Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ୭୦ତମ ସମ୍ବିଧାନ ପ୍ରତିଷ୍ଟା ଦିବସ ପାଳିତ

ମାଲକାନଗିରି ଜିଲ୍ଲାରେ ୭୦ତମ ସମ୍ବିଧାନ ପ୍ରତିଷ୍ଟା ଦିବସ ପାଳିତ

69

ମାଲକାନଗିରି,୨୬ା୧୧(ଓଡିଆ ପୁଅ  ) ମାଲକାନଗିରି ଜିଲ୍ଲାର ବିଭିନ୍ନ ସରକାରି ବେସରକରି ଅନୁଷ୍ଟାନ,ଶିକ୍ଷାଅନୁଷ୍ଟାନ ବିଭିନ୍ନ କାର୍ଯ୍ୟାଳୟ ପରିସରେରେ ୭୦ତମ ଭାରତୀୟ ସମ୍ବିଧାନ ପ୍ରତିଷ୍ଟା ଦିବସ ପାଳିତ ହୋଇ ଯାଇଛି । ବିଶେଷ କରି ଛତିଶଗଡ ସୀମାନ୍ତ ପଦ୍ମଗିରି ଏସଏସଡି ହାଇସ୍କୁଲ ପରିସରରେ ଶତାଧିକ ଛାତ୍ର ଛାତ୍ରୀ ମାନେ ଧାଡିରେ ଠିଆ ହୋଇ ସଂବିଧାନକୁ ସମ୍ମାନ ଜଣାଇ ଜଣେ ଭାରତୀୟ ନାଗରିକ ହିସାବରେ ଗର୍ବ ଅନୁଭବ କରି ସଂବିଧାନର ବିଚାର ଧାରାକୁ ମାନିବା ପାଇଁ ସପଥ ପାଠ କରିଥିଲେ । ଏହା ବ୍ୟତିତ ମାଲକାନଗିରି ଜିଲ୍ଲାଜଜ କୋର୍ଟ,ଜିଲ୍ଲାପରିଷଦ କାର୍ଯ୍ୟାଳୟ,ମାଲକାନଗିରି ବ୍ଲକ କାର୍ଯ୍ୟାଳୟ ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି । ସମ୍ବିଧାନ ପ୍ରତିଷ୍ଟା,,ସମ୍ବିଧାନହିଁ ମାନବ ବାଦର ବିଚାର ଧାରାକୁ ଗୁରୁତ୍ୱ ଦେଇ ସମଗ୍ର ମାନବ ସମାଜକୁ ସମାନ ଅଧିକାର ଦେଇପାରିଛି ଓ ସମ୍ବିଧାନର କାର୍ଯ୍ୟକାରି ସଂପର୍କରେ ଏହି ଅବସରେ ଯୋଗ ଦେଇଥିବା ଅତିଥି ମାନେକହିଥିଲେ  । ମାଲକାନଗିରି ବସଷ୍ଟାଣ୍ଡ ନିକଟରେ ସ୍ଥାପିତ ହୋଇଥିବା ସମ୍ବିଧାନ ପ୍ରଣେତା ଆମ୍ବେଦ କର ଙ୍କ ପ୍ରତିମୂର୍ତିରେ ବିଭିନ୍ନ ଅନୁଷ୍ଟାନ କର୍ମକର୍ତା ଓ ବିଶିଷ୍ଠ ବ୍ୟକ୍ତି ବିଶେଷ ମାଲ୍ୟାର୍ପଣ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.