Home ଜିଲ୍ଲା ପରିକ୍ରମା ଭଦ୍ରକ ସହରରେ ଧଳାଜହର, ମନ୍ଦିର ଲୁଟ୍ ପରେ ଏବେ ବନ୍ଧୁକ ଆତଙ୍କ ଜିଲା ପୁଲିସ୍ ପାଇଁ...

ଭଦ୍ରକ ସହରରେ ଧଳାଜହର, ମନ୍ଦିର ଲୁଟ୍ ପରେ ଏବେ ବନ୍ଧୁକ ଆତଙ୍କ ଜିଲା ପୁଲିସ୍ ପାଇଁ ଖୋଲା ଚ୍ୟାଲେଞ୍ଜ

23

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ରାତିରେ ଗେଲପୁର ଆରଡିଛକରେ ଥିବା ଏକ ମେଡିସିନ୍ ଦୋକାନରେ ଗୁଳି ଫୁଟାଇ ଲୁଟ୍ ହେବାର ୨୪ ଘଣ୍ଟା ନପୂରୁଣୁ ଆଜି ଅନୁରୂପ ଉକ୍ତ ସ୍ଥାନ ସନ୍ନିକଟ ଜଣେ ବ୍ୟକ୍ତିଙ୍କ ଘରେ ତାଙ୍କର ୬୫ ବର୍ଷିୟା ପତ୍ନୀଙ୍କ ମୁଣ୍ଡରେ ବନ୍ଧୁକ ରଖି ପ୍ରାୟ ୫ ଭରିରୁ ଉର୍ଦ୍ଧ୍ୱ ସୁନା ଅଳଙ୍କାର ଲୁଟିନେବା ଘଟଣା ସହରରେ ଆତଙ୍କ ଖେଲାଇ ଦେଇଛି । ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ଆରଡିଛକ ନିକଟ ମାନବଜ୍ୟୋତି ମେଡିସିନ୍ ଷ୍ଟୋର ଖୋଲାଥିବା ସମୟରେ କିଛି ଦୃର୍ବୁତ୍ତ ବାଇକ୍ ଯୋଗେ ଆସି ଦୋକାନୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ସୌଭାଗ୍ୟ ବଶତଃ ଗୁଳିଟି କାହା ଦେହରେ ନବାଜି ଦୋକାନରେ ବାଜିଥିଲା । ଗୁଳି ଶବ୍ଦ ଶୁଣି ଦୋକାନୀଙ୍କ ସମେତ ପାଖ ଲୋକମାନେ ଭୟରେ ଦୌଡି ପଳାଇଥିଲେ । ଏହାର ସୁଯୋଗରେ ଦୃର୍ବୁତ୍ତମାନେ ମେଡିସିନ୍ ଷ୍ଟୋରରୁ ୩ଟି ମୋବାଇଲ୍ ସହ କିଛି ଟଙ୍କା ଲୁଟିନେଇ ପଳାଇଥିବା ବିଷୟ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି । ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନା ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରି ୩ଟି ବାଇକ୍ ଯୋଗେ ୭ ରୁ ଉର୍ଦ୍ଧ୍ୱ ଦୃର୍ବୁତ୍ତ ଆସିଥିବା ବିଷୟ ସୂଚନା ପାଇଛନ୍ତି ।

ଭଦ୍ରକ ସହରଠାରୁ ମାତ୍ର ଅନତି ଦୂରରେ ଥିବା ଏକ ଜନଗହଳିପୂର୍ଣ୍ଣ ଆରଡିଛକରେ ଏଭଳି ଗୁଳିକାଣ୍ଡ ଓ ଲୁଟ୍ ଘଟଣାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଥିବାବେଳେ ଆଜି ସେହି ଛକ ନିକଟ ଗେଲପୁର ପଂଚାୟତର ମାଜିଷ୍ଟ୍ରେଟ୍‌ମାନଙ୍କ ସରକାରୀ କ୍ୱାର୍ଟର ନିକଟରେ ଥିବା କୃର୍ଷ୍ଣଚନ୍ଦ୍ର ଜେନା ନାମକ ଜଣେ ଅବସରପ୍ରାପ୍ତ ବ୍ୟକ୍ତିଙ୍କ ଘରୁ ୨ ଜଣ ଲୁଟେରା ବନ୍ଧୁକ ଦେଖାଇ ତାଙ୍କ ପତ୍ନୀ ଅମିତା ପିନ୍ଧିଥିବା ୫ ଭରିରୁ ଉର୍ଦ୍ଧ୍ୱ ଓଜନର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଘର ମାଲିକ କୃର୍ଷ୍ଣଚନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଆଜି ଦିନ ୧୧ଟା ସମୟରେ ଦୁଇଜଣ ଯୁବକ ଏକ ମୋଟର ସାଇକେଲ୍‌ରେ ଆସି ତାଙ୍କ ଉପର ଘରକୁ ମାସିକ ୧୫ ହଜାର ଟଙ୍କା ସୂତ୍ରେ ଭଡା ନେବା ପାଇଁ କଥା ଛିଡାଇଥିଲେ । ଏହାପରେ କୃର୍ଷ୍ଣଚନ୍ଦ୍ର ଘରୋଇ କାର୍ଯ୍ୟରେ ବ୍ୟାଙ୍କକୁ ଯାଇଥିବାବେଳେ ଅପରାହ୍ନ ପ୍ରାୟ ୧.୩୦ ମିନିଟ୍ ସମୟରେ ସଂପୃକ୍ତ ଦୁଇଜଣ ଯୁବକ ତାଙ୍କ ଘରେ ପହଞ୍ôଚ ୩ ମାସର ଅଗ୍ରୀମ ଭଡା ଦେବାକୁ ଆସିଥିବା କହି ଘରେ ପଶି ଜଳଖିଆ ଖାଇବା ଆଳରେ ବୃଦ୍ଧା ଅମିତାଙ୍କୁ ପାଣି ଆଣିବାକୁ କହି ତାଙ୍କ ଡାହାଣପଟ ଗୋଡକୁ ଆଘାତ କରିବା ସହ ଘୋଷାରି ଘୋଷାରି ଘର ଭିତରକୁ ନେଇ ପିନ୍ଧିଥିବା ବେଲ୍ଟରେ ବେକକୁ ଭିଡି ଅଣନିଶ୍ୱାସୀ କରିବା ସହ ମୁଣ୍ଡରେ ବନ୍ଧୁକ ଲଗାଇ ସେ ପିନ୍ଧିଥିବା ଅଳଙ୍କାର ଲୁଟ୍ କରିଥିଲେ । ଏହାଦେଖି ବୃଦ୍ଧା ଅମିତା ତାଙ୍କୁ ହତ୍ୟା ନକରିବାର ଗୁହାରି କରି ଚିତ୍କାର କରିଥିବାବେଳେ ଇତିମଧ୍ୟରେ କୃଷ୍ଣଚନ୍ଦ୍ର ଘରେ ପହଞ୍ôଚଯିବାରୁ ୨ ଜଣ ଦୃର୍ବୁତ୍ତ ତାଙ୍କୁ ଧକ୍କାମାରି ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ । ଏହି ଦୁଇଟି ଘଟଣା ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ଦିଆଯାଇଥିବାବେଳେ ଏହା ଜିଲା ପୁଲିସ୍ ପ୍ରଶାସନର ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.