Home ଜିଲ୍ଲା ପରିକ୍ରମା ବନବିଭାଗ ର ଚଢଉ,ଲକ୍ଷାଧିକ ଟଙ୍କାର ମୁଲ୍ୟବାନ ସାଗୁଆନ ପଟା ଓ କାଠ ଜବତ,୨ ଜଣ ଗିରଫ

ବନବିଭାଗ ର ଚଢଉ,ଲକ୍ଷାଧିକ ଟଙ୍କାର ମୁଲ୍ୟବାନ ସାଗୁଆନ ପଟା ଓ କାଠ ଜବତ,୨ ଜଣ ଗିରଫ

72

ମାଲକାନଗିରି,୭ା୧ (ଓଡିଆ ପୁଅ )ଆଜି ମାଲାକନଗିରି ବନବିଭାଗକୁ ମିଳିଛି ଏକ ସଫଳତା ,ଚୋରା ଚାଲାଣ ବେଳେ ଲକ୍ଷାଧିକ ଟଙ୍କାର ମୁଲ୍ୟବାନ କାଠ ଜବତ ସହ ୨ଜଣଙ୍କୁ ବନବିଭାଗ ଗିରଫ କରିଛି । ମାଲକାନଗିରି ଜିଲ୍ଲା ଏମଭି୨୪ ଗ୍ରାମରୁ କିଛି ଚୋରା ବେପାରି ବେଆଇନ ଭାବେ ମୁଲ୍ୟବାନ କାଠ ମାଲକାନଗିରି କୁ ଚାଲାଣକରୁଥିବାର ଖବର ପାଇ ଜିଲ୍ଲାବନଖଣ୍ଡ ଅଧିକାରୀ ପ୍ରଦୀପ ମିରସେ ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନାଚଂଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା । ଏହି ଟିମ ଆଜି ସକାଳେ ମାଲାକନଗିରି ବନାଚଂଳ ଅଧିନସ୍ଥ ଏମଭି୧୨ ଗ୍ରାମର ନିକଟରେ ଚଢଉ କରିଥିଲେ । ସେହି ରାସ୍ତା ଦେଇ ଆସୁଥିବା ଏକ ବୋଲେରୁ ପିକଅପ ଭାନ କୁ ଅଟକାଇଥିଲେ , ସେହି ଗାଡି ଯାଚଂକରିବାରୁ ସେଥିରୁ ମୂଲ୍ୟବାନ ସାଗୁଆନ,ପିଆଶାଳ, କାଠ ପଟା, ସାଇଜ,ବିମ, ଦଣ୍ଡା, ଅର୍ଦ୍ଦନିର୍ମିତ ପଲଙ୍କ ଜବତ କରାଯାଇଛି, ଏହି ଜବତ ପଟା ଓ କାଠର ସରକାରି ମୂଲ୍ୟ ପ୍ରାୟ୧ଲକ୍ଷ ୪୦ହଜାର ଟଙ୍କା ହେବ ବୋଲି ଜଣାପଡିଛି । ବେଆଇନ ଭାବେ ଚୋରା କାଠ ଚାଲାଣ କରିବା ଅଭିଯୋଗରେ ଏମଭି୧୨ ଗ୍ରାମର ଦୀପୁଲ ଚକ୍ରବର୍ତି ଓ ଏମଭି୭ ଗ୍ରାମର କ୍ରାଷ୍ଣାସମଦାର ଙ୍କୁ ବନବିଭାଗ ପକ୍ଷରୁ ଆଜି ଗିରଫ କରାଯାଇ କରାଯିବା ସହ ସେମାନଙ୍କ ନିକଟରୁ ୪୦ଖାଣ୍ଡ ସାଇଜ କାଠ ଓ ପଟା,ପିକଅପ ଗାଡି, ମଟର ସାଇକେଲ ଜବତ କରାଯାଇଛି । ଏହି ଚଢଉରେ ବନପାଳ ରାଜେଶ ସେଠୀ,ମୁରଲି ଧର ଅନୁଗୁଳିଆ,ମୋହନଗୁଡିଆ,ହୃଷିକେଶ ପାଣିଗ୍ରାହୀ,ଅର୍ଜୁନ ବାଟେ,ଦୀପ୍ତି ରଜଂନ ନାୟକ,ରବିନାରାୟଣ ଖଣ୍ଡୁଆଳ ପ୍ରମୁଖ ସାମିଲ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.