Home ଜିଲ୍ଲା ପରିକ୍ରମା ଭଦ୍ରକରେ ଜିଲ୍ଲାସ୍ତରୀୟ ଆର୍ଟ ଅଫ ଗିଭିଂ ସମାରୋହ

ଭଦ୍ରକରେ ଜିଲ୍ଲାସ୍ତରୀୟ ଆର୍ଟ ଅଫ ଗିଭିଂ ସମାରୋହ

3

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ପାଳନ ସମାରୋହ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ସେଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷାବିତ ବୈକୁଣ୍ଠ ବିଶ୍ୱାଳ ଙ୍କ ସଭାପତିତ୍ୱ ଏହି ଜିଲ୍ଲା ସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଦଘାଟକ ଭାବେ ଭଦ୍ରକ ପଂଚାୟତ ସମିତି ଅଧକ୍ଷା ଉର୍ମିଳା ନାୟକ ଯୋଗ ଦେଈ ଏହି ଜିଲ୍ଲା ସ୍ତରୀୟ ଆର୍ଟ ଏଫ ଗିଭିଙ୍ଗ ସମାରୋହ ଟିକୁ ଉଦଘାଟନ କରିବା ସହିତ ଆର୍ଟ ଏଫ ଗିଭିଙ୍ଗ ହେଉଛି ସାମ୍ପ୍ରତିକ ସମାଜ ପାଇଁ ଏକ ସମୟ ଉପଯୋଗୀ ଆଦର୍ଶ ଚେତନା ବୋଲି କହିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଡେପୁଟି କଲେକ୍ଟର ଦେବ ବ୍ରତ ମହାପାତ୍ର ଯୋଗ ଦେଈ ଡ଼ ଅଚ୍ୟୁତ ସାମନ୍ତ ଙ୍କ ତ୍ୟାଗ ପୁତ ସେବା କାର୍ଯ୍ୟ ଉପରେ ଆଲୋଚନା କରିବା ସହିତ ଆର୍ଟ ଅଫ ଗିଭିଂ ଏକ ସାମାଜିକ ଆନ୍ଦୋଳନ ହେବାକୁ ଯାଉଛି ବୋଲି କହିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ପ୍ରଫେସର ରାମଚନ୍ଦ୍ର ପଣ୍ଡା, ପ୍ରଫେସର କମଳାକାନ୍ତ ସ୍ୱାଇଁ, ବରିଷ୍ଟ ଆଇନଜୀବୀ ଗଦାଧର ବଳ, କିଟ ବିଶ୍ୱ ବିଦ୍ୟାଳୟ ର ନିର୍ଦେଶକ ସ୍ନେହାଶିଷ ରାଉତ ପ୍ରମୁଖ ଯୋଗ ଦେଈ ଆର୍ଟ ଅଫ ଗିଭିଂ ଦିବସ ପାଳନ ର ପରିକଳ୍ପନା କରିଥିବା ଡ଼ ଅଚ୍ୟୁତ ସାମନ୍ତ ଙ୍କ ଆଦର୍ଶ କାର୍ଯ୍ୟ ଓ ତାଙ୍କ ମାନବିକ ମୂଲ୍ୟ ବୋଧ ଉପରେ ଆଲୋଚନା କରିବା ସହିତ ସମସ୍ତେ ତାଙ୍କ ଭଳି ସମର୍ପିତ ମନୋଭାବ ନେଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପତିପାଦନ ହୋଇ ପାରିବ ବୋଲି କହିଥିଲେ। ଏହି ଅବସରରେ ଜିଲ୍ଲାର ରେ ସମର୍ପିତ ମନୋଭାବ ନେଇ ସମାଜ ସେବାରେ ବ୍ରତୀ ଥିବା ନାରାୟଣ ସେବା ସଂଗଠନ, ଶୁଭମ ସ୍ୱେଛାସେବୀ ସଂଗଠନ, ଭଦ୍ରକ ସେବା ସଂଗଠନ, ବିଶ୍ୱାସ ଫାଉଣ୍ଡେସନ, ଜିଲ୍ଲା ଏକତା ରକ୍ତ ସଂଗଠନ, କୋରକୋରା ଯୁବ ଶକ୍ତି ଆଦି ସାମାଜିକ ସଂଗଠନ ସହିତ ଆଦର୍ଶ ପ୍ରଧାନ ଶିକ୍ଷୟିତ୍ରୀ ଶିକ୍ଷୟିତ୍ରୀ ଝୁରନବାଳା ଖୁଂଟିଆ, ଆଦର୍ଶ ମହିଳା ଉଦ୍ୟଗି ଶୁଚିସ୍ମିତା ସାହୁ, ଆଦର୍ଶ ଲୋକ ନାଟ୍ୟ ନିର୍ଦେଶକ ଗୌରାଙ୍ଗ ବାରିକ ଙ୍କୁ ଆର୍ଟ ଅଫ ଗିଭିଂ ସମ୍ମାନ ୨୦୨୬ ପ୍ରଦାନ କରାଯାଇଥିଲା। ଏହି ସମାରୋହ ରେ ଭଦ୍ରକ ର ବିଭିନ୍ନ ଅଂଚଳ ରୁ ପ୍ରାୟ ଦୁଇ ଶହ ରୁ ଅଧିକ ବୁଦ୍ଧିଜୀବୀ ଓ ଯୁବକ ମାନେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ସାମ୍ବାଦିକ ନରେନ୍ଦ୍ର କୁମାର ସାମଲ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ କିଟ ର କ୍ଷେତ୍ରୀୟ ଅଧିକାରୀ ଦୀପକ ବେହେରା ଧନ୍ୟବାଦ ଦେଇଥିଲେ। ବିଭିନ୍ନ କାର୍ଯ୍ୟକ୍ରମ କୁ ଏନାମୁଲ ହକ, ସଞ୍ଜୟ ନାୟକ, ବିଜୟ ନାୟକ, ଦୁର୍ଗା ପ୍ରସାଦ ନାୟକ, ସତ୍ୟବ୍ରତ ବିଶ୍ୱାଳ ଚନ୍ଦ୍ର ଶେଖର ପଣ୍ଡା, ସୁରେନ୍ଦ୍ର ଦେହୁରୀ ଏବଂ ଅନନ୍ତ କିଶୋର ନାୟକ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.