Home କେନ୍ଦ୍ରାପଡ଼ା ମାସ୍କ ନ ପିନ୍ଧିବାରୁ ୩୨ ହଜାରଟଙ୍କା ଜରିମାନା ଆଦାୟ

ମାସ୍କ ନ ପିନ୍ଧିବାରୁ ୩୨ ହଜାରଟଙ୍କା ଜରିମାନା ଆଦାୟ

80

କେନ୍ଦ୍ରାପଡା, ୧୬/୭(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ କୋଭିଡ-୧୯ ନିୟମକୁ ଉଲ୍ଲଙ୍ଘନ କରି ମୁହଁରେ ମାସ୍କ ପିନ୍ଧିନଥିବା ଅଭିଯୋଗରେ ଦୋକାନୀ ଓ ଗ୍ରାହକମାନଙ୍କ ଠାରୁ କୋଭିଡ-୧୯ ଆଇନ ଅନୁଯାଇ ଜରିମାନା ଆଦାୟ କରାଯାଇଛି। ଅତିରିକ୍ତ ତହସିଲଦାର ନମିତା ବାରିକ ଓ ଟାଉନ ସର୍କଲର ରାଜସ୍ୱ ନୀରିକ୍ଷକ ବିଶ୍ୱବିଜୟୀ ପରିଡା ଏହିସବୁ ସ୍ଥାନରେ ଚଢାଉ କରି ବୁଧବାର ୧୨ହଜାର ଏକଶହ ଟଙ୍କା ଓ ଗୁରୁବାର ୧୯ହଜାର ୯ଶହ ଟଙ୍କା ଜରିମାନା ଆଦାୟ କରିଛନ୍ତି। ଦୁଇଦିନରେ ମୋଟ ୩୨ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଚଢାଉ ସମୟରେ ଅତିରିକ୍ତ ତହସିଲଦାର ଶ୍ରୀମତୀ ବାରିକ ନିଶ୍ଚିତ ହୋଇଥିଲେ ଯେ ଏମାନେ ମାସ୍କ ନ ପିନ୍ଧି ବ୍ୟବସାୟ କରୁଥିବା ସହ ଗ୍ରାହକମାନଙ୍କୁ ମଧ୍ୟ ମାସ୍କ ପିନ୍ଧିବା ପାଇଁ ସଚେତନ କରୁନାହାନ୍ତି। ଯାହା ଫଳରେ କରୋନା ଭୁତାଣୁ ସଂକ୍ରମଣ ହେବାରେ ଏମାନେ ବାହାକ ସାଜି ପାରନ୍ତି। ସେଥିପାଇଁ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.