Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲା ଓକିଲ ସଂଘ ନିର୍ବାଚନ, ନୃସିଂହ ମହାନ୍ତି ହେଲେ ସଭାପତି

ମାଲକାନଗିରି ଜିଲ୍ଲା ଓକିଲ ସଂଘ ନିର୍ବାଚନ, ନୃସିଂହ ମହାନ୍ତି ହେଲେ ସଭାପତି

179

ମାଲକାନଗିରି, ୩୦ା୩(ଓଡିଆ ପୁଅ ) ଆଜି ମାଲକାନଗିର ଜିଲ୍ଲା ଓକିଲସଂଘର ନିର୍ବାଚନ କୋର୍ଟ ପରିସରରେ ଥିବା ବାରଏସୋସିଏସନ ସଭାଗୃହରେ ଅନୁଷ୍ଟିତ ହୋଇଯାଇଛି। ସ୍ଥାନୀୟ ଓକିଲ ସଂଘର ସଭାପତି ଭାବେ ଆଇନଜୀବୀ ନୃସିଂହଚରଣ ମହାନ୍ତି ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନ ରେ ବାର ଏସୋସିଏସନର ସଭାପତି ପଦବୀ ନିମନ୍ତେ ନୃସିଂହ ଚରଣ ମହାନ୍ତି ଓ ଓକିଲ ଦୁର୍ଗା ତ୍ରୀପାଠୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସାଧରଣ ସଂପାଦକ ପଦବୀ ପାଇଁ ଲମ୍ବୋଦର ତୁର୍କୁ, ଜୋଶେଫ ଜେମେସ୍, ତାପସ କୁମାର ନାଥ ଓ ଉପସଭାପତି ପଦବୀ ପାଇଁ ବିଜୟ ସରକାର, ମନୋଜ ପଣ୍ଡା ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ଆଜି ଦିନ ୯ଟା ଠାରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା। ଅପରାହ୍ନ ୩ଟା ରେ ଭୋଟ ଗଣତି ହୋଇ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ବିଜୟ କୁମାର ମହାନ୍ତି ଓକିଲ ସଂଘର ନିର୍ବାଚନ ଫଳାଫଳ ଘୋଷଣା କରିଛନ୍ତି। ମାଲକାନଗିରି ବାର ଏସୋସିଏସନ ନିର୍ବାଚନରେ ଭୋଟର ଭାବେ ମୋଟ ୯୧ ଜଣ ଓକିଲ ଥିବା ବେଳେ ଆଜି ୮୭ଜଣ ଓକିଲ ନିଜ ନିଜ ମତାଦାନ ପ୍ରଦାନ କରିଛନ୍ତି। ନୃସିଂହ ଚରଣ ମହାନ୍ତି ୪୩ଟି ଭୋଟ ପାଇ ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଦୁର୍ଗା ତ୍ରୀପାଠୀ ୪୨ଟି ଭୋଟ ପାଇଛନ୍ତି। ଦୁଇଟି ଭୋଟ ନାକଚ ହୋଇଯାଇଛି। ଲମ୍ବଧର ତୁରୁକୁ ୩୫ଟି ଭୋଟ ପାଇ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ତାପସ ନାଥ ୩୨ ଓ ଜୋଶେଫ ଜେମେସ୍ ୧୯ଟି ଭୋଟ ପାଇଛନ୍ତି। ଠିକ ସେହିପରି ବିଜୟ ସରକାର ୪୪ଟି ଭୋଟପାଇ ଉପସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦୋନ୍ଦି ମନୋଜପଣ୍ଡା ୪୨ଟି ଭୋଟପାଇଛନ୍ତି ଓ ଜିଲ୍ଲା ଓକିଲ ସଂଘ ନିର୍ବାଚନ ସ୍ୱଚ୍ଛ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହିତ ହୋଇ ଯାଇଛି ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ପୂର୍ବରୁ ମାଲକାନଗିରି ଜିଲ୍ଲା ଓକିଲ ସଂଘର ସଭାପତି ଭାବେ ନୃସିଂହଚରଣ ମହାନ୍ତି ଓ ସମ୍ପାଦକ ଭାବେ ଲମ୍ବୋଧର ତୁରୁକୁ ଥିଲେ। ଚଳିତ ବର୍ଷ ନିର୍ବାଚନରେ ମଧ୍ୟ ସେ ଦୁଇଜଣ ପୁନ୍ନନିର୍ବାଚିତ ହୋଇଥିବାରୁ ଓକିଲ ମହଲରେ ଆନନ୍ଦ ଖେଳି ଯାଇଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.