂଟେଂଟକୁ ମଧ୍ୟ ଚୀନର କମ୍ୟୁନିଷ୍ଟ ସରକାର ନିୟନ୍ତ୍ରିତ କରିଥାନ୍ତି।

୧୯୬୨ ମସିହାରେ ଭାରତ –ଚୀନ ଯୁଦ୍ଧ ସମୟରେ ଭାରତ ପରାଜିତ ହୋଇଥିଲା ସତ ହେଲେ ଭାରତର ବୀର ଜବାନ ମାନେ ଚୀନ ସୈନିକ ମାନଙ୍କର ବ୍ୟାପକ କ୍ଷତି କରିଥିଲେ। ଏହି ଯୁଦ୍ଧରେ ତାର କେତେ ସୈନିକ ପ୍ରାଣ ହରାଇଲେ ଚୀନ ତାକୁ ଆଜି ପର୍ଯ୍ୟନ୍ତ ସରକାରୀ ଭାବେ ଖୁଲାସା କରି ନାହିଁ। ଚୀନର ବର୍ତମାନ ପୀଢି ଏହି କଥାକୁ ନେଇ ଅନଭିଜ୍ଞ ଯେ ୧୯୬୨ ମସିହାରେ ଚୀନର ଭାରତ ସହ ଯୁଦ୍ଧ ହୋଇଥିଲା ଓ ଏଥିରେ ତାଙ୍କର ଅନେକ ସୈନିକ ପ୍ରାଣ ହରାଇଥିଲେ। ଏଥିରୁ ଅନୁମାନ କରା ଯାଇ ପାରେ ଯେ ଚୀନରେ ସୂଚନା ଉପରେ କେତେ ମାତ୍ରାରେ ନିୟନ୍ତ୍ରଣ ରହିଛି।

କିନ୍ତୁ ଗତ କିଛି ବର୍ଷ ହେଲା ବିଶ୍ୱ ଏକ ପ୍ରକାର ଖୋଲି ଯାଇଛି ଓ ଚୀନର ଯୁବ ପୀଢୀ ପଢିବାକୁ ଓ ଅନ୍ୟ କାମରେ ବାହାର ଦେଶ ମାନଙ୍କୁ ଯାଉଛନ୍ତି। ଏହି କାରଣରୁ ସେମାନଙ୍କୁ ଅନ୍ୟ ସୋର୍ସରୁ ସୂଚନା ମିଳିବା ଆରମ୍ଭ ହୋଇଛି। ବୋଧ ହୁଏ ଏଇଥି ପାଇଁ ଚୀନକୁ ଆଠ ମାସ ପରେ ନିଜର ସୈନିକ ମାନଙ୍କର ମୃତ୍ୟୁବରଣ କରିଥିବା କଥା ( କମ ସଂଖ୍ୟାରେ ହେଲେ ମଧ୍ୟ) ସ୍ୱୀକାର କରିବାକୁ ପଡିଛି।

ଉପରୋକ୍ତ କଥାରୁ ସ୍ପଷ୍ଟ ଯେ ଚୀନ ଦ୍ୱାରା ଯେତେବେଳେ କୌଣସି ପ୍ରକାର ଦାବି କରା ଯାଇଥାଏ ତାହାକୁ କୌଣସି ପ୍ରକାର ଇଂଡିପେଣ୍ଡେଂଟ ସୋର୍ସରୁ ପୁଷ୍ଟି କରିବା ସମ୍ଭବ ହୋଇ ନ ଥାଏ। ତେଣୁ ଚୀନ ଦ୍ୱାରା ନିଜ ଦେଶରେ ତୀବ୍ର ଗତିରେ ଆର୍ଥିକ ବିକାଶ କଥା ହେଉ ବା ନିଜର ପ୍ରଚଣ୍ଡ ସୈନ୍ୟ ଶକ୍ତି ରହିଥିବା କଥା ହେଉ ବା ଅନ୍ୟ ପ୍ରସଙ୍ଗରେ କରା ଯାଉଥିବା ଦାବି ଉପରେ ପ୍ରଶ୍ନ ଉଠିବା ସ୍ୱାଭବିକ କଥା।

ଚୀନ ସବୁବେଳେ ନିଜକୁ ଏକ ବିଶାଳ ସୈନ୍ୟ ଶକ୍ତି ସମ୍ପନ୍ନ ଦେଶ ଭାବେ ଦାବି କରିବା ସହ ଏହାକୁ ପ୍ରଚାରିତ କରିଥାଏ। ୧୯୬୨ ମସିହାରେ ଭାରତକୁ ଚୀନ ସହ ଯୁଦ୍ଧରେ ପରାଜିତ ହେବା ପାଇଁ ପଡିଥିଲା କାରଣ ଭାରତର କୌଣସି ପ୍ରକାର ପ୍ରସ୍ତୁତି ନ ଥିଲା। ଚୀନ ଯେତେବେଳେ ଭାରତ ବିରୁଦ୍‌ଧରେ ଯୁଦ୍ଧର ପ୍ରସ୍ତୁତି କରୁଥିଲା ସେତେବେଳେ ତତ୍କାଳୀନ ଭାରତୀୟ ନେତୃତ୍ୱ ଓ କମ୍ୟୁନିଷ୍ଟ ବୁଦ୍ଧିଜୀବୀ ହିନ୍ଦୀ – ଚୀନୀ ଭାଇ ଭାଇ ସ୍ଲୋଗାନରେ ନାଚିବାରେ ବ୍ୟସ୍ତ ଥିଲେ। ଏହା ବାଦ ଭାରତର ବୀର ସୈନିକ ମାନେ ବିନା ପ୍ରସ୍ତୁତିରେ ଚୀନକୁ ପ୍ରବଳ କ୍ଷତି ପହଂଚାଇଥିଲେ। ଏହା ପରେ ଚୀନ କୌଣସି ବଡ ଯୁଦ୍ଧ ଲଢି ନାହିଁ। ଭିଏତନାମ ଯୁଦ୍ଧରେ ଚୀନକୁ ପ୍ରବଳ କ୍ଷତି ସହିବାକୁ ପଡିଥିଲା।

