Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

1

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ପ୍ରଦତ କାର୍ଯକ୍ରମ ଅନୁସାରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଜିଳ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ଦ୍ୱାରା ତେଶିଙ୍ଗା ଗ୍ରାମ ପଂଚାୟତ ଅଫିସ, ଭଣ୍ଡାରୀପୋଖରୀ , ଭଦ୍ରକ ଠାରେ ସାର୍ବଜନୀନ ଉପଯୋଗୀ ସେବା ପାଇଁ ସ୍ଥାୟୀ ଲୋକ ଅଦାଲତ (ଲୋକ ଉପଯୋଗୀ ସେବା) ସ୍ଥାପନ ଏବଂ କାର୍ଯ୍ୟ ଏବଂ ବିଚାରକୁ ନିଆଯାଇଥିବା ବିବାଦର ପ୍ରକୃତି ଏବଂ ଆଇନଗତ ସେବା, ପ୍ରାଧିକରଣ ଆଇନ, ୧୯୮୭ ର ଅଧୀନରେ ଯୋଜନାର ଲାଭ ଏବଂ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ପୁଣ୍ୟଶ୍ଲୋକ ରଥ, ସାନ୍ତ୍ୱନା ଦାସ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ଭଣ୍ଡାରୀପୋଖରୀ, ଆଧ୍ୟାତ୍ମିକା ଦାସ, ଗ୍ରାମ ପଂଚାୟତ କାର୍ଯ୍ୟକାରୀ ଅଧିକାରୀ, ଭଣ୍ଡାରୀପୋଖରୀ, ତାପସ କୁମାର ମହାନ୍ତି, ସହାୟକ, ପ୍ରତିପକ୍ଷ ଓକିଲ, ଭଦ୍ରକ, ଧନେଶ୍ୱର ଖୁଂଟିଆ, ତେଶିଙ୍ଗା ସରପଂଚ , ହରେକୃଷ୍ଣ ନାୟକ, ସ୍ୱେଚ୍ଛାସେବୀ, ଭଦ୍ରକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସଚେତନତା କରାଇଥିଲେ। ଏହି କାର୍ଯ୍ୟକ୍ରମ ଜରିଆରେ ୩ ଜଣ ଅକ୍ଷମ ହିତାଧିକାରୀଙ୍କୁ ଭତା ପ୍ରଦାନ କରାଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମୀଗଣ ଏହି ସଚେତନତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.