Home ଜିଲ୍ଲା ପରିକ୍ରମା ନୟାଗଡ଼: ଭାପୁର ବ୍ଳକର କରବର ପଂଚାୟତ ସଟ୍‌ଡାଉନ

ନୟାଗଡ଼: ଭାପୁର ବ୍ଳକର କରବର ପଂଚାୟତ ସଟ୍‌ଡାଉନ

107

ନୟାଗଡ଼, ୧୬ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲା ଭାପୁର ବ୍ଳକ କରବର ପଂଚାୟତକୁ ସରପଂଚ ମମତା ସ୍ୱାଇଁ ୨ ଦିନିଆ ସଟ୍‌ଡାଉନ ଘୋଷଣା କରିଛନ୍ତି। କରବର ପଂଚାୟତର ଟାଙ୍ଗିସାହିରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଭୁବନେଶ୍ୱର ଆପୋଲୋ ହସପିଟାଲରେ ପରୀକ୍ଷା ପାଇଁ ସ୍ୱାବ ଦେଇଥିଲେ। ସେ ଗାଁକୁ ଆସି ଲୋକମାନଙ୍କ ସହିତ ମିଳାମିଶା କରୁଥିଲେ। ତେବେ ତାଙ୍କର ସ୍ୱାବ ପରୀକ୍ଷାରୁ ତାଙ୍କୁ କରୋନା ହୋଇଥିବା ଚିହ୍ନଟ ହୋଇଥିଲା। ଫଳରେ ସରପଂଚ ମମତା ସ୍ୱାଇଁ କରବର ପଂଚାୟତର ଟାଙ୍ଗିସାହି ସମେତ ସମସ୍ତ ଗ୍ରାମକୁ ସଟ୍‌ଡାଉନ ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.