କିନ୍ତୁ ଏହା ସତ୍ୱେ ଚୀନ ନିଜକୁ ଖୁବ ଶକ୍ତିଶାଳୀ ସୈନ୍ୟ ଶକ୍ତି ରୁପେ ପ୍ରଚାରିତ କରି ଆସୁଛି। ଭାରତ ଓ ଅନ୍ୟ ଦେଶରେ ଥିବା ଚୀନ ସମର୍ଥକ ମାନେ ଏହାକୁ ବାରମ୍ବାର ପ୍ରଚାରିତ କରିବାର ଦେଖା ଯାଇଥାଏ। ଚୀନ ମନୋସ୍ତାତ୍ୱିକ ଭାବେ ଅନ୍ୟ ଦେଶ ମାନଙ୍କୁ ଭୟଭୀତ କରି ରଖିବାକୁ ଚାହେଁ।

ଚୀନର ଦାବି ମିଛ ଓ ଅବିଶ୍ୱସନୀୟ ହୋଇଥିବା କାରଣରୁ ନିଜର ପ୍ରପାଗଣ୍ଡା ପାଇଁ ଚୀନ ବିପୁଳ ଧନରାଶି ଖର୍ଚ କରିଥାଏ। ଗତ ବର୍ଷ ଆମେରିକାରେ ଚୀନର ଏହି ରଣନୀତି ସମ୍ପର୍କରେ ରହସ୍ୟୋଦଘାଟନ ହୋଇଥିଲା। ୟୁଏସ ଡିପାର୍ଟମେଂଟ ଅଫ ଜଷ୍ଟିସରେ ପ୍ରଦାନ କରା ଯାଇଥିବା ତଥ୍ୟରେ କୁହା ଯାଇଥିଲା ଯେ ଚୀନ କମ୍ୟୁନିଷ୍ଟ ପାର୍ଟିର ନିୟନ୍ତ୍ରଣାଧୀ ଚାଇନା ଡେଲୀ ପକ୍ଷରୁ ୨୦୧୬ ନଭେମ୍ବର ମାସ ପର ଠାରୁ ବିଭିନ୍ନ ଆମେରିକୀୟ ସମ୍ବାଦପତ୍ରଙ୍କୁ ୧୯ ମିଲିୟନ ଆମେରିକୀୟ ଡଲାର ପ୍ରଦାନ କରା ଯାଇଥିଲା। ଭାରତରେ ମଧ୍ୟ ଆପଣ ମାନଙ୍କୁ ଏପରି ଆଂକର ଓ ରଣନୈତିକ ବିଶ୍ଲେଷକ ମିଳି ଯିବେ ଯିଏ ଦିନ ରାତି ସମ୍ବାଦପତ୍ର ଓ ଟିଭି ଶୋରେ ଚୀନର ପ୍ରଶଂସା କରି ଥକନ୍ତି ନାହିଁ ଓ ଭାରତକୁ ମନୋସ୍ତାତ୍ୱିତ ଭାବେ ପରାସ୍ତ କରିବାକୁ ପ୍ରୟାସ କରୁଥିବାର ଦେଖିବାକୁ ମିଳିଥାଏ।

ଦୁର୍ଭାଗ୍ୟର ବିଷୟ ଯେ ଭାରତୀୟ ବିଶ୍ୱବିଦ୍ୟାଳୟ ଓ ଅନ୍ୟ ସଂସ୍ଥାନ ମାନଙ୍କରେ ଯେଉଁ ଅନୁସନ୍ଧାନ ହୋଇଥାଏ ସେଥିରେ ଚୀନ ଦ୍ୱାରା କରା ଯାଉଥିବା ଅବିଶ୍ୱସନୀୟ ଦାବିକୁ ପ୍ରାମାଣିକ ବୋଲି ମାନି ଆଗକୁ ଅନୁସନ୍ଧାନ କରା ଯାଇଥାଏ। ଚୀନର ମିଥ୍ୟାଦ ଦାବି ପରିବର୍ତେ ପ୍ରାମାଣିକ ତଥ୍ୟକୁ ନେଇ ଅନୁସନ୍ଧାନ କରାଯିବାର ଆବଶ୍ୟକତା ରହିଛି।

ଡ ସମନ୍ୱୟ ନନ୍ଦ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.