Home ଜିଲ୍ଲା ପରିକ୍ରମା ମାଲକାନଗିରି ସିଡିଓମଓ କାର୍ଯ୍ୟାଳୟର ଡିପିଏମ ଙ୍କୁ ଲାଚଂନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କଲା

ମାଲକାନଗିରି ସିଡିଓମଓ କାର୍ଯ୍ୟାଳୟର ଡିପିଏମ ଙ୍କୁ ଲାଚଂନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କଲା

23

ମାଲକାନଗିରି,୬ା୧(ଓଡିଆ ପୁ୍‌ଅ ) ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ଏନଏଚଆରଏମ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ(ଡିପିଏମ)ସୁଦୀପ କେଶଙ୍କୁ ବିଲପାସ କରିଦେବା ପାଇଁ ଟଙ୍କା ଲାଚଂନେଉଥିବା ବେଳେ ଆଜି ଦୁର୍ନିତିନିବାରଣ ବିଭାଗ ପକ୍ଷରୁ ଗିରଫ କରାଯାଇଛି । ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ୱାଳଙ୍କ ସୁଚନା ଅନୁଯାଇ ମାଲକାନଗିରି ସିଡିଏମଓ ଅଫିସର ଡିପିଏମ ସୁଦୀପ କେଶ ତାଙ୍କ କାର୍ଯ୍ୟାଳୟର କନିଷ୍ଟ ଯନ୍ତ୍ରୀ ନବଘନ ଖିଲ ଙ୍କ ଠାରୁ କାର୍ଯ୍ୟର ବିଲ ପାସ କରିଦେବା ପାଇଁ ଆଜି ୨୦ହଜାର ଟଙ୍କା ଲାଚଂ ନେଉଥିବା ସମୟରେ ଭିଜିଲାନ୍ସ ଦ୍ୱାରା ରେଡ ହେଣ୍ଡରେ ଧରାପଡିଛନ୍ତି ।ଜିଲ୍ଲାସ୍ୱାସ୍ଥ୍ୟ ବିଭାଗରେ କନିଷ୍ଟ ଯନ୍ତ୍ରୀ କରିଥିବା କେତକ କାର୍ଯ୍ୟର ବିଲ କିଛିଦିନହେଲା ଅଟକି ରହିଥିଲା ,ସେହି ବିଲ ପାସକରିବା ପାଇଁ କନିଷ୍ଟ ଯନ୍ତ୍ରୀ ଶ୍ରୀଖିଲଙ୍କୁ ଡିପିଏମ ଶ୍ରୀ କେଶ ୨୦ହଜାର ଟଙ୍କା ଲାଚଂ ମାଗିଥିଲେ । ଶ୍ରୀ ଖିଲ ଏ ସଂପର୍କରେ କୋରାପୁଟ ଭିଜିଲାନ୍ସ ଡିଭିଜନ ଏସପି ଙ୍କୁ ଜଣାଇଥିଲେ । କୋରାପୁଟ ଓ ମାଲକାନଗିରି ଭିଜିଲାନ୍ସ ବିଭାଗ କର୍ମଚାରୀ ମାନେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଗୁପ୍ତଭାବେ ଡିପିଏମ ଙ୍କ ଉପରେ ନଜର ରଖିଥିଲେ , ଆଜି କନିଷ୍ଟ ଯନ୍ତ୍ରୀ ଡିପିଏମ ଙ୍କୁ ୨୦ହଜାର ଟଙ୍କା ଲାଚଂ ଦେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଗିରଫ ଡିପିଏମ ଙ୍କୁ ଜୟପୁର ଡିଭିଜନ ଅଫିସକୁ ନିଆ ଯାଇ ଅଦିକ ପଚରା ଉଚରା କରିବା ସହିତ, ତାଙ୍କ ମାଲକାନଗିରି କାର୍ଯ୍ୟାଳୟ,ବାସଭବନ ସହ ଅନ୍ୟାନ ସ୍ଥନରେ ଚଢଉ ଆରମ୍ଭ ହୋଇଯାଇ ଥିବାର ଜଣାପଡିଛି । ଗତ କିଛି ଦିନତଳେ ପଡିଆ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ ଜଣେ କର୍ମଚାରୀ ଲାଚଂ ନେଉଥିବା ଅଭି ଯୋଗରେ ଭିଡିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.