Home ଓଡ଼ିଶା ମାଓପ୍ରବଣ ମହୁପଦର ଓ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳରେ ଗୋଟିଏ ସ୍ଥାନରେ ୧୦ଟି ଲେଖା ବୁଥ ସହ...

ମାଓପ୍ରବଣ ମହୁପଦର ଓ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳରେ ଗୋଟିଏ ସ୍ଥାନରେ ୧୦ଟି ଲେଖା ବୁଥ ସହ ଦୁଇଟି ସ୍ୱତନ୍ତ୍ର ହେଲିକେପ୍ଟର ନିୟୋଜିତ ହେବ

322

ମାଲକାନଗିରି, ୩୦ା୩ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱଚ୍ଛ, ମୁକ୍ତ, ଅବାଧ ଭାବେ ନିର୍ବାଚନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରଣ କୌଶଳ ଆରମ୍ଭ ହୋଇଯାଇଛି। ଦୁଇଟି ଯାକ ନିର୍ବାଚନ ମଣ୍ଡଳୀ ମାଓ ପ୍ରବଣ ହୋଇଥିବାରୁ ସ୍ୱତନ୍ତ୍ର ଭାବେ ବିଭିନ୍ନ ବୁଥରେ ପୁଲିସ ଓ ବିଏସଏଫ ଜବାନଙ୍କର କଡା ସୁରକ୍ଷା ବ୍ୟବସ୍ଥା ସହିତ ସ୍ୱତନ୍ତ୍ର ଭାବେ ଦୁଇଟି ହେଲିକେପ୍ଟର ନିୟୋଜିତ କରାଯିବ। ଚିତ୍ରକୋଣ୍ଡା ବ୍ଲକରେ ମାଓବାଦୀଙ୍କ ଭୟରେ ଗତ ୨୦୧୭ ମସିହାରେ ପଞ୍ଚାୟତ ନିର୍ବାଚନ ହୋଇ ପାରିନଥିଲା। ମାଓପ୍ରବଣ ବିଛିନ୍ନାଚଂଳର ୯ଟି ପଚାଂୟତରେ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ଭୋଟ କେନ୍ଦ୍ର ରହିଛି। ମାଓବାଦୀଙ୍କ ହିଂସାକାଣ୍ଡ ଘଟାଇବା ସମ୍ଭାବନା ଥିବାରୁ ବିଭିନ୍ନ ଗ୍ରାମ ବିଦ୍ୟାଳୟରେ ଭୋଟକେନ୍ଦ୍ର କରା ନ ଯାଇ ସୁରକ୍ଷା ଦୃଷ୍ଟିରୁ କିଛି ପରିବର୍ତ୍ତନ ହୋଇଛି। ବିଶେଷ କରି ସ୍ୱାଭିମାନ ଅଚଂଳ ଯୋଡାମ୍ବ ଠାରେ କଡାପୁଲିସ ସୁରକ୍ଷା ମଧ୍ୟରେ ଗୋଟିଏ ସ୍ଥାନରେ ୧୦ଟି ବୁଥ ହେବ, ସେହି ବୁଥରେ ମାଓପ୍ରବଣ ଅଞ୍ଚଳର ଭୋଟର ମାନେ ସୁରକ୍ଷିତ ଭାବେ ନିଜ ନିଜର ଭୋଟ ଦେବେ। ଠିକ ସେହିପରି ମାଥିଲି ବ୍ଲକସ୍ଥ ମହୁପଦର ଠାରେ ସୁରକ୍ଷା ଦୃଷ୍ଟିରୁ ଗୋଟିଏ ସ୍ଥାନରେ ୧୦ଟି ଭୋଟ କେନ୍ଦ୍ର କରାଯିବା ପାଇଁ ନିଷ୍ପତି ନିଆ ଯାଇଛି। ସୂଚନା ଯୋଗ୍ୟ ଯେ ଏହି ଅଞ୍ଚଳଟି ଛତିଶଗଡ ସୀମାନ୍ତକୁ ଲାଗିଥିବାରୁ ଛତିଶିଗଡ ଦରଭା, ବସ୍ତର ଡିଭିଜନର ମାଓବାଦୀ ମାନେ ଏହି ସବୁ ଅଚଂଳରେ ହିଂସାକାଣ୍ଡ ଘଟାଇଥାନ୍ତି। ଗତ ନିର୍ବାଚନରେ ବୁଥ ଲୁଟ, ଟ୍ରକପୋଡି ଦେଇଥିବାରୁ କଡାପୁଲିସ ସୁରକ୍ଷା ମଧ୍ୟରେ ମହୁପଦର ଠାରେ ଗୋଟିଏ ସ୍ଥାନରେ କଡାସୁରକ୍ଷା ମଧ୍ୟରେ ୧୦ଟି ବୁଥ କରାଯିବ। ମହୁପଦର ଓ ଚିତ୍ରକୋଣ୍ଡା ସ୍ୱାଭିମାନଅଚଂଳ ପାଇଁ ପୁଲିଂପାର୍ଟି ଇଭିଏମ ମେସିନ ନେବା ଆଣିବା ପାଇଁ ସ୍ୱତନ୍ତ୍ର ଭାବେ ଦୁଇଟି ହେଲିକେପ୍ଟର ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଚିତ୍ରକୋଣ୍ଡା ଜଳଭଣ୍ଡାର ଅପର ପାର୍ଶ୍ବରେଥିବା ବୁଥ ଗୁଡିକୁ ପୁଲିଂ ପାର୍ଟି ଯିବା ପାଇଁ ସ୍ୱତନ୍ତ୍ର ଭାବେ ଅଧିକ ମଟୋର ଲଞ୍ଚ, ବୋଟର ବ୍ୟବସ୍ଥା ହୋଇଛି। ମାଓବାଦୀଙ୍କ ଭୟରେ ସୁରକ୍ଷା ଦୃଷ୍ଟିରୁ ଗୋଟିଏ ସ୍ଥାନରେ ୧୦ଟି ଲେଖା ବୁଥ କରାଯିବା ପାଇଁ ନିଷ୍ପତି ନିଆଯାଇଛି ହେଲେ ଏହିବୁଥ ଠାରୁ ଗ୍ରାମଗୁଡିକ ୫ରୁ ୧୦କିମି ଦୂରତାରେ ରହି ଯାଉଥିବାରୁ ପ୍ରବଳ ଖରାରେ ଚାଲି ଚାଲି ଆସି ଭୋଟର ମାନେ ଭୋଟଦେବା କଷ୍ଟହୋଇଯିବ। ଏହାଦ୍ୱାରା ମତଦାନ ହ୍ରାସ ହେବାର ବହୁତ ସମ୍ଭାବନା ରହିଛି। ମାଲକାନଗିରି ଜିଲ୍ଲାରେ ୪୧୫୫୫୭ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟର ୨୦୨୮୩୯ଜଣ, ମହିଳା ଭୋଟର ୨୧୨୬୯୮ ଜଣ ଓ ତୃତୀୟ ଲିଙ୍ଗ ଭୋଟର ୨୦ଜଣ ଅଛନ୍ତି। ଏହି ଭୋଟରଙ୍କ ମଧ୍ୟରୁ ୫୩୨୬ ଜଣ ଭିନ୍ନକ୍ଷମ ଭୋଟର ରହିଛନ୍ତି। ଭିନ୍ନକ୍ଷମ ଓ ବରିଷ୍ଟ ନାଗରିକ ଭୋଟର ମାନଙ୍କ ପାଇଁ ବିଭିନ୍ନ ବୁଥରେ ରାମ୍ପ, ହ୍ୱିଲ୍ ଚେୟାର ସହ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଜିଲ୍ଲାରେ ମୋଟ ୫୪୦ଟି ଭୋଟ କେନ୍ଦ୍ର ମଧ୍ୟରୁ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ୨୯୭ ଚିତ୍ରକୋଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ୨୪୩ ଟି ଭୋଟ କେନ୍ଦ୍ର ରହିଛି। ଉଭୟ ନିର୍ବାଚନ ମଣ୍ଡଳୀରେ ୧୯୮ଟି ମାଓପ୍ରବଣ ଓ ସମ୍ବେଦନଶୀଳ ଭୋଟକେନ୍ଦ୍ର ଚିହ୍ନଟ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.