Home କେନ୍ଦ୍ରାପଡ଼ା ସମାଜସେବୀ ନିରଞ୍ଜନ ଦାସଙ୍କ ବିୟୋଗ

ସମାଜସେବୀ ନିରଞ୍ଜନ ଦାସଙ୍କ ବିୟୋଗ

18

କେନ୍ଦ୍ରାପଡା, ୭/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ସମାଜ ସେବୀ ନିରଞ୍ଜନ ଦାସ ୭୦ବର୍ଷ ବୟସରେ ଦଲୁଆଣିି ଗ୍ରାମସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି। ସେ ଜଣେ ପରୋକକାରି ବନ୍ଧୁବତ୍ସଳ, ମିଷ୍ଟଭାଷି ଆମାୟିକ ଓ ଧର୍ମପ୍ରାଣା ବ୍ୟକ୍ତି ଥିଲେ। ତାଙ୍କ ପରଲୋକରେ ସ୍ଥାନୀୟ ଅଚଂଳରେ ଗଭୀର ଶୋକ ପ୍ରକାଶ ପାଇଛି। ତାଙ୍କ ବିୟୋଗ ଖବର ପାଇ ବହୁ ବିଶିଷ୍ଟବ୍ୟକ୍ତି ତାଙ୍କ ବାସଭବନରେ ପହଁଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ୨ ପୁଅ ପ୍ରଦୀପ ଦାସ, ଆଲୋକ ଦାସ, ୨ଝିଅ ଓ ଭଣଜା ଆଇନଜୀବୀ ଅରୁଣ ପ୍ରସାଦ ଦାସଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.