Home ଓଡ଼ିଶା ମା ଖିଲାମୁଣ୍ଡା ରାସ୍ତା ନିର୍ମାଣ କାର୍ଯ୍ୟ ସରିବ କେବେ ?

ମା ଖିଲାମୁଣ୍ଡା ରାସ୍ତା ନିର୍ମାଣ କାର୍ଯ୍ୟ ସରିବ କେବେ ?

53

ନୟାଗଡ/୦୧/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରଣପୁର ରାଜା ନାରାୟଣ ନରେନ୍ଦ୍ର ଙ୍କ ଅମଳ ରୁ ରଣପୁର ର ଘଂଚ ବନାନୀ ରାଆଁଳା ଗ୍ରାମ ନିକଟରେ ପୂଜା ପାଇ ଆସୁଛନ୍ତି ମା ଖୀଲାମୁଣ୍ଡା । ରଣପୁର ଅଂଚଳ ର ପ୍ରତିଷ୍ଠାତ୍ରୀ ଦେବୀ ଭାବେ ମା ଖିଲାମୁଣ୍ଡା ପରିଚିତ । ସେହି ପୀଠ କୁ ଯିବା ପାଇଁ ହେଲେ ଏକ ପାହାଡିଆ ନଦୀ ବାଧକ ସାଜ୧ିଥାଏ । ପ୍ରତି ଦିନ ଶହ ଶହ ସଂଖ୍ୟାରେ ଦର୍ଶକ ଭକ୍ତି ନିବେଦନ ପାଇଁ ଏହି ପୀଠ କୁ ଆସିଥାନ୍ତି । ରାସ୍ତାରେ ଥିବା ନଦୀ ରେ କଲ୍‌ଭର୍ଟ ନଥିବାରୁ ଶ୍ରଦ୍ଧାଳୁ ଭକ୍ତ ମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ସେଠାରେ ଏକ ବ୍ରିଜ୍ ନିର୍ମାଣ ହୋଇ ସାରିଛି । କିନ୍ତୁ ବ୍ରିଜ୍ ର ସଂଯୋଗୀ କରଣ ରାସ୍ତା ନଥିବାରୁ ବ୍ରିଜ୍ ଟି କାମ ରେ ଆସୁନି । ଆସନ୍ତା ମାର୍ଚ୍ଚ ୧୪ ତାରିଖ ବେଳକୁ ପ୍ରତିବର୍ଷ ଭଳି ଏ ବର୍ଷ ଯାତ୍ରା ଅନୁଷ୍ଠିତ ହେବ ।  ଅନେକ ଶ୍ରଦ୍ଧାଳୁ ଭକ୍ତ ଅସୁବିଧାରେ ପଡିବେ । ବ୍ରିଜ୍ କାମ କଚ୍ଛପ ଗତରେ ଚାଲିଥିବା ଯୋଗୁଁ ଜନସାଧାରଣ ରେ ଅସନ୍ତୋଷ ଦୃଷ୍ଟି ଦେଉଛି । ଏ ସର୍ମ୍ପକେ ରଣପୁର ବ୍ଲକ ର ସହକରୀ ଯନ୍ତ୍ରୀ ରବିନ୍ଦ୍ର ନାଥ ସାହୁ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ସେ ବ୍ରିଜ୍ କାମ ପାଇଁ ଆଉ ଅର୍ଥ ନାହିଁ । ମନରେଗା ଯୋଜନା ରେ ଅର୍ଥ ବ୍ୟୟ ବରାଦ କରାଯାଇଅଛି । ଅର୍ଥ ଆସିଲେ ରାସ୍ତାର ସଂଯୋଗୀ କରଣ କରାଯିବ । ଅପର ପକ୍ଷେ ଜିଲ୍ଲା ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଶ୍ରଦ୍ଧାଳୁ ଭକ୍ତ ମାନେ ଅନୁରୋଧ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.