ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ୨୪ନଂଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ମାଳଦା ଠାରେ ବିଜୁ ଜନତା ଦଳ ପକ୍ଷରୁ ନାରୀ ଅଧିକାର ସମାବେଶ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ରଣହୁଙ୍କାର ଦିଆଯାଇଛି।ବିଧାୟକ ସଞ୍ଜୀବ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସମାବେଶରେ ମୁଖ୍ୟ ଅତିଥି ଭାବେ ବିଂଝାରପୁର ବିଧାୟିକା ତଥା ରାଜ୍ୟ ମହିଳା ବିଜୁ ଜନତା ଦଳର ସଭାନେତ୍ରୀ ପ୍ରମିଳା ମଲ୍ଲିକ ଯୋଗଦେଇ ରାଜ୍ୟରେ ଡବଲ ଇଞ୍ଜିନ ସରକାର ବିପରୀତ ଦିଗରେ ଗତି କରୁଥିବା କହିଥିଲେ। ନାରୀମାନଙ୍କୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗକୁ ଆଣିଥିବା ବେଳେ ବିଜେପି କେବଳ ମହିଳା ମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଥିଲେ। ଅନ୍ୟତମ ଅତିଥି ଭାବେ ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବ୍ୟମୋକେଶ ରାୟ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀଧର ସାହୁ, ଲକ୍ଷ୍ମୀଧର ମହାନ୍ତି, ଜିଲ୍ଲା ମହିଳା ସଭାନେତ୍ରୀ ବିଦ୍ୟୁତଲତା ନାୟକ, ଦେବୀଲତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବିଜେଡି ସଦାସର୍ବଦା ମହିଳା ମାନଙ୍କୁ ଆଗକୁ ଆଣୁଛି ବୋଲି ବକ୍ତବ୍ୟ ମାଧ୍ୟମରେ ଜଣାଇଥିଲେ। ସମାବେଶରେ ବରିଷ୍ଠ ବିଜେଡି ନେତା ସଞ୍ଜୀବ ପରିଡା, ସ୍ଥାନୀୟ ସରପଂଚ ମିନତୀ ପରିଡା, ସମିତିସଭ୍ୟା ରିତାଞ୍ଜଳୀ ସାମଲ, ବ୍ଲକ ଯୁବ ସଭାପତି ଲଳିତ ରାଉତ, ବ୍ଲକ ଛାତ୍ର ସଭାପତି ଜଗତ ଜୀବନ ବାରିକ, ଦିପ୍ତୀସୂର୍ଯ୍ୟ ବିଶ୍ୱାଳ, ସରପଂଚ ସାଧନାଞ୍ଜଳି ମହାପାତ୍ର, ସୁଜାତା ସାହୁ, ବର୍ଷାରାଣୀ ଜେନା, କମଳା ଜେନା, ଲାଲା ସ୍ୱାଇଁ, ସତ୍ୟସାଧନ ବେଜ ପ୍ରମୁଖ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ପରିଷଦ ସଭ୍ୟ ଉତ୍କଳ କେଶରୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଆୟୋଜିତ ସମାବେଶରେ ସାତ ଗୋଟି ପଂଚାୟତରୁ ଶତାଧିକ ମହିଳା ଯୋଗଦେଇଥିଲେ।